Home ଓଡ଼ିଶା ରଣପୁର ଏନ୍ ଏ ସି ରେ ମା ହରଚଣ୍ଡୀ ଗୋଶାଳା ଉଦଘାଟିତ

ରଣପୁର ଏନ୍ ଏ ସି ରେ ମା ହରଚଣ୍ଡୀ ଗୋଶାଳା ଉଦଘାଟିତ

45

ନୟାଗଡ(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)/୧୪/୦୧- ନୟାଗଡ ଜିଲ୍ଲା ରଣପୁର ବିଜ୍ଞାପିତ ଅଂଚଳ ପରିଷଦ ମକର ସଂକ୍ରାନ୍ତି ଜାନୁୟାରୀ ୧୪ ତାରିଖ ମଧ୍ୟାନ୍ନରେ  ମା ହରଚଣ୍ଡି ଗୋଶାଳାର ଶୁଭଉଦଘାଟନ ହୋଇଯାଇଅଛି । ରଣପୁର ଅଂଚଳରେ ଗୋଶାଳା ନଥିବାରୁ ଗୋଚାଲାଣ ବଢିଚାଲିଥିଲା । ଅନେକ ସମୟରେ ବୃଦ୍ଧ ବୃଦ୍ଧା ଗୋମାତା ମାନଙ୍କୁ ବିଧର୍ମୀ ମାନଙ୍କୁ ବିକ୍ରିକରି ଦିଆଯାଉଥିଲା । ପୋଲିସ ପ୍ରଶାସନ ଗୋମାତା ମାନଙ୍କୁ ଜବତ କଲାପରେ କେଉଁଠି ଛାଡିବ ସେନେଇ ସଙ୍କଟ ଦେଖାଦେଉଥିଲା ।

ରଣପୁର ୧୧ନଂ ୱାର୍ଡର  ଗୋ ସେବକ ସନାତନ ରଣା ଏକ ଗୋସୁରକ୍ଷା ବାହିନୀ ଗଠନ କରି ଗୋମାତାର ସୁରକ୍ଷା ପାଇଁ ଉଦ୍ୟମକରି ଗୋଶାଳା ଗଠନ କରିଥିବା ଜଣାପଡିଛି । ରଣପୁର ବିଜେଡି ନଗର ସଭାପତି ସ୍ୱରାଜ ମହାନ୍ତି ଗୋଶାଳାକୁ  ଉଦଘାଟନ କରିଥିଲେ । ପରେ ଗୋ ପୂଜନ ଉତ୍ସବ ଅନୁଷ୍ଠିତ ହୋଇଥିଲା । ଗୋମାତାର ସୁରକ୍ଷା ପାଇଁ କୋଭିଡ୍ କଟକଣା ଭିତରେ ଏକ ସଭା କରାଯାଇଥିଲା । ସଭାରେ ସମ୍ମାନିତ ଅତିଥି ଭାବେ ରଣପୁର ଥାନା ଉପ ନିରୀକ୍ଷକ ପ୍ରିତି ପ୍ରକାଶ ମହାନ୍ତି , ରଣପୁର ବ୍ଲକ ପଶୁଧନ ଅଧିକାରୀ ଆଚାର୍ଯ୍ୟ ଚନ୍ଦ୍ରକାନ୍ତ ପଟ୍ଟଯୋଷୀ , ରଣପୁର ବିଜ୍ଞାପିତ ଅଂଚଳ ପରିଷଦ ପୁର୍ବତନ ଅଧ୍ୟକ୍ଷା ସବିତା ଦାସ , ପୁର୍ବତନ ଉପାଧକ୍ଷ ପ୍ରିୟବ୍ରତ ପ୍ରହରାଜ , ପୁର୍ବତନ କାଉନସିଲର ରଶ୍ମିତା ମାଝୀ , ନିଳିମା ନାୟକ ଓ ଜୟନ୍ତି ମହାରଣା ଯୋଗ ଦେଇଥିଲେ । କାଳିଆ ମାଝୀ ସହ ଗୋ ସୁରକ୍ଷା ବାହିନୀର ଅନେକ ସଭ୍ୟ ଯୋଗ ଦେଇଥିଲେ । ଶେଷରେ ଗୋସେବକ ସନାତନକୁ ସମସ୍ତେ ସମ୍ମାନିତ କରିଥିଲେ । ବୁଢା ମହାପାତ୍ର ସଭା ସଂଯୋଜନା କରି ଧନ୍ୟବାଦ ଦେଇଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.