Home ଜିଲ୍ଲା ପରିକ୍ରମା ଯୋରରେ ପଡି ୨ ନାବାଳକ ମୃତ

ଯୋରରେ ପଡି ୨ ନାବାଳକ ମୃତ

179

ଭଦ୍ରକ, ୨୧ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଘରପାଖ ପୋଖରୀ ନିକଟରେ ଥିବା ଏକ ଯୋରରେ ବୁଡି ୨ ଶିଶୁପୁତ୍ରଙ୍କର ମୃତ୍ୟୁହେବା ଘଟଣା ସ୍ଥାନୀୟ ଅଂଚଳରେ ଶୋକର ଛାୟା ଖେଳାଇଦେଇଛି । ପ୍ରାପ୍ତ ଖବରରୁ ଯାହା ଜଣାଯାଏ ଏହି ଜିଲାର ଚାନ୍ଦବାଲି ବ୍ଲକ୍ ଅଧୀନସ୍ଥ ଜଳେଶ୍ୱର ପଂଚାୟତ ନୂଆଗାଁ ଇଚ୍ଛାପୁର ନିବାସୀ ଧନେଶ୍ୱର ମହାଳିକଙ୍କ ନାବାଳକ ପୁତ୍ର ଜଗା ଓ ନାଲଗୁଣ୍ଡା ପଂଚାୟତର ଇଟୁଆ ଗ୍ରାମନିବାସୀ ବେଣୁଧର ମହାଳିକଙ୍କ ପୁତ୍ର ବାପୁନ ସ୍ଥାନୀୟ ମତୋ ପରମାନନ୍ଦପୁର ବଇଦ ପୋଖରୀକୁ ଯାଇଥିଲେ । ତେବେ ବହୁ ସମୟ ଧରି ଘରକୁ ନଫେରିବାରୁ ପରିବାର ଲୋକେ ସେମାନଙ୍କୁ ଖୋଜାଖୋଜି କରି ଶେଷରେ ପୋଖରୀ ନିକଟରେ ଥିବା ଏକ ଯୋରରେ ସଜ୍ଞାହୀନ ଅବସ୍ଥାରେ ଭାସୁଥିବାର ଦେଖିବାକୁ ପାଇଥିଲେ । ପରେ ଉଭୟଙ୍କୁ ଉଦ୍ଧାର କରି ଚାନ୍ଦବାଲି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଅଣାଯାଇଥିଲେ ମଧ୍ୟ ଡାକ୍ତର ସେମାନଙ୍କୁ ମୃତ ଘୋଷଣା କରିଥିଲେ । ଏହି ଘଟଣାରେ ସ୍ଥାନୀୟ ଅଂଚଳରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିବାବେଳେ ସେମାନେ ସେଠାକୁ କାହିଁକି ଯାଇଥିଲେ, ସେଥିନେଇ କୌଣସି ସ୍ପଷ୍ଟ ଚିତ୍ର ମିଳିପାରିନାହିଁ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.