Home ଜିଲ୍ଲା ପରିକ୍ରମା ରଣପୁର ମା ମଣିନାଗଙ୍କ ଠାରେ ଚାଲିଛି ବାସନ୍ତିକ ନବରାତ୍ର ପୂଜା

ରଣପୁର ମା ମଣିନାଗଙ୍କ ଠାରେ ଚାଲିଛି ବାସନ୍ତିକ ନବରାତ୍ର ପୂଜା

47

ନୟାଗଡ ୦୩/୦୪(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)- ରଣପୁରଗଡ ଅଂଚଳର ଅଧିଷ୍ଠାତ୍ରୀ ଦେବୀ ହେଉଛନ୍ତି ମା ମଣିନାଗ। ଦୀର୍ଘ ୫୦ ବର୍ଷ ଧରି ମାଙ୍କ ପୀଠରେ ପ୍ରତିବର୍ଷ ବସନ୍ତ ଋତୁରେ ନବରାତ୍ର ପୂଜା ଅନୁଷ୍ଠିତ ହୋଇଥାଏ। ବସନ୍ତ ଋତୁରେ ଏହି ପୂଜା ହେଉଥିବା ଯୋଗୁଁ ଏହାକୁ ବାସନ୍ତିକ ପୂଜା କୁହାଯାଏ। ଚୈତ୍ର ମାସ ଶୁକ୍ଲପକ୍ଷ ପ୍ରତିପଦା ଠାରୁ ଆରମ୍ଭ ହୋଇ ଦଶମୀ ପର୍ଯ୍ୟନ୍ତ ୧୦ ଦିନ ବ୍ୟାପୀ ପୂଜା ଚାଲିଥାଏ। ପ୍ରତିଦିନ ସକାଳୁ ଷଡାଙ୍ଗ, ସୂର୍ଯ୍ୟପୂଜା, ଦ୍ୱାରପୂଜା, ବିଲ୍ୱୋ ପୂଜା, ପୀଠ ପୂଜା, ଦେବୀଙ୍କର ଉପଚାର ପୂଜା ଓ ପୀଠରେ ଚଣ୍ଡିପାଠ କରାଯାଏ।

ଶତଚଣ୍ଡୀ ପାଠ ପ୍ରତି ଶ୍ଲୋକରେ ଆହୁତି ଉପଚାର ପୂଜା, ଧୂପ, ଆଳତୀ, ପୁଷ୍ପାଞ୍ଜଳୀ, ବଳି ପୂଜା ପରେ ରାତ୍ର ଧୂପ କରାଯାଏ। ରଣପୁର ରେ ପଶୁଜନ୍ତୁ ବଳି ବନ୍ଦ ହୋଇଥିବାରୁ ପାଣି କଖାରୁ ବଳି ଦିଆଯାଇଥାଏ। ଏହାକୁ ମାସୋଦନ ବଳି କୁହାଯାଏ। ସପ୍ତମୀ ର ଶେଷ ଦଣ୍ଡ ଓ ଅଷ୍ଟମୀର ଆଦ୍ୟ ଦଣ୍ଡରେ ସନ୍ଧିପୂଜା କରାଯାଇଥାଏ। ଏହି ପୂଜା କଲେ ମହାଶକ୍ତି ଦୁର୍ଗାଙ୍କର ଆର୍ଶୀବାଦ ମିଳିଥାଏ। ଚଳିତ ବର୍ଷ ଅବସରପ୍ରାପ୍ତ ଅଧ୍ୟାପକ ପଣ୍ଡିତ ଗୋଦାବରୀଶ ଶତପଥି ଏହି ନବରାତ୍ର ପୂଜାର ଆଚାର୍ଯ୍ୟ ଭାବେ କାର୍ଯ୍ୟ ତୁଲାଉଥିବା ଜଣାପଡିଛି। ମା ମଣିନାଗ ପରିଚାଳନା କମିଟି ତରଫରୁ ପୂଜା ର ଆୟୋଜନ କରାଯାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.