Home ଖେଳ ରଣପୁରରେ ପ୍ରଦର୍ଶନୀ କ୍ରୀଡ଼ା ପ୍ରତିଯୋଗିତା ଅନୁଷ୍ଠିତ

ରଣପୁରରେ ପ୍ରଦର୍ଶନୀ କ୍ରୀଡ଼ା ପ୍ରତିଯୋଗିତା ଅନୁଷ୍ଠିତ

22

ନୟାଗଡ଼ ୨୯/୦୮ (ଓଡ଼ିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ) – ଜାତୀୟ କ୍ରୀଡ଼ା ଦିବସ ତଥା ମେଜର ଧ୍ୟାନଚାନ୍ଦଙ୍କ ଜନ୍ମ ଜୟନ୍ତୀ ପାଳନ ଅବସରରେ ରଣପୁର ସ୍ପୋର୍ଟସ୍ ଆସୋସିଏସନ୍ ତରଫରୁ କ୍ରିଡା ପ୍ରଦର୍ଶନୀ ଅନୁଷ୍ଠିତ ହୋଇଯାଇଅଛି। ରଣପୁର ବାଘସାମନ୍ତ ପଡିଆରେ ଏହି ପ୍ରଦର୍ଶନୀ କ୍ରୀଡା ପ୍ରତିଯୋଗିତା ଅପରାହ୍ନ ୩ ଘଟିକା ସମୟରେ ଅନୁଷ୍ଠିତ ହୋଇଥିଲା। ପ୍ରଦର୍ଶନୀ କ୍ରୀଡା ଭାବେ ହକି, ଭଲିବଲ ଓ ଫୁଟ ବଲ ଖେଳ ର ବନ୍ଧୁତ୍ୱପୁର୍ଣ୍ଣ ପ୍ରତିଯୋଗିତା ହୋଇଥିଲା।

ସ୍ପୋର୍ଟସ୍ ଆସୋସିଏସନ୍ ର ସଭାପତି ତଥା ରଣପୁର ବିଧାୟକ ସତ୍ୟ ନାରାୟଣ ପ୍ରଧାନ, ସମ୍ପାଦକ ସ୍ୱରାଜ ମହାନ୍ତି, ଉପଦେଷ୍ଟା ନୟାଗଡ ଜିଲ୍ଲା ପରିଷଦ ସଭାପତି ଇଂ ଦେବାଶିଷ ପଟ୍ଟନାୟକ, ରଣପୁର ବିଜ୍ଞାପିତ ଅଂଚଳ ପରିଷଦ ଅଧକ୍ଷା ରଙ୍ଗୀନ ମହାନ୍ତି ଓ ଉପାଧକ୍ଷ ବିଶ୍ୱରଞ୍ଜନ ପଟ୍ଟନାୟକ ଯୋଗ ଦେଇଥିଲେ। ରଣପୁର ରେ ହକି ଖେଳ ପ୍ରତି ଛାତ୍ର ଛାତ୍ରୀ ମାନଙ୍କ ଆଗ୍ରହ ସର୍ମ୍ପକରେ ବୁଝାଇଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.