Home ଓଡ଼ିଶା ରଣପୁର ରେ ମାଡୁଛି କରୋନା ବଢୁଛି ଅମାନିଆଙ୍କ ସଂଖ୍ୟା

ରଣପୁର ରେ ମାଡୁଛି କରୋନା ବଢୁଛି ଅମାନିଆଙ୍କ ସଂଖ୍ୟା

39

ନୟାଗଡ/୦୮/୦୪(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)- ସାରା ରାଜ୍ୟ ରେ କରୋନା ଦ୍ୱିତୀୟ ଲହର କୁ ନେଇ ଚିନ୍ତା ବଢିବାରେ ଲାଗିଛି । କରୋନା ପ୍ରତିଷେଧକ ଟୀକା ବାହାରିବା ପରେ ଅମାନିଆ ଙ୍କ ସଂଖ୍ୟା ବଢିବାରେ ଲାଗିଛି । ସେଥିରୁ ବାଦ୍ ପଡିନି ନୟାଗଡ ଜିଲ୍ଲା ରଣପୁର । କାହା ମୁହଁରେ ମାସ୍କ ନାହିଁ , କେହି ସାମାଜିକ ଦୁରତା ଅବଲମ୍ବନ କରୁନଥିବା ଦେଖିବାକୁ ମିଳୁଛି । ସାନିଟାଇଜର ଦ୍ୱାରା ହାତ ଧୋଇବା କଥା ପଚାରେ କିଏ । ସରକାରୀ କାର୍ଯ୍ୟାଳୟ ଠାରୁ ଆରମ୍ଭ କରି ବ୍ୟବସାୟ ପ୍ରତିଷ୍ଠାନ ପର୍ଯ୍ୟନ୍ତ ସବୁଠାରେ ଏକା ଅବସ୍ଥା ।ଲୋକଙ୍କୁ ପାଚାରିଲେ କୁହନ୍ତି ପିପିଲି ଉପ ନିର୍ବାଚନ ପ୍ରଚାର ବେଳେ ତ ବହୁତ ଅମାନିଆ ଦେଖିବାକୁ ମିଳୁଛି । ସତେ ଯେପରି ଲୋକ ମାନେ ଭୁଲି ଯାଇଛନ୍ତି ଗତ ବର୍ଷର ଏହି ସମୟର କରୁଣ ପରିସ୍ଥିତି ।

ଲକ୍‌ଡାଉନ୍ , ସଟ୍ ଡାଉନ୍ ଓ ନିଷିଧାଂଚଳ ଘୋଷଣା କରାଯାଇଥିଲେ ମଧ୍ୟ ଶହ ଶହ ଲୋକ କରୋନା ରେ ଆକ୍ରାନ୍ତ ହୋଇ ଅକାଳ ରେ ମୃତ୍ୟୁ ବରଣ କଲେ । ଜଣାପଡୁନି ଲୋକେ ସେ ସବୁ କୁ ଭୁଲି ଯାଇଛନ୍ତି ନା ପ୍ରତିଷେଧକ ଟୀକା ବାହାରିବା ପରେ ବେଖାତିର କରୁଛନ୍ତି । ଅବଶ୍ୟ ସରକାର ଗତ ୭ ତାରିଖରୁ ଥାନା ମାନଙ୍କୁ ନିର୍ଦେଶ ଦେଇଛନ୍ତି  ଅମାନିଆ ଙ୍କୁ ସାବାଡ କରିବା ପାଇଁ ଫାଇନ୍ ଆଦାୟ କର । ସେହି ନିର୍ଦେଶ ଅନୁସାରେ ରଣପୁର ଥାନା ତରଫରୁ ଗତ ୭ ତାରିଖ ସଂନ୍ଧ୍ୟା ରେ ବିଭିନ୍ନ ଯାଗାରେ  ଚେକିଙ୍ଗ୍ କରି ଅମାନିଆ ଙ୍କ ଠାରୁ ୨ ହଜାର ଟଙ୍କା ଫାଇନ୍ ଆଦାୟ କରିଥିବା ଜଣାପଡିଛି । ପୋଲିସ ଚେକିଙ୍ଗ୍ ଦ୍ୱାରା ଜନ ସଚେତନତା ବଢିବାର ଆଶଙ୍କା ପ୍ରକଟ ହେଉଛି । ରଣପୁର ଓ ଚାନ୍ଦପୁର ଥାନା ଅଂଚଳ ରେ ଅମାନିଆ ଙ୍କୁ ସାବାଡ କରିବା ପାଇଁ ପୋଲିସ ଅଣ୍ଟା ଭିଡୁଥିବା ସୂଚନା ମିଳୁଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.