Home ଓଡ଼ିଶା ରଣପୁର ଥାନା ପକ୍ଷରୁ ମାସ୍କ ଚେକିଙ୍ଗ୍ କଡାକାଡି

ରଣପୁର ଥାନା ପକ୍ଷରୁ ମାସ୍କ ଚେକିଙ୍ଗ୍ କଡାକାଡି

31

ନୟାଗଡ/୧୬/୦୪(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)- କରୋନା ର ଦ୍ୱିତୀୟ ଲହର ଭୟଙ୍କର ରୂପ ନେଇ ମାଡି ଆସୁଥିବା ବେଳେ ରାଜ୍ୟ ସରକାର କୋଭିଡ୍ କଟକଣା କୁ କଡାକଡି କରିବା କୁ ନିର୍ଦେଶ ଦେଇଛନ୍ତି । ଯାହାକୁ ନେଇ ନୟାଗଡ ଜିଲ୍ଲା ଏସ୍‌.ପି. ସିଦ୍ଧାର୍ଥ କଟାରିଆ ଙ୍କ ନିର୍ଦେଶ ରେ ରଣପୁର ଥାନା ତରଫରୁ ଏପ୍ରିଲ ୧୬ ତାରିଖ ଅପରାହ୍ନ ରଣପୁର ବଜାର ରେ ମାସ୍କ ଚେକିଙ୍ଗ୍ କୁ କଡାକଡି କରାଯାଇଥିବା ଜଣାପଡିଛି ।

ରଣପୁର ଥାନା ଇନିସ୍ପେକ୍ଟର ଜ୍ୟୋତି ପ୍ରକାଶ ପଣ୍ଡା ଓ ସବ୍ ଇନିସ୍ପେକ୍ଟର ପ୍ରିତି ପ୍ରକାଶ ମହାନ୍ତି ଅମାନିଆ ଙ୍କ ଠାରୁ ମାସ୍କ ଚେକିଙ୍ଗ୍ କରି ତଣ୍ଡ ଆଦାୟ କରୁଛନ୍ତି । ଆସନ୍ତା ୧୭ ଏପ୍ରିଲ ଠାରୁ ନାଇଟ୍ କର୍ଫ୍ୟୁ କୁ ମଧ୍ୟ ଜୋରଦାର ଭାବେ ଚେକିଙ୍ଗ୍ କରାଯିବ ବୋଲି ରଣପୁର ଥାନା ଇନିସ୍ପେକ୍ଟର ଜ୍ୟୋତି ପ୍ରକାଶ ପଣ୍ଡା ସୂଚନା ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.