Home ଜିଲ୍ଲା ପରିକ୍ରମା ଯୌତୁକ ପାଇଁ ଗଲା ମହିଳାଙ୍କ ଜୀବନ, ନ୍ୟାୟ ପାଇଁ ଏସ୍ପିଙ୍କ ଦ୍ୱାରସ୍ଥ ହେଲା ପରିବାର

ଯୌତୁକ ପାଇଁ ଗଲା ମହିଳାଙ୍କ ଜୀବନ, ନ୍ୟାୟ ପାଇଁ ଏସ୍ପିଙ୍କ ଦ୍ୱାରସ୍ଥ ହେଲା ପରିବାର

36

ଭଦ୍ରକ, ୧୯ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଯୌତୁକ ପାଇଁ ମହିଳାଙ୍କ ହତ୍ୟା ଅଭିେଯାଗ ହୋଇଥିବାବେଳେ ନ୍ୟାୟ ପାଇଁ ଏସ୍ପିଙ୍କ ଦ୍ବାରସ୍ଥ ହେଲେ ମାଆ। ସୂଚନା ଅନୁସାରେ ଭଦ୍ରକ ଜିଲା ସ୍ବାସ୍ଥ୍ୟ ସମିତି ଅଧୀନରେ ନର୍ସ ଭାବେ କାର୍ଯ୍ୟରତ ଥିଲେ ଭଦ୍ରକ ଜିଲା ଟାଉନ୍ ଥାନା ଅଧୀନସ୍ଥ କୁଆଁସ ଅଂଚଳର ଅନୁସୟା ମୁଖୀ। ସେ ପିରତିପୁର ଗାଁର ମନୋଜ ଦାସଙ୍କୁ ପ୍ରେମ ବିବାହ କରିଥିଲେ। ଶ୍ବଶୁରଘର ଲୋକେ ବିବାହକୁ ଗ୍ରହଣ କରିନଥିଲେ। ପରେ ଆପୋଷ ବୁଝାମଣାରେ ଶ୍ବଶୁର ଘରକୁ ଯାଇଥିଲେ। କିନ୍ତୁ ତାଙ୍କୁ ଯୌତୁକ ପାଇଁ ନିର୍ଯ୍ୟାତନା ଦିଆଯାଉଥିବା ମୃତକଙ୍କ ମାଆ ଅଭିଯୋଗ କରିଛନ୍ତି। ଗୁରୁତର ଅବସ୍ଥାରେ ତାଙ୍କୁ ଭଦ୍ରକ ମେଡିକାଲରୁ କଟକ ସ୍ଥାନାନ୍ତର କରାଯାଇଥିବାବେଳେ ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା। ଏ ନେଇ ମୃତକଙ୍କ ମାଆ ଥାନାରେ ଅଭିେଯାଗ କରିଥିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ନନିଆଯିବାରୁ ମୃତକଙ୍କ ପରିବାର ଲୋକେ ଭଦ୍ରକ ଏସ୍ପିଙ୍କ ଦ୍ବାରସ୍ଥ ହୋଇଥିବାର ଜଣାପଡିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.