Home କେନ୍ଦୁଝର ଯୋଡ଼ା : ଟାଟା ଷ୍ଟିଲ ଖଣ୍ଡବନ୍ଧ ଖଣି ପ୍ରଦୂଷଣ ନିୟନ୍ତ୍ରଣ ଉତ୍କର୍ଷ ପୁରସ୍କାରରେ ସମ୍ମାନିତ, ୨୦୨୦-୨୧...

ଯୋଡ଼ା : ଟାଟା ଷ୍ଟିଲ ଖଣ୍ଡବନ୍ଧ ଖଣି ପ୍ରଦୂଷଣ ନିୟନ୍ତ୍ରଣ ଉତ୍କର୍ଷ ପୁରସ୍କାରରେ ସମ୍ମାନିତ, ୨୦୨୦-୨୧ ଆର୍ଥିକ ବର୍ଷରେ ୧୩, ୮୬୬ଟି ଚାରା ରୋପଣ

44

ଯୋଡା, ୧୫ା୯ (ଓଡିଆ ପୁଅ / ସେକ୍ ଜାବିର ମହମ୍ମଦ) : ଟାଟା ଷ୍ଟିଲ ଖଣ୍ଡବନ୍ଧ ଲୌହ ଓ ମାଙ୍ଗାନିଜ ଖଣିକୁ ଓଡ଼ିଶା ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ଼ ପକ୍ଷରୁ ‘ଖଣି” ବିଭାଗରେ ମର୍ଯ୍ୟାଦାଜନକ ପ୍ରଦୂଷଣ ନିୟନ୍ତ୍ରଣ ଉତ୍କର୍ଷ ପୁରସ୍କାର-୨୦୨୨ରେ ସମ୍ମାନିତ କରାଯାଇଛି। ବୁଧବାର ଦିନ ଭୁବନେଶ୍ୱରଠାରେ ଆୟୋଜିତ ଓଡ଼ିଶା ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ଼ (ଓଏସପିସିବି) ର ୩୯ତମ ପ୍ରତିଷ୍ଠା ଦିବସ ଅବସରରେ କମ୍ପାନୀ ପକ୍ଷରୁ ଖଣ୍ଡବନ୍ଧ ମାଇନିଂ ଅପରେସନ୍ସ ବିଭାଗ ମୁଖ୍ୟ ସୁଭ୍ରାଂଶୁ ଶେଖର ମିଶ୍ର, ଓଡ଼ିଶାର ମାନ୍ୟବର ଜଙ୍ଗଲ ଓ ପରିବେଶ, ପଞ୍ଚାୟତି ରାଜ ଓ ପାନୀୟ ଜଳ, ସୂଚନା ଓ ଲୋକସମ୍ପର୍କ ମନ୍ତ୍ରୀ ଶ୍ରୀ ପ୍ରଦୀପ କୁମାର ଅମାତଙ୍କଠାରୁ ଏହି ପୁରସ୍କାର ଗ୍ରହଣ କରିଥିଲେ। ଏହି ଅବସରରେ ଅନ୍ୟ ଗଣ୍ୟମାନ୍ୟ ଅତିଥିମାନଙ୍କ ମଧ୍ୟରେ ଓଡ଼ିଶା ସରକାରଙ୍କ ଜଙ୍ଗଲ ଓ ପରିବେଶ ବିଭାଗ ଅତିରିକ୍ତ ମୁଖ୍ୟ ସଚିବ ସୁଶାନ୍ତ ନନ୍ଦ ଏବଂ ଓଏସପିସିବି ର ସଚିବ ସଦସ୍ୟ କେ ମୁର୍ଗେସନ୍ ଉପସ୍ଥିତ ଥିଲେ। ଖଣ୍ଡବନ୍ଧ ଖଣିକୁ ୩ଟି ନୂତନ ବର୍ଷା ଜଳ ସଂରକ୍ଷଣ ପୋଖରୀ ନିର୍ମାଣର ପ୍ରଶଂସନୀୟ ଉଦ୍ୟମ ଏବଂ ଖଣି ଅଞ୍ଚଳର ପୁନରୁଦ୍ଧାର ଏବଂ ଡମ୍ପିଂ ୟାର୍ଡ଼କୁ ସ୍ଥିର ରଖିବା ପାଇଁ ଡମ୍ପିଂ ୟାର୍ଡର ସ୍ଲୋପ୍ ରେ ବୃକ୍ଷରୋପଣ ଏବଂ ଖଣି ମଧ୍ୟରେ ସବୁଜ ବଳୟରେ ବୃଦ୍ଧି ଆଣିବା ପାଇଁ ଏହି ପୁରସ୍କାରେ ସମ୍ମାନିତ କରାଯାଇଛି। ଏଠାରେ ସୂଚନାଯୋଗ୍ୟ ଯେ, କମ୍ପାନୀ ପକ୍ଷରୁ ୨୦୨୧-୨୨ ଆର୍ଥିକ ବର୍ଷରେ ୧୩, ୮୬୬ଟି ବୃକ୍ଷରୋପଣ କରାଯାଇଛି। ଏହାବତୀତ କମ୍ପାନୀକୁ ବର୍ଜ୍ୟ ତୈଳ (ରୋଷେଇ ଘରର ବର୍ଜ୍ୟବସ୍ତୁକୁ ଜୈବିକ ଗ୍ୟାସରେ ରୂପାନ୍ତରିତ କରିବା) ର ବ୍ୟବହାର ପାଇଁ ଉଚ୍ଚ ପ୍ରଶଂସା କରାଯାଇଛି, ଯାହାଫଳରେ ବାର୍ଷିକ ୩ଟି ଏଲ୍ ପିଜି ସିଲିଣ୍ଡର ବ୍ୟବହାର କମ୍ କରାଯିବା ସହିତ ବାର୍ଷିକ ୦.୧୭୧ ଟନ୍ କାର୍ବନ୍ ଡାଇଅକ୍ସାଇଡ଼ ନିର୍ଗମନ୍ କମ୍ କରାଯାଇପାରିଛି। ବୋହିଯାଉଥିବା ଜଳର ସୁପରିଚାଳନା ପାଇଁ କମ୍ପାନୀରେ ୩ ପିଟ୍ ଅଞ୍ଚଳରେ ୬୦୦ ମିଟର ଚଉଡ଼ା ୬ ଫୁଟ୍ ଗଭୀରର ଡ୍ରେନ୍ ଚ୍ୟାନେଲର ନିର୍ମାଣ କରାଯାଇଛି। ଏହି ଅବସରରେ ଓଏସପିସିବିର ସଚିବ ସଦସ୍ୟ ଏହି ପୁରସ୍କାରକୁ ଶିଳ୍ପାନୁଷ୍ଠାନମାନଙ୍କ ଉଦ୍ୟମକୁ ସ୍ୱୀକୃତି ପ୍ରଦାନ କରିବାର ଏକ ସ୍ୱତନ୍ତ୍ର ଉପାୟ ଭାବରେ ବ୍ୟାଖ୍ୟା କରିଥିଲେ। ଏହାସହିତ ସେ କହିଥିଲେ ଯେ ଏହି ପୁରସ୍କାର ପାଇଥିବା କମ୍ପାନୀମାନେ ପରିବେଶ ଓ ପର୍ଯ୍ୟାବରଣର ସୁରକ୍ଷା ପାଇଁ ସାମଗ୍ରିକ ସ୍ତରରେ ଅତ୍ୟାଧୁନିକ ଦୀର୍ଘସ୍ଥାୟୀ ଲକ୍ଷ୍ୟ ହାସଲ ଦିଗରେ ଉଦାହରଣ ସୃଷ୍ଟି କରିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.