Home ଓଡ଼ିଶା ରଣପୁର ମନ୍ଦାକିନୀ ନଦୀ ରେ ପ୍ରବଳ ବନ୍ୟା ଘରେ ପସିଲା ପାଣି

ରଣପୁର ମନ୍ଦାକିନୀ ନଦୀ ରେ ପ୍ରବଳ ବନ୍ୟା ଘରେ ପସିଲା ପାଣି

78

ନୟାଗଡ(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)/୧୩/୦୯-  ଚଳିତ ବର୍ଷ ସାରା ରାଜ୍ୟ ରେ ଅନେକ ଜିଲ୍ଲା ସ୍ୱଳ୍ପ ବୃଷ୍ଟିପାତ ଯୋଗୁଁ ଚାଷୀ କୂଳ ହତାଶ ହୋଇଥିବା ବେଳେ ଦୁଇଦିନ ହେଲା ଲଘୁଚାପ ଜନିତ ଅବପାତ ବୃଷ୍ଟି ଯୋଗୁଁ ଚାଷୀ କୂଳ ସହ ମନ୍ଦାକିନୀ ନଦୀ ର ତଳିଆ ଅଂଚଳ ଭୟଭୀତ ଅବସ୍ତା ରେ ଅଛନ୍ତି । ଗତ ଦୁଇ ବର୍ଷ ମଧ୍ୟରେ ରଣପୁର ଅଂଚଳ ରେ ମନ୍ଦାକିନୀ ନଦୀ ରେ ପ୍ରବଳ ବନ୍ୟା ଆସିଛି । ପାହାଡିଆ ନଦୀ ହୋଇଥିଲେ ମଧ୍ୟ ନଦୀ କୂଳ ଗ୍ରାମ ଗୁଡିକ ଜଳ ନିଷ୍କାଷନ ହୋଇ ପାରିନଥିବା ଯୋଗୁଁ ଘର ଭିତରେ ପାଣି ପସି ପରିବାର ସ୍ଥିତି ବେହାଲ । ମନ୍ଦାକିନୀ ନଦୀକୂଳ ରାଜନଗଡ ,  ଶ୍ୟାମଘନପୁର ,  ଲତାର ଠାରୁ ଇଛାପୁର ପର୍ଯ୍ୟନ୍ତ ନଦୀକୂଳ ଗାଁ ଗୁଡିକ ଘରେ ବନ୍ୟା ଜଳ ପଶିବା ଭୟ କରୁଛନ୍ତି । କିନ୍ତୁ ଲୋଧାଚୁଆ ଗ୍ରାମ ପଞ୍ଚାୟତ ରାଜନଗଡ ଗ୍ରାମରେ ଘରେ ପଶିବା ଯୋଗୁଁ ବହୁ ପରିବାର ଏବେବି ଭୟଭୀତ ।

ଏ ସର୍ମ୍ପକେ ରଣପୁର ତହସିଲଦାର ସଂଜୟ କୁମାର ସାମନ୍ତରାୟ ଙ୍କ ସହ ଯୋଗାଯୋଗ କରିବାରେ କୁହନ୍ତି ଯେ ରେଭେନ୍ୟୁ ନିରୀକ୍ଷକ ମାନଙ୍କୁ ନିର୍ଦେଶ ଦିଆଯାଇଅଛି । ସେମାନଙ୍କ ରିପୋର୍ଟ ଅନୁଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଅପରପକ୍ଷେ ଚମ୍ପତିପୁର ଛକରେ ଏକ ଉଠା ଦୋକାନ ଭାସିଯିବା ସହ ରାସ୍ତା ରେ ସ୍କୁଟି ଚାଳକ ଙ୍କ ଅବସ୍ତା ଦେଖିଲେ ଅବସ୍ତା ସର୍ମ୍ପକେ ବୁଝିପାରିବେ । ଗୋପାଳପୁର ରୁ ରଣପୁର , ରଣପୁର ରୁ ଚମ୍ପତିପୁର , ଲତାର ରୁ ଜେଲଛକ ରାସ୍ତା ଉପରେ ପାଣି ଯୋଗୁଁ ଅବସ୍ତା ସୋଚନୀୟ । ସେହିଭଳି ଭାବରେ କଙ୍କଡାଝର ନଦୀରେ ବନ୍ୟା ଜଳ ଆସିବା ଯୋଗୁଁ ନୂଆ ନନ୍ଦପୁର , ସୁରୁର୍କାବାଡି , ନନ୍ଦପୁର , ଭଗବାନପୁର , ବଳଭଦ୍ରପୁର , ବାସୁସଦିଆ ଆଦି ଗ୍ରାମରେ ଅନେକ କ୍ଷୟକ୍ଷତି ହୋଇଥିବା ସୂଚନା ମିଳିଛି । ଜିଲ୍ଲା ପ୍ରଶାସନ ରଣପୁର ର ବନ୍ୟାସ୍ଥିତି ପ୍ରତି ଦୃଷ୍ଟି ଦେଇ ଆକଳନ ପୁର୍ବକ କ୍ଷତିପୂରଣ ଦେବାପାଇଁ କ୍ଷତିଗ୍ରସ୍ତ ମାନେ ଦାବୀ କରୁଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.