Home ଓଡ଼ିଶା ରଣପୁର ବିଧାୟକ ବାଦଲ ପ୍ରଧାନ ଙ୍କ ଦ୍ୱାରା କୋଇଲମା ରାସ୍ତା ଶିଳାନ୍ୟାସ

ରଣପୁର ବିଧାୟକ ବାଦଲ ପ୍ରଧାନ ଙ୍କ ଦ୍ୱାରା କୋଇଲମା ରାସ୍ତା ଶିଳାନ୍ୟାସ

41

ନୟାଗଡ/୧୬/୪(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)-ନୟାଗଡ ଜିଲ୍ଲା ରଣପୁର ବ୍ଲକ୍ ବୃନ୍ଦାବନପୁର ରାସ୍ତାର ଉନ୍ନତିକରଣ ପାଇଁ ରଣପୁର ବିଧାୟକ ତଥା ନୟାଗଡ ଜିଲ୍ଲ୍‌ା ଯୋଜନା ବୋର୍ଡ ଅଧ୍ୟକ୍ଷ ସତ୍ୟନାରାୟଣ ପ୍ରଧାନଙ୍କ ଦା୍ୱରା ଶିଳାନ୍ୟାସ ହୋଇଯାଇଅଛି । ଏହି ରାସ୍ତାଟି ପୂର୍ବରୁ ଗ୍ରାମ୍ୟ ଉନ୍ନୟନ ବିଭାଗ ଅଧିନରେ ଥିଲା । ବର୍ତମାନ ରଣପୁର ପୂର୍ତ୍ତ ବିଭାଗ ଅଧିନକୁ ଯିବାପରେ ଆନ୍ତରାଜ୍ୟ ବ୍ଲକ୍ ସଂଯୋଗୀକରଣ  ଯୋଜନାରେ  ଛଅକୋଟି ଛଅଲକ୍ଷ ଟଙ୍କା ବ୍ୟୟ ବରାଦରେ କାର୍ଯ୍ୟ  ଆରମ୍ଭ ହେବାକୁ ଯାଉଅଛି । ଶିଳାନ୍ୟାସ ସମୟରେ ରାଜ୍ୟ ବିଜୁ ଜନତା ଦଳର ପ୍ରବକ୍ତା ଡ.ସଂନ୍ତୋଷ ଲେଙ୍କା ,ପୁରୀ ଜିଲ୍ଲ୍‌ା ସାଂସଦ ପ୍ରତିନିଧି ପ୍ରଭାତ କୁମାର ଦଳବେହେରା , ବିଜୁ ଜନତା ଦଳର ବ୍ଲକ୍ ସଭାପତି ପାଣ୍ଡବ ସେଠୀ,ଯୁବନେତା ସଚ୍ଚିକାନ୍ତ ଷଡଙ୍ଗୀ ,ପୂର୍ତ୍ତ ବିଭାଗ ନୟାଗଡ ଜିଲ୍ଲ୍‌ା କାର୍ଯ୍ୟ ନିର୍ବାହୀ ଯନ୍ତ୍ରୀ,ଉପଖଣ୍ଡ ଯନ୍ତ୍ରୀ, ରଣପୁର ପୂର୍ତ ବିଭାଗ ସହକାରୀ ଯନ୍ତ୍ରୀ ଦୟାନିଧି ରାୟଗୁରୁ ଉପସ୍ଥିତ ଥିଲେ ।

ଏହି ରାସ୍ତା ୩ ଗୋଟି ଗ୍ରାମପଂଚାୟତ ଲୋଧାଛୁଆଠାରୁ ବୃନ୍ଦାବନପୁର ,ଗୈାରାଙ୍ଗପୁରକୁ ସଂଯୋଗ କରିଅଛି । ଏହି ରାସ୍ତା ଉନ୍ନତିକରଣ ହେଲେ କୋଇଲମା,ଲେଖନପୁର,ବିନୋଦପଡା, ବୃନ୍ଦାବନପୁର,ବ୍ରଜସୁନ୍ଦରପୁର,କଂକିଆ,ପିମ୍ପଲ ଓ ଗୈାରାଙ୍ଗପୁର ଗ୍ରାମର କୃଷକମାନେ ଉପକୃତ ହୋଇପାରିବେ । କୋଭିଡ୍ କଟକଣା ଭିତରେ ବରିଷ୍ଠ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ମହାଦେବ ମହାରଣା ଙ୍କ ସଭାପତିତ୍ୱରେ ଏକ ପଥପ୍ରାନ୍ତ ସଭା କରାଯାଇଥିଲା । ସଭାରେ ଉଦ୍‌ବୋଧନ ଦେଇ ବିଧାୟକ କହିଥିଲେ ଯେ ମୋର ଲକ୍ଷ୍ୟ ହେଉଛି ପ୍ରତି କୃଷକ ପରିବାରକୁ ପାନୀୟଜଳ ,ଜମି କୁ ଜଳ ଓ ରାସ୍ତା ନିର୍ମାଣ କରିବା ,ଏଥି ସହ କୋଟଗଡଠାରୁ ଅଡାଲ, କୋଟଗଡଠାରୁ କୋଟଣୀଶିଳା ଓ କୋଟଗଡଠାରୁ ବିନୋଦପଡା ରାସ୍ତାର ଉନ୍ନତିକରଣ କରାଯିବା ସଂଗେ ସଂଗେ ମହାନଦୀରୁ ଜଳ ଆଣି ରଣପୁରବାସୀଙ୍କ ପାଇଁ ଏକ ମେଗାଜଳ ପ୍ରକଳ୍ପ କରାଯିବ । ଏଥିରେ କୋଭିଡ୍ କଟକଣା ଭିତରେ ପୁରୁଷ ଓ ମହିଳାମାନେ ଯୋଗଦେଇଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.