Home କେନ୍ଦୁଝର ଯୋଡା : ଯୋଡା ମହିଳା ମହାବିଦ୍ୟାଳୟ +୨ ଛାତ୍ରୀମାନଙ୍କୁ ଆତ୍ମରକ୍ଷା ପ୍ରଶିକ୍ଷଣ

ଯୋଡା : ଯୋଡା ମହିଳା ମହାବିଦ୍ୟାଳୟ +୨ ଛାତ୍ରୀମାନଙ୍କୁ ଆତ୍ମରକ୍ଷା ପ୍ରଶିକ୍ଷଣ

110

ଯୋଡା, ୧୨ା୧ (ଓଡିଆ ପୁଅ / ସେକ୍ ଜାବିର ମହମ୍ମଦ) : ଯୋଡା ମହିଳା ମହାବିଦ୍ୟାଳୟର +୨ ପ୍ରଥମ ବର୍ଷର ଛାତ୍ରୀମାନଙ୍କ ପାଇଁ ଆତ୍ମରକ୍ଷା ପ୍ରଶିକ୍ଷଣ କାର୍ଯ୍ୟକ୍ରମ ସରକାରୀ ନିର୍ଦ୍ଦେଶନାମା ଅନୁସାରେ ଜାନୁଆରୀ ୫ ତାରିଖରୁ ଆରମ୍ଭ ହୋଇଛି। ଯାହା ୧୬ ଦିନ ଧରି ଚାଲିବା ସହ ଜାନୁଆରୀ ୨୫ ତାରିଖରେ ସମାପ୍ତ ହେବ ବୋଲି ଜଣାପଡିଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ପ୍ରଶିକ୍ଷକ ଭାରତୀ ଭଗବତୀ ଛାତ୍ରୀମାନଙ୍କୁ ଆତ୍ମରକ୍ଷା କୌଶଳର ପ୍ରଶିକ୍ଷଣ ପ୍ରଦାନ କରୁଛନ୍ତି। ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମକୁ ମହିଳା ମହାବିଦ୍ୟାଳୟର ଜାତୀୟ ସେବା ଯୋଜନାର କାର୍ଯ୍ୟକ୍ରମ ଅଧିକାରୀ ଅଧ୍ୟାପିକା ସୁଶ୍ରୀ ସୁଚିସ୍ମିତା ସିଂ ସଂଯୋଜନା କରିଛନ୍ତି ଏବଂ ବରିଷ୍ଠ ପ୍ରଶିକ୍ଷକ ଓ ମହାବିଦ୍ୟାଳୟର ବରିଷ୍ଠ ଅଧ୍ୟାପିକା ଡଃ ଲିତା ପାତ୍ର ତଦାରଖ କରୁଛନ୍ତି। ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ମହାବିଦ୍ୟାଳୟକ ୩୫୨ଜଣ +୨ ପ୍ରଥମ ବର୍ଷର ଛାତ୍ରୀ ଆତ୍ମରକ୍ଷା କୌଶଳ ସମ୍ବନ୍ଧରେ ପ୍ରଶିକ୍ଷିତ ହେଉଛନ୍ତି। କାର୍ଯ୍ୟକ୍ରମଟିକୁ ମହିଳା ମହାବିଦ୍ୟାଳୟର ଅଧ୍ୟକ୍ଷା ଡଃ ମୃଦଳା ମହାନ୍ତି ୫ତାରିଖ ଦିନ ଶୁଭ ଉଦ୍‌ଘାଟନ କରିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.