Home ଓଡ଼ିଶା ରଣପୁର ଅଂଚଳରେ ଜୀବପ୍ରେମୀଙ୍କ ଜୀବପ୍ରେମ

ରଣପୁର ଅଂଚଳରେ ଜୀବପ୍ରେମୀଙ୍କ ଜୀବପ୍ରେମ

175

ନୟାଗଡ(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)/୧୧/୦୮-ସମାଜରେ ମାନବ ପ୍ରେମୀ, ପ୍ରକୃତି ପ୍ରେମୀ ଓ ଜୀବପ୍ରେମୀଙ୍କ ଭଳି ଅନେକ ପ୍ରେମୀ ଦେଖାଯାନ୍ତି । ସେହିଭଳି ଭାବରେ ନୟାଗଡ ଜିଲ୍ଲା ରଣପୁର ତିରୁ ସାମନ୍ତରାୟ ଜଣେ ଜୀବପ୍ରେମୀ ହିସାବରେ ଜୀବଜନ୍ତୁ ମାନଙ୍କୁ ପ୍ରେମ କରୁଥିବାର ଦେଖା ଦେଇଛି । କୋଭିଡ୍‌-୧୯ ଲକ୍‌ଡାଉନ୍ ସଟ୍‌ଡାଉନ୍ ସମୟରେ ଦୋକାନ, ବଜାର ଓ ହୋଟେଲ ବନ୍ଦ ରହିବାରୁ ଅନେକ ଜୀବ ଖାଇବା ପାଇଁ ପାଉନଥିବାର ଦେଖାଯାଏ । କଥାରେ ଅଛି ମାଙ୍କଡ ସଙ୍ଗେ କଲେଭାବ ଅବଶ୍ୟ ରାମ୍ପୁଡା ପାଇବ ।

କିନ୍ତୁ ତିରୁଙ୍କଠାରେ ଅଲଗା ଭାବ ଦେଖିବାକୁ ମିଳିଛି । ତିରୁ ସାମନ୍ତରାୟ ସକାଳୁ ଉଠି ପ୍ରତିଦିନ ବୁଲା କୁକୁର ଓ ବୁଲା ହନୁମାଙ୍କଡ ମାନଙ୍କୁ ଖାଦ୍ୟ ପ୍ରଦାନ କରିଥାନ୍ତି । ମାଙ୍କଡମାନେ ଭାବିନେଇଥାନ୍ତି ତିରୁ ସାମନ୍ତରାୟ ସେମାନଙ୍କ ପାଇଁ ଜଣେ ଉତ୍ତମ ଖାଦ୍ୟଦାତା । ତେଣୁ ତାଙ୍କ ଚାରିପଟେ ଭାଇଚାରା ଭଳି ସମ୍ପର୍କରେ ମାଙ୍କଡମାନେ ବସି ଖାଦ୍ୟ ଗ୍ରହଣ କରିଥାନ୍ତି । ରଣପୁର ର ଏକ ଅନନ୍ୟ ଜୀବପ୍ରେମୀ ଭାବରେ ତିରୁଙ୍କ ରଣପୁର ରେ ସୁନାମ ରହିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.