Home ଓଡ଼ିଶା ରଣପୁର ପୁର୍ତ୍ତରାସ୍ତା ମଝିରେ ମ୍ୟାନ୍ ହୋଲ୍ ଯାତାୟତ ବିପଦ ଶଙ୍କୁଳ

ରଣପୁର ପୁର୍ତ୍ତରାସ୍ତା ମଝିରେ ମ୍ୟାନ୍ ହୋଲ୍ ଯାତାୟତ ବିପଦ ଶଙ୍କୁଳ

88

ନୟାଗଡ(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)/୨୪/୦୭-ନୟାଗଡ ଜିଲ୍ଲା ରଣପୁର ପୁର୍ତ୍ତବିଭାଗ ଅଧିନରେ ଥିବା ରଣପୁର ଚାନ୍ଦପୁର ରାସ୍ତାର ବଡବରମୁଳ ଛକରେ ପିଚୁ ରାସ୍ତା ମଝିରେ ଏକ ମ୍ୟାନ୍ ହୋଲ୍ ହୋଇଥିବା ଦେଖିବାକୁ ମିଳିଛି । ଯାହା ଫଳରେ ଏହି ରାସ୍ତା ଦେଇ ଯାତାୟତ କରୁଥିବା ଭାରିଯାନ ଗୁଡିକ ବିପଦପୁର୍ଣ୍ଣ ଅବସ୍ଥାରେ ଯାତାୟତ କରୁଥିବା ଜଣା ପଡିଛି । ଏହି ରାସ୍ତା ଦେଇ ପ୍ରତ୍ୟେକ ଦିନ ଶତାଧିକ ଏପରିକି ଷୋହଳ ଚକିଆ ଓ ଅଠର ଚକିଆ ଭାରିଯାନ ଯାତାୟତ କରିଥାଏ ।

ବର୍ଷାର ପ୍ରାରମ୍ଭରୁ ଏହିଭଳି ମ୍ୟାନ ହୋଲ୍ ଦେଖି ଆଗକୁ ଅଧିକ ବର୍ଷା ହେଲେ ଅବସ୍ଥା କଣ ହେବ ଯାତାୟତ କରୁଥିବା ଲୋକମାନେ ଭୟଭୀତ ହୋଇଥିବା ଜଣା ପଡିଛି । ମ୍ୟାନ୍ ହୋଲ ଭିତରେ ସାଇକେଲ୍‌, ମୋଟର ସାଇକେଲ୍ ଗଳିପଡିବାର ସମ୍ଭାବନା ରହିଛି । ଏ ସମ୍ପର୍କେ ରଣପୁର ପୁର୍ତ୍ତବିଭାଗ ଯନ୍ତ୍ରୀ ଦୟାନିଧି ରାୟଗୁରୁଙ୍କ ସହ ଯୋଗା ଯୋଗ କରିବାରେ କୁହନ୍ତି ଯେ ମ୍ୟାନ୍ ହୋଲ ହୋଇଥିବା ଖବର ପାଇଲି ତୁରନ୍ତ ଲୋକ ପଠାଇ ଏହାର ମରାମତି କରାଯିବ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.