Home ଆମ ପର୍ବ ପର୍ବାଣୀ ରଣପୁର ସାରା ଭକ୍ତ ଓ ଭକ୍ତାଙ୍କ ଝାମୁ ଚଲା ଅନୁଷ୍ଠିତ

ରଣପୁର ସାରା ଭକ୍ତ ଓ ଭକ୍ତାଙ୍କ ଝାମୁ ଚଲା ଅନୁଷ୍ଠିତ

77

ନୟାଗଡ଼ ୧୪/୦୪ (ଓଡ଼ିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)- ନୟାଗଡ ଜିଲ୍ଲା ରଣପୁର ଅଂଚଳ ଶକ୍ତିପୀଠ ଭାବେ ପରିଚିତ। ରାଜ ରାଜୁଡା ଅମଳରୁ ପ୍ରତିବର୍ଷ ଚୈତ୍ର ମାସରେ ୨୭ କୋଠୀ ରେ ଦଣ୍ଡନୃତ୍ୟ ଆରମ୍ଭ ହୋଇଥାଏ। ମହାବିଷୁବ ପଣାସଂକ୍ରାନ୍ତି ଓଡ଼ିଆ ନବବର୍ଷର ପୂର୍ବସଂନ୍ଧ୍ୟାରେ ପ୍ରତ୍ୟେକ କୋଠୀରେ ମେରୁପର୍ବ ପାଳିତ ହୋଇଥାଏ। ଦଣ୍ଡ ଠାକୁରଙ୍କୁ ନେଇ ଦଣ୍ଡଯାତ୍ରା କରୁଥିବା ଭକ୍ତ ଓ ଭକ୍ତା ଓ ଦଣ୍ଡନୃତ୍ୟ ରେ ସାମିଲ୍ ହୋଇଥିବା ଶ୍ରଦ୍ଧାଳୁ ଭକ୍ତମାନେ ନିଷ୍ଠା ଓ ପରାକାଷ୍ଠାର ପ୍ରଦର୍ଶନ ପାଇଁ ଓଡ଼ିଆ ନବବର୍ଷର ପ୍ରଥମ ଦିନ ପଣାସଂକ୍ରାନ୍ତିର ପ୍ରଥମ ସୂର୍ଯ୍ୟୋଦୟରେ ଝାମୁ ଚାଲିଥାନ୍ତି। ଝାମୁର ଅର୍ଥ ହେଉଛି ଅଗ୍ନିକୁଣ୍ଡ। ପ୍ରଥମେ ଗଙ୍ଗାକୁଣ୍ଡ ତାପରେ ଅଗ୍ନିକୁଣ୍ଡ ଶେଷରେ ଜମୁନା କୁଣ୍ଡରେ ପାଦଥାପି ଭକ୍ତ ଓ ଭକ୍ତାମାନେ ନିଜ ନିଜର ନିଷ୍ଠାର ଉଦାହରଣ ଜନମାନସରେ ବାଣ୍ଟିଥାନ୍ତି।

ପ୍ରଥମେ କୋଠୀର କାଳସୀ, ଦଣ୍ଡ ଠାକୁର ଧରିଥିବା ପାଟଭକ୍ତା, ପାଟ ଦଣ୍ଡୁଆ, ସମସ୍ତ ଭକ୍ତା ଓ ଶେଷରେ ଭକ୍ତମାନେ ଝାମୁ ଚାଲିଥାନ୍ତି। ରଣପୁରର ବାବା ଚଣ୍ଡେଶ୍ୱର, ବାବା ସ୍ୱପ୍ନେଶ୍ୱର, ଲାତାର ବାବା ବାଲୁଙ୍କେଶ୍ୱର, ବାବା ନୀଳକଣ୍ଠେଶ୍ୱର ଓ ବାବା କମଳେଶ୍ୱର ଆଦି ସମସ୍ତ କୋଠୀରେ ଭକ୍ତ ଓ ଭକ୍ତା ମାନେ ଝାମୁ ଚାଲିଥିବା ଜଣାପଡିଛି। ଏହି ପ୍ରରିପ୍ରେକ୍ଷୀରେ ଲତାର ବାବା ବାଲୁଙ୍କେଶ୍ୱର ମନ୍ଦିର ପ୍ରାଙ୍ଗଣରେ ଅନ୍ନଛତ୍ର ଭାବରେ ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଥିଲା। ସମସ୍ତ ଭକ୍ତ ଓ ଝାମୁଚଲା ଦେଖିବାକୁ ଆସିଥିବା ଦର୍ଶକ ମାନେ ପ୍ରସାଦ ସେବନ କରି ଫେରିଥିଲେ। ଝାମୁଚଲା ପରେ ପରେ ବାବା ଚଣ୍ଡେଶ୍ୱର, ବାବା ସ୍ୱପ୍ନେଶ୍ୱର ଙ୍କ କୋଠୀରେ ଭକ୍ତାମାନେ ପିଠିରେ ପାଟଖାଇ ଫୋଡି ଦ୍ୱାର ଦ୍ୱାର ବୁଲି ପଣାସଂକ୍ରାନ୍ତିର ପଣା ସେବନ କରିବା ସହ ଶିବଗାଥାର ପ୍ରଚାର କରିଥିବା ଜଣାପଡିଛି। ପ୍ରତ୍ୟେକ କୋଠୀରେ ଶହ ଶହ ସଂଖ୍ୟାରେ ମହିଳା ଓ ପୁରୁଷ କୋଭିଡ୍ କଟକଣାର ୨ ବର୍ଷପରେ ଝାମୁଚଲା ଦୃଶ୍ୟ ଉପଭୋଗ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.