Home ଓଡ଼ିଶା ଯୋଡା : ପୋଲ ତଳୁ ମୃତ ନବଜାତ ଶିଶୁ କନ୍ୟା ଠାବ

ଯୋଡା : ପୋଲ ତଳୁ ମୃତ ନବଜାତ ଶିଶୁ କନ୍ୟା ଠାବ

58

ଯୋଡା, ୨୪ା୬ (ଓଡିଆ ପୁଅ / ସେକ୍ ଜାବିର ମହମ୍ମଦ) : ଯୋଡା ପୌରପାଳିକା ଅନ୍ତର୍ଗତ ୬ନଂ ୱାର୍ଡ ରାମଜାନ ହାଟିଂର ପୋଲ ତଳୁ ଏକ ନବଜାତ ଶିଶୁ କନ୍ୟା ମୃତ ଅବସ୍ଥାରେ ପଡିଥିବା ଦେଖିବାକୁ ମିଳିଛି । ରାମଜାନ ହାଟିଂର କିଛି ଲୋକ ଗୁରୁବାର ସନ୍ଧ୍ୟାରେ ସୌଚ ହେବାକୁ ଯାଇଥିବା ବେଳେ ପୋଲ ତଳେ ଶିଶୁଟି ପଡିଥିବା ଦେଖିବାକୁ ପାଇଥିଲେ । ତେବେ ଏହି ମୃତ ଶିଶୁ କନ୍ୟାଟି କାହାର ତାହା ଜଣାପଡିନଥିବା ବେଳେ ଖବର ଲେଖାଯିବା ପର୍ଯ୍ୟନ୍ତ ଘଟଣା ସ୍ଥଳରେ ପୁଲିସ ପହଞ୍ଚି ଶିଶୁଟିକୁ ଉଦ୍ଧାର କରିନଥିବା ଜଣାପଡିଛି । ମୃତ ଶିଶୁ କନ୍ୟାଟିକୁ କେହି ଜନ୍ମ ପରେ ମାରି ଫିଙ୍ଗି ଦେଇଥିବା ସନ୍ଦେହ କରାଯାଉଥିବା ବେଳେ ପୁଲିସ ତଦନ୍ତ ପରେ ସଠିକ୍ ତଥ୍ୟ ଜଣାପଡିବ ବୋଲି ସ୍ଥାନୀୟ ବାସିନ୍ଦା କହିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.