Home ଓଡ଼ିଶା ରଣପୁର ରାଜାଙ୍କର ଅଧିଷ୍ଠାତ୍ରୀ ଦେବୀ ମା ଖିଲାମୁଣ୍ଡା ରାଜବାଟିକୁ କାଠିରେ ଆସିଲେ

ରଣପୁର ରାଜାଙ୍କର ଅଧିଷ୍ଠାତ୍ରୀ ଦେବୀ ମା ଖିଲାମୁଣ୍ଡା ରାଜବାଟିକୁ କାଠିରେ ଆସିଲେ

105

ଓଡିଆ ପୁଅ (ଦେବୀପ୍ରସାଦ ଆଚାର୍ଯ୍ୟ)୧୦/୯-ରାଜରାଜୁଡା ଅମଳରୁ ଶାରଦୀୟ ପୂଜା ଅବସରରେ ସୂଦୁର ଘଂଚ ଜଙ୍ଗଲରୁ ରଣପୁର ରାଜାଙ୍କର ଅଧିଷ୍ଠାତ୍ରୀ ଦେବୀ ମା ଖିଲାମୁଣ୍ଡା କାଠିଯୋଗେ ରାଜନବରକୁ ଆସିଥାନ୍ତି । ପ୍ରତିବର୍ଷ ଆଶ୍ୱିନ ମାସ ଦ୍ୱିତୀୟା ଓଷା ତିଥିରେ ରାଜନବରକୁ ଆସିଲା ପରେ ୧୬ପୂଜା ପରେ ଦଶହରା ସଂଧ୍ୟାରେ ଦଶହରା ପଡିଆରେ ତୋପସଲାମି ଦିଆଯିବା ପରେ ଏକ ପାରାପକ୍ଷୀ ଯୋଗେ ଉଡି ଉଡି ଚାଲିଯାଇଥାନ୍ତି ।

ଚଳିତ ବର୍ଷ କୋଭିଡ୍ କଟକଣା ଲାଗିରହିଅଛି । ତେଣୁ ରଣପୁର ରାଜା ଦିଲିପ୍ ଚନ୍ଦ୍ର ସିଂଦେଓଙ୍କ ନିର୍ଦ୍ଦେଶରେ ଭକ୍ତମାନେ କୋଭିଡ୍ କଟକଣାକୁ ମାନି ଗାଁ ଗଣ୍ଡା ଭିତରକୁ ଖିଲାମୁଣ୍ଡା କାଠିକୁ ନ ନେଇ ପୀଠରୁ ଆଜ୍ଞାମାଳ ପାଇଲା ପରେ ପ୍ରତି ଗାଁ ମୁଣ୍ଡରେ ଠାକୁରଙ୍କୁ ଭୋଗ ଖୁଆଇ ରାଜନବରକୁ ଆଣିଥିବା ଜଣାପଡିଛି । ଚଳିତ ବର୍ଷ ଆଶ୍ୱିନ ମାସ ମଳ ମାସ ପଡିଥିବାରୁ ମା ଖିଲାମୁଣ୍ଡା ରାଜନବରରେ ୧୬ଦିନ ପରିବତ୍ତେ ୪୬ ଦିନ ରହି ପୂଜାର୍ଚ୍ଚନା ପାଇ ଦଶହରା ଦିନ ସଂଧ୍ୟାରେ ସ୍ୱସ୍ଥାନକୁ ବିଜେ କରିବେ । ପ୍ରତିଦିନ ରାଜନବରରେ କୋଭିଡ୍ ନିୟମକୁ ମାନି ଭକ୍ତମାନେ ମା ଙ୍କୁ ଦର୍ଶନ କରିପାରିବେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.