Home କେନ୍ଦୁଝର ଯୋଡା : ରେଳ ରହଣୀ ପାଇଁ ଆରମ୍ଭ ହେଲା ପରୀକ୍ଷଣ, ବାଚୁହାଟିଂରେ ବିଭାଗୀୟ ଅଧିକାରୀଙ୍କ ସ୍ଥିତି...

ଯୋଡା : ରେଳ ରହଣୀ ପାଇଁ ଆରମ୍ଭ ହେଲା ପରୀକ୍ଷଣ, ବାଚୁହାଟିଂରେ ବିଭାଗୀୟ ଅଧିକାରୀଙ୍କ ସ୍ଥିତି ଅନୁଧ୍ୟାନ

50

ଯୋଡା, ୧୯ା୧ (ଓଡିଆ ପୁଅ / ସେକ୍ ଜାବିର ମହମ୍ମଦ) : ଯୋଡା ପୌରପାଳିକା ଠାରୁ ପ୍ରାୟ ୫ କିଲୋମିଟର ଦୂରରେ ଥିବା ବାଂଶପାଣି ରେଲୱେ ଷ୍ଟେସନ ଉପରେ ଅଧିକାଂଶ ଭରସା କରୁଥିବା ବେଳେ ଟ୍ରେନ ଟାଇମରେ ମୁଖ୍ୟରାସ୍ତାରେ ଭାରୀଯାନ ଚଳାଚଳ ଯାତ୍ରୀ ସଠିକ୍ ସମୟରେ ଟ୍ରେନ ଧରିନପାରିବାର ମୁଖ୍ୟକାରଣ ହୋଇଥିବା ବେଳେ ସହର ଠାରୁ ଦୂରରେ ଥିବାରୁ ଓ ଖଣିଜ ବୋଝେଇ ଭାରୀଯାନ ଚଳାଚଳ ହେତୁ ଟ୍ରାଫିକ ସମସ୍ୟା ଲାଗିରହିଥାଏ। ରଣାଶାଳ ଠାରୁ ପଳାଶପଙ୍ଗା ପର୍ଯ୍ୟନ୍ତ ସଂଯୋଗ କରୁଥିବା ଏକମାତ୍ର ରାଜ୍ୟ ଏକ୍ସପ୍ରେସ ୱେ ରେ ସକାଳ ରାତି ପର୍ଯ୍ୟନ୍ତ କେବଳ ଭାରୀଯାନ ଓ ଖଣିଜ ପରିବହନ ହେଉଥିବାରୁ ସାଧାରଣ ଜନତାଙ୍କ ଠାରୁ ଆରମ୍ଭ କରି ଛୋଟବଡ ଯାତ୍ରିବାହୀ ଯାନ ଗୁଡିକ ଘଣ୍ଟା ଘଣ୍ଟା ରାସ୍ତାଜାମରେ ଫସିରହି ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ବାଂଶପାଣି ରେଲୱେ ଷ୍ଟେସନ ଯିବାରାସ୍ତାରେ ଭାରୀଯାନକୁ କେନ୍ଦ୍ର କରି ବାରମ୍ବାର ଅସୁବିଧା ସୃଷ୍ଟି ହେଉଥିବାରୁ ଯୋଡା ବାଚୁହାଟିଂ ପାର୍ଶ୍ୱ ଦେଇ ଯାଇଥିବା ଟ୍ରେନ ଲାଇନ ନିକଟରେ ଯୋଡା ବ୍ଲକ କ୍ୟାବିନ ଠାରେ ଟ୍ରେନର ରହଣୀ ଷ୍ଟେସନ ଦାବି ନେଇ ପୂର୍ବତନ ଚମ୍ପୁଆ ବିଧାୟକ ଜିତୁ ପଟ୍ଟନାୟକ ଏନେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଦୃଷ୍ଟିଆକର୍ଷଣ କରିଥିଲେ। ବାଚୁହାଟିଂ ଠାରେ ଏକ ସ୍ୱଳ୍ପ ରହଣୀ ବ୍ୟବସ୍ଥାର ଷ୍ଟେସନ କରାଗଲେ ଯୋଡା ସମେତ ଆଖପାଖ ଅଧିକାଂଶ ଅଞ୍ଚଳର ଜନସାଧାରଣ ଆଶାତୀତ ଉପକୃତ ହେବେ ବୋଲି ପୂର୍ବତନ ବିଧାୟକ ଶ୍ରୀ ପଟ୍ଟନାୟକ ଦର୍ଶାଇଥିଲେ। ମନ୍ତ୍ରୀ ଶ୍ରୀଯୁକ୍ତ ପ୍ରଧାନ ଏନେଇ ରେଳମନ୍ତ୍ରୀ ଅଶ୍ୱନୀ ବୈଷ୍ଣବଙ୍କୁ ଚିଠି ମାଧ୍ୟମରେ ଗତ ୨୦୨୧ ଅଗଷ୍ଟ ୧୨ ତାରିଖରେ ପ୍ରସ୍ତାବ ଦେଇଥିଲେ। ଏସଂକ୍ରାନ୍ତରେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ଚିଠି ନଂ ୨୦୨୧/ଟିଜି-ଆଇଭି/୧/ଇସିଓଆର/୦୩/ଏମଆର ତା ୨୮.୧୨.୨୦୨୧ ତାରିଖରେ ଚିଠି ମାଧ୍ୟମରେ ବାଚୁହାଟିଂ ଠାରେ ରେଳ ରହଣୀ ନିମନ୍ତେ ଆବଶ୍ୟକ ପଡିଥିବା ରେଳବାଇ ଅପରେସନ, ଏହାର ଇନ୍‌ଜିିନିୟରିଂ ଓ ଫାଇନାନ୍ସିଆଲ ଅବସ୍ଥିତିକୁ ଦକ୍ଷିଣ-ପୂର୍ବ ରେଳପଥ ପକ୍ଷରୁ ଅନୁଧ୍ୟାନ କରି ପରୀକ୍ଷଣ ଆରମ୍ଭ କରାଯାଇଛି। ବୈ, ୟିକ କାର୍ଯ୍ୟକାରିତା ଓ ଆର୍ôଥକ ଯଥାର୍ଥତାକୁ ଦୃଷ୍ଟିରେ ରଖି ଆଗମୀ ଦିନରେ ଏହାର ନିଷ୍ପତ୍ତି ନିଆଯିବ ବୋଲି କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଚିଠିରେ ଉଲ୍ଲେଖ କରିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.