Home ଜିଲ୍ଲା ପରିକ୍ରମା ଯୌତୁକ ପାଇଁ ଗର୍ଭବତୀ ନବବଧୂଙ୍କୁ ହତ୍ୟା ଅଭିଯୋଗ, ସ୍ୱାମୀ ଅଟକ

ଯୌତୁକ ପାଇଁ ଗର୍ଭବତୀ ନବବଧୂଙ୍କୁ ହତ୍ୟା ଅଭିଯୋଗ, ସ୍ୱାମୀ ଅଟକ

20

ଭଦ୍ରକ, ୧୫ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ତିହିଡ଼ି ଥାନା ତାଳପଦା ପଂଚାୟତ ଅଧୀନ ତାଳପଦା ଗ୍ରାମର ମୋନାଲିଶା ଜେନା ୨୬ ନାମ୍ନୀ ଜଣେ ଗର୍ଭବତୀ ନବବଧୂଙ୍କୁ ଯୌତୁକ ପାଇଁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି । ଏ ସମ୍ପର୍କରେ ପୁଲିସ ୨୧୧/୨୫ରେ ଏକ ମକଦ୍ଦମା ରୁଜୁ କରି ସ୍ୱାମୀ ଶଙ୍କର୍ଷଣ ଜେନାଙ୍କୁ ଅଟକ ରଖି ପଚରା ଉଚୁରା କରୁଥିବା ଜଣାପଡ଼ିଛି । ମୃତ ନବବଧୂଙ୍କ ବାବା ପଂଚାନନ ଜେନା ଅଭିଯୋଗ କରିଛନ୍ତି ଯେ, ତାଙ୍କ ଝିଅ ମୋନାଲିଶା ଗତ ୫ବର୍ଷ ପୂର୍ବେ ସେହି ଗ୍ରାମର ଟେରୁ ଜେନାଙ୍କ ପୁଅ ଶଙ୍କର୍ଷଣ ଜେନାଙ୍କୁ ବୈଦିକ ରୀତିରେ ବିବାହ କରିଥିଲେ । ବିବାହ ସମୟରେ ବରପକ୍ଷଙ୍କ ଦାବି ମୁତାବକ ଯୌତୁକ ଦିଆଯାଇଥିଲା । ମାତ୍ର ବିବାହର କିଛିଦିନ ପରେ ଅଧିକ ଯୌତୁକ ଦାବି କରି ମୋନାଲିଶାଙ୍କୁ ମାନସିକ ଓ ଶାରୀରିକ ନିର୍ଯ୍ୟାତନା ଦେଉଥିବା ବେଳେ ଅଧିକାଂଶ ସମୟରେ ମାଡ଼ ମାରୁଥିଲେ । ଶନିବାର ବିଳମ୍ବିତ ରାତିରେ ମୋନାଲିଶାଙ୍କୁ ତାଙ୍କ ଶଶୁରଘର ଲୋକ ମାଡ଼ ମାରିଥିଲେ । ଯାହାଫଳରେ ମୋନାଲିଶା ଗୁରୁତର ଆହତ ହୋଇଥିଲେ । ସେହିଦିନ ରାତିରେ ଗୁରୁତର ଅବସ୍ଥାର ତାଙ୍କୁ ଚିକିତ୍ସା ପାଇଁ ତିହିଡ଼ି ଡାକ୍ତରଖାନାରେ ଭର୍ତି କରାଯାଇଥିଲା । ସେଠାରେ ମୋନାଲିଶାଙ୍କ ଅବସ୍ଥା ସଂକଟାପନ୍ନ ହେବାରୁ ତାଙ୍କୁ ଭଦ୍ରକ ଡାକ୍ତରଖାନା ସ୍ଥାନାନ୍ତର କରାଯାଇଥିଲା । ଭଦ୍ରକ ଡାକ୍ତରଖାନାରେ ପହଂଚିବା ପରେ ଡାକ୍ତର ମୋନାଲିଶାଙ୍କୁ ମୃତ ବୋଲି ଘୋଷଣା କରିଥିଲେ । ମୋନାଲିଶାଙ୍କର ଗୋଟିଏ ୩ବର୍ଷର ଝିଅ ଥିବା ବେଳେ ସେ ୫ମାସର ଗର୍ଭବତୀ ଥିବା ବାପା ପଂଚାନନ ଅଭିଯୋଗରେ ଦର୍ଶାଇଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.