Home ଓଡ଼ିଶା ରଣପୁର କଲ୍ୟାଣ ମଣ୍ଡପ ପାଲଟିଲା ଘୁଷୁରିଆ ଙ୍କ ବିଶ୍ରାମସ୍ଥଳୀ

ରଣପୁର କଲ୍ୟାଣ ମଣ୍ଡପ ପାଲଟିଲା ଘୁଷୁରିଆ ଙ୍କ ବିଶ୍ରାମସ୍ଥଳୀ

37

ନୟାଗଡ(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)/୨୭/୦୯- ନୟାଗଡ ଜିଲ୍ଲା ରଣପୁର ରେ ଦୀର୍ଘଦିନ ହେଲା ଏକ କଲ୍ୟଣ ମଣ୍ଡପ ଆବଶ୍ୟକତାକୁ  ଓପଲଦ୍ଧି କରି ୧୨ ବର୍ଷ ତଳେ ନୂଆଗାଁ ନିକଟରେ ଏକ କଲ୍ୟାଣ ମଣ୍ଡପ ନିର୍ମାଣ କାର୍ଯ୍ୟ ୧୦ ଲକ୍ଷ ଟଙ୍କା ବ୍ୟୟ ବିନିମୟ ରେ ଆରମ୍ଭ ହୋଇଥିଲା । ପରବର୍ତ୍ତୀ ପର୍ଯ୍ୟାୟ ରେ ମଧ୍ୟ ୫ ଲକ୍ଷ ଟଙ୍କ ବ୍ୟୟ କରାଯାଇଥିବା ଜଣାପଡିଛି । କିନ୍ତୁ ଏହି କଲ୍ୟାଣ ମଣ୍ଡପଟି ଏବେ ଜନ ସାଧାରଣ ଙ୍କ ଉପକାର ରେ ଲାଗୁ ନାହିଁ । ଏହି କଲ୍ୟାଣି ମଣ୍ଡପ ଟିକୁ ଘୁଷୁରିଆ ମାନେ ନିଜର ଆବାସସ୍ଥଳୀ ରୂପେ ବାଛି ନେଇଛନ୍ତି । ଯାହାଫଳ ରେ ପରିବେଶ ର୍ଦୁଗନ୍ଧମୟ ପାଲଟିଛି । ଏ ସର୍ମ୍ପକେ ରଣପୁର ବିଜୁ ଜନତା ଦଳ ନଗର ସଭାପତି ସ୍ୱରାଜ ମହାନ୍ତି କୁହନ୍ତି କଲ୍ୟାଣ ମଣ୍ଡପଟି ଏ ଯାଏଁ କାର୍ଯ୍ୟ ସରିନାହିଁ ।

ବିଦ୍ୟୁତିକରଣ ଓ ଜଣ ଯୋଗାଣ ର ବ୍ୟବସ୍ଥା ହୋଇନାହିଁ । ରଣପୁର ବ୍ଲକ ବିଭାଗୀୟ ଅଧିକାରୀ ଙ୍କ ନାମରେ କାର୍ଯ୍ୟାଦେଶ ଥିଲେ ମଧ୍ୟ କାର୍ଯ୍ୟ କରୁଥିବା ଠିକାଦାର ଙ୍କ ପାଖରେ କଲ୍ୟାଣ ମଣ୍ଡପର ଘର ଚାବି ରହିଅଛି । ଏ ସର୍ମ୍ପକେ ରଣପୁର ବ୍ଲକ ମଣ୍ଡଳ ଉନ୍ନୟନ ଅଧିକାରିଣୀ ଋତୁପର୍ଣ୍ଣା ମହାପାତ୍ର ଙ୍କ ସହ ଯୋଗାଯୋଗ କରିବାରେ କୁହନ୍ତି ଯେ ଆମ୍ଭେ ନୂତନ ଭାବେ କାର୍ଯ୍ୟଭାର ଗ୍ରହଣ କରିଅଛୁ । ବୁଝିବାକୁ ପଡିବ କଣ ପାଇଁ ଦିର୍ଘ ଦୀନ ହେଲା ନିର୍ମାଣ କାର୍ଯ୍ୟ ଅଟକିଛି । ଏଥି ସହ ନିର୍ମାଣାଧିନ ଗୃହ କେଉଁ ଅଧିକାରୀ ଙ୍କ ନାମରେ କାର୍ଯ୍ୟାଦେଶ ରହିଅଛି । ଘୁଷୁରିଆ ମାନଙ୍କୁ କିଏ ରହିବା ପାଇଁ କହିଅଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.