Home ଓଡ଼ିଶା ରଣପୃୁରରେ ବିଜୁ ଜନତା ଦଳର ଜନ ସଚେତନତା ଓ ପଦଯାତ୍ରା

ରଣପୃୁରରେ ବିଜୁ ଜନତା ଦଳର ଜନ ସଚେତନତା ଓ ପଦଯାତ୍ରା

91

ଓଡିଆ ପୁଅ(ଦେବୀପ୍ରସାଦ ଆଚର୍ଯ୍ୟ)୦୨/୧୦- ବିଜୁ ଜନତା ଦଳର ମୁଖ୍ୟ ତଥା ଓଡିଶାର ମୁଖ୍ୟ ମନ୍ତ୍ରୀ ମାନ୍ୟବର ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଙ୍କ ନିର୍ଦେଶରେ ସାରା ରାଜ୍ୟରେ ଗାନ୍ଧୀ ଜୟନ୍ତୀ ଠାରୁ ଜନ ସଚେତନତା ଓ ପଦଯାତ୍ରା ଆରମ୍ଭ ହୋଇ ଯାଇଅଛି । ସେଥିରୁ ବାଦ୍ ପଡିନି ନୟାଗଡ ଜିଲ୍ଲା ରଣପୁର ନିର୍ବାଚନ ମଣ୍ଡଳୀ । ରଣପୁର ଜିଲ୍ଲା ପରିଷଦ ଜୋନ୍‌ର ଡମସାହି ପଂଚାୟତଠାରେ ପ୍ରଥମେ ଗାନ୍ଧୀ ଫଟୋ ଚିତ୍ରରେ ପୁଷ୍ପମାଲ୍ୟ ଦେଇ  ଜନ ସଚେତନତା କାର୍ଯ୍ୟକ୍ରମ ଆରମ୍ଭ କରାଯାଇଥିଲା । ତାପରେ ଡମସାହିଠରୁ ରଙ୍କଦେଉଳି ପଂଚାୟତ ପଦଯାତ୍ରା କରାଯାଇଥିଲା ।

କିଛି ଲୋକଙ୍କୁ ରାସ୍ତାରେ ମାସ୍କ ବଣ୍ଟନ କରାଯାଇଥିଲା । ଏହି ପଦଯାତ୍ରା ରେ ପୁରୀ ଜିଲ୍ଲା ସାଂସଦ ପ୍ରତିନିଧି ପ୍ରଭାତ କୁମାର ଦଳ ବେହେରା ,ରଣପୁର ବ୍ଲକ ଅଧକ୍ଷା ନିରୁପମା ପ୍ରଧାନ , ରଣପୁର ବ୍ଲକ ବିଜୁ ଜନତା ଦଳ ସଭପତି ପାଣ୍ଡବ ସେଠୀ, ଡମସାହି ସରପଞ୍ଚ ହରିହର ହରିଚନ୍ଦନ , ରଙ୍କଦେଉଳି ସମିତି ସଭ୍ୟ ରଜନି କାନ୍ତ ସ୍ୱାଇଁ , ବ୍ରଜରାଜପୁର ସମିତି  ସଭ୍ୟ ତପନ କୁମାର ପଟ୍ଟନାୟକ, ଗୌରାଙ୍ଗପୁର ସରପଞ୍ଚ , ଖତଆ ସରପଞ୍ଚ, ବଜ୍ରକୋଟ ସରପଞ୍ଚ ,ବିଜୁ ଜନତା ଦଳର ଯୁବ ନେତା ଜ୍ୟୋତି ରଞ୍ଜନ ଦାଶ ପ୍ରମୁଖ ବହୁ କର୍ମୀ ଯୋଗ ଦେଇଥିଲେ । ଏହି ଜନ ସଚେତନତା ଓ ପଦଯାତ୍ରା ନଭେମ୍ବର ୨ ତାରିଖ ପର୍ଯ୍ୟନ୍ତ ଚାଲିବ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.