Home କେନ୍ଦୁଝର ଯୋଡା : ମାଟିରେ ମିଶିଲା ପୌରପାଳିକାର ୩୦ରୁ ଉର୍ଦ୍ଧ୍ୱ ପୁରୁଣା ଦୋକାନ ଘର

ଯୋଡା : ମାଟିରେ ମିଶିଲା ପୌରପାଳିକାର ୩୦ରୁ ଉର୍ଦ୍ଧ୍ୱ ପୁରୁଣା ଦୋକାନ ଘର

49

ଯୋଡା, ୧୧ା୫ (ଓଡିଆ ପୁଅ / ସେକ୍ ଜାବିର ମହମ୍ମଦ): ଯୋଡା ପୌରପାଳିକା ମଧ୍ୟ ଦେଇ ରଣାଶାଳ ଠାରୁ ବାମେବାରୀ ପର୍ଯ୍ୟନ୍ତ ଯାଇଥିବା ରାଜ୍ୟ ରାଜପଥ ଉପରେ ଏକ ଫ୍ଲାଏ ଓଭର ନିର୍ମାଣ କାର୍ଯ୍ୟ ଚାଲିଥିବା ବେଳେ ଯୋଡା ବଜାର ନିକଟରେ ୩୦ରୁ ଉର୍ଦ୍ଧ୍ୱ ପୌରପାଳିକା ଦୋକାନ ଘର ଏଥିରେ ବାଧକ ସାଜିଥିଲା। ନିର୍ମାଣ କାର୍ଯ୍ୟକୁ ତ୍ୱାରାନ୍ୱୀତ କରିବା ପାଇଁ ରାସ୍ତାର ଉଭୟ ପାର୍ଶ୍ୱ୍‌ରେ ଥିବା ପୌରପାଳିକାର ନିଜସ୍ୱ ଦୋକାନ ଘର ଗୁଡିକୁ ଉଚ୍ଛେଦ କରିବାକୁ ପୂର୍ବରୁ ଚିହ୍ନଟ କରାଯାଇଥିଲା। ତେବେ ଦୀର୍ଘ ଦଶନ୍ଧି ଧରି ଏହି ଦୋକାନ ଘର ଗୁଡିକରେ କ୍ଷୁଦ୍ର ବ୍ୟବସାୟୀ ମାନେ ବିଭିନ୍ନ ପ୍ରକାରର ବ୍ୟବସାୟ କରି ନିଜର ପରିବାର ପ୍ରତିପୋଷଣ କରିଆସୁଥିବା ବେଳେ ସେମାନଙ୍କୁ ପୁନଃ ଥଇଥାନ କରିବା ପୌରପାଳିକା ପାଇଁ ଏକ ଆହ୍ୱାନ ପାଲଟିଛି। ଏ ନେଇ ବ୍ୟବସାୟୀମାନଙ୍କ ମଧ୍ୟରେ କିଛି ପରିମାଣରେ ଅସନ୍ତୋଷ ଥିବା ବେଳେ ବୁଧବାର ଯୋଡା ପୁଲିସ, ବଡବିଲ ତହସିଲଦାର, ଚମ୍ପୁଆ ଉପଜିଲ୍ଲାପାଳ, ପୌର ଅଧିକାରୀ ମାନଙ୍କ ଉପସ୍ଥିତିରେ ବସ୍ ଷ୍ଟାଣ୍ଡ ଠାରୁ ସୁନା ନଦୀ ସେତୁ ପର୍ଯ୍ୟନ୍ତ ରାସ୍ତାର ଉଭୟ ପାର୍ଶ୍ୱ ଦୋକାନ ଘର ଗୁଡିକୁ ବୁଲଡୋଜର ଲଗାଇ ଭାଙ୍ଗି ଦିଆଯାଇଛି। ଏହି ଦୋକାନ ଘର ଗୁଡିକର କ୍ଷତିପୂରଣ ବାବଦକୁ ପୌରପାଳିକା ଫ୍ଲାଏ ଓଭର ନିର୍ମାଣ ସଂସ୍ଥା ଓବିସିସି ଠାରୁ ସମସ୍ତ ଅର୍ଥ ନେଇସାରିଥିବା ବେଳେ ବ୍ୟବସାୟୀମାନଙ୍କ ସୁବିଧା ନିମନ୍ତେ କିଛି ମହଲତ ଦିଆଯାଇଥିଲା। ତେବେ ସନ୍ଧ୍ୟା ସୁଦ୍ଧା ପ୍ରାୟ ୩୦ରୁ ଉର୍ଦ୍ଧ୍ୱ ଦୋକାନ ଘରକୁ ବୁଲଡୋଜର ଲଗାଯାଇ ଭାଙ୍ଗି ଦିଆଯାଇଥିବା ଦେଖିବାକୁ ମିଳିଛି। ଏ ନେଇ କ୍ଷୁଦ୍ର ବ୍ୟବସାୟୀମାନେ ଏବେ ଚିନ୍ତାରେ ପଡିଥିବା ବେଳେ ପ୍ରଶାସନ ପକ୍ଷରୁ ସେମାନଙ୍କୁ ଥଇଥାନ କରାଯିବା ପାଇଁ ଆଶ୍ୱାସନା ଦିଆଯାଇଛି। ତେବେ ବିକଳ୍ପ ପନ୍ଥା କରାନଯାଇ ଏହି ଉଚ୍ଛେଦକୁ କିଛି ବ୍ୟବସାୟୀ ନାପସନ୍ଦ କରିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.