Home ଓଡ଼ିଶା ରଣପୁର ଆନ୍ତଃରାଜ୍ୟ ଭଲି ପ୍ରତିଯୋଗିତା ଫାଇନାଲ୍ ରେ ସ୍ପୋର୍ଟସ ହଷ୍ଟେଲ ଭୂବନେଶ୍ୱର ବିଜୟୀ

ରଣପୁର ଆନ୍ତଃରାଜ୍ୟ ଭଲି ପ୍ରତିଯୋଗିତା ଫାଇନାଲ୍ ରେ ସ୍ପୋର୍ଟସ ହଷ୍ଟେଲ ଭୂବନେଶ୍ୱର ବିଜୟୀ

29

ନୟାଗଡ/୨୨/୨(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)- ନୟାଗଡ ଜିଲ୍ଲା ରଣପୁର ପଞ୍ଚୁଦୋଳ ପଡିଆ ଠାରେ ରବିବାର ଅପରାହ୍ନରେ ମା ମଣିନାଗ ଭଲି ଆସୋସିଏସନ୍ ତରଫରୁ ଆନ୍ତଃରାଜ୍ୟ ସ୍ତରୀୟ ଦିବାରାତ୍ର ଏକ ଦିବସୀୟ ଭଲିବଲ୍ ଟୁର୍ଣ୍ଣାମେଣ୍ଟ ଉଦ୍‌ଯାପିତ ହୋଇଯାଇଅଛି । ଏହି ଉଦଘାଟନ ଉତ୍ସବ ରେ ମୁଖ୍ୟ ଅତିଥି ଭାବେ ରଣପୁର ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ସତ୍ୟ ନାରାୟଣ ପ୍ରଧାନ (ବାଦଲ ଭାଇ) ଯୋଗ ଦେଇ ଉଦଘାଟନ କରିଥିଲେ । ସମ୍ମାନିତ ଅତିଥି ଭାବେ ରଣପୁର ପୁର୍ବତନ ରେଞ୍ଜର ପ୍ରଶନ୍ନ କୁମାର ବିଶ୍ୱାଳ  , ଇ. ବେବାଶିଷ ପଟ୍ଟନାୟକ,ପ୍ରଭାତ କୁମାର ଦଳବେହେରା , ସ୍ୱର୍ଣ୍ଣ ପ୍ରକାଶ ରାଉତରାୟ , ଯୁବ ନେତା ଲିଙ୍ଗରାଜ ନାୟକ , ସମ୍ବାଦିକ ରମେଶ ପ୍ରଧାନ ଓ ପ୍ରମୁଖ ଯୋଗ ଦେଇଥିଲେ । ଏହି ଭଲିଖେଳ ରେ ୪ ଗୋଟି ଦଳ ଯୋଗ ଦେଇଛନ୍ତି । ଦଳ ଗୁଡିକ ମଧ୍ୟରେ ରହିଛନ୍ତି ନାଗପୁର କ୍ଲବ , ବାଲେଶ୍ୱର କ୍ଲବ, ତ୍ରୀବେଣୀ ଆର୍ଥ ପ୍ରାଇଭେଟ୍ ଲିମିଟେଡ୍ କେନ୍ଦୁଝର ଓ ସ୍ପୋର୍ଟସ୍ ହଷ୍ଟେଲ ଭୂବନେଶ୍ୱର । ଫାଇନାଲ ମ୍ୟାଚ୍ ସ୍ପୋର୍ଟସ୍ ହଷ୍ଟେଲ ଭୂବନେଶ୍ୱର ଓ ତ୍ରିବେଣୀ ଆର୍ଥ ପ୍ରାଇଭେଟ୍ ଲିମିଟେଡ କେନ୍ଦୁଝର ମଧ୍ୟରେ ଅନୁଷ୍ଟିତ ହୋଇଥିଲା ।

ଏଥିରେ ତ୍ରିବେଣୀ ଆର୍ଥ ପ୍ରାଇଭେଟ୍ ଲିମିଟେଡ କେନ୍ଦୁଝର କୁ ସ୍ପୋର୍ଟସ୍ ହଷ୍ଟେଲ ଭୂବନେଶ୍ୱର ପରାସ୍ତ କରି ଚମ୍ପିଆନ ହୋଇଥିଲା । ଏହି ଦିବାରାତ୍ର ଖେଳ ରେ ୪ ଦଳ ଯାକ ପରସ୍ପର ପରସ୍ପର କୁ ଭେଟିଥିଲେ  ା ଏହି ଖେଳ ର ରେଫରି ଭାବେ  ଜାତୀୟ ସ୍ତରର ରେଫରି ବିଦୁତ୍ ଭୁଷଣ ରଥ , ଶ୍ରୀକାନ୍ତ କୁମାର ନାୟକ , ତ୍ରିଲୋଚନ ଦାଶ ଓ ରାଜ୍ୟ ସ୍ତରୀୟ ପ୍ରିୟ ରଞ୍ଜନ ସାହୁ ପ୍ରମୁଖ ଖେଳ କୁ ପରିଚାଳନା କରିଥିଲେ । ଚମ୍ପିଆନ ଦଳ ସ୍ପୋର୍ଟସ୍ ହଷ୍ଟେଲ ଭୂବନେଶ୍ୱର କୁ ଚମ୍ପିଆନ ଟ୍ରଫି ସହ ନଗଦ ୬ ହଜାର ଟଙ୍କା ଅର୍ଥ ପ୍ରାଦାନ କରାଯାଇଥିଲା । ସେହିଭଳି ଭାବରେ ରନର୍ସଅପ୍ ଦଳ ତ୍ରିବେଣୀ ଆର୍ଥ ପ୍ରାଇଭେଟ୍ ଲିମିଟେଡ କେନ୍ଦୁଝର ରନର୍ସଅପ୍ ଟ୍ରଫି ସହ ନଗଦ ୪ ହଜାର ଟଙ୍କା ଅର୍ଥ ପ୍ରଦାନ କରାଯାଇଥିଲା । ମା ମଣିନାଗ ଭଲି ଆସୋସିଏସନ୍ ର ସଭାପତି ଦିପକ ସିଠ ସମ୍ପାଦକ ବିଶ୍ୱଜିତ୍ ପଟ୍ଟନାୟକ  ଓ ଆବାହକ ଆକାଶ କୁମାର ସ୍ୱାଇଁ ଓ ରଣପୁର ଜନସାଧାରଣ ସହଯୋଗ କରିଥିଲେ । ଏହି ମ୍ୟାଚ୍ କୁ ଦେଖିବା ପାଇଁ  ହଜାର ହଜାର ଦର୍ଶକ ଙ୍କ ଭିଡ ଜମି ଥିବା ଦେଖିବାକୁ ମିଳିଥିଲା । ଏହି ଭଲି ଖେଳ ର ମୁଖ୍ୟ ଆର୍କଷଣ ଚିୟର୍ଶ ଗାଲ୍ ଙ୍କ ନୃତ୍ୟ ଉପସ୍ଥିତ ଦର୍ଶକ ଙ୍କ ମନ ଜିଣିଥିଲା ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.