Home ଓଡ଼ିଶା ଯୋଡା : ଦାଦା ବଟି ଆଦାୟକୁ କେନ୍ଦ୍ରକରି ମରଣାନ୍ତକ ଆକ୍ରମଣ

ଯୋଡା : ଦାଦା ବଟି ଆଦାୟକୁ କେନ୍ଦ୍ରକରି ମରଣାନ୍ତକ ଆକ୍ରମଣ

67

ଯୋଡା, ୧୧ା୬ (ଓଡିଆ ପୁଅ / ସେକ୍ ଜାବିର ମହମ୍ମଦ ) : ବୁଧବାର ବିଳମ୍ବିତ ରାତ୍ରୀରେ ଯୋଡା ଥାନା ତଥା ବିଲେଇପଦା ଫାଣ୍ଡି ଅଧିନ କିତାବେଡାଠାରେ ୩ଜଣ ଦୁର୍ବୁତ୍ତ ଦେଓଝର ରାସ୍ତାରେ ଲୁଟ କରିବା ଉଦ୍ଦେଶ୍ୟରେ ଏକ ଟ୍ରକକୁ ଅଟକାଇ ଟ୍ରକର ଡ୍ରାଇଭର ଏବଂ ମାଲିକକୁ ମରଣାନ୍ତକ ଆକ୍ରମଣ କରିଥଲେ । ଏହି ଘଟଣାଟିରେ ବିଲେଇପଦା ଫାଣ୍ଡିରେ ସମ୍ପୃକ୍ତ ଗାଡିକ ମାଲିକ ଏକ ଏତଲା ଦାୟର କରିଥିବା ବେଳେ ପୁଲିସ ସମ୍ପୃକ୍ତ ଅଭିଯୁକ୍ତିମାନଙ୍କୁ ଗିରଫ ନକରି ଘଟଣାଟିକୁ ଚାପିଦେବା ପାଇଁ ଉଦ୍ୟମ କରୁଥିବା ଜଣାପଡିଛି । ଘଟଣାରୁ ପ୍ରକାଶ ଯେ, ମୂର୍ଗାସ୍ଥିତ ଡି.ଆର. ପଟ୍ଟନାୟକ ଲୌହ ଖଣିରୁ ବାଂଶପାଣି ରେଳ କ୍ଷେତ୍ରକୁ ଟିପର ନଂ. ଓଆର୦୯ଜେ-୭୫୭୬ ଯୋଗେ ଲୁହାପଥର ପରିବହନ କରାଯାଉଥିବା ବେଳେ ମହାଦେବନାଶା ଠାରେ କିତାବେଡା ଅଞ୍ଚଳର ପବିତ୍ର ବେହେରା, ତାଙ୍କ ଭାଇ ମାନସ ବେହେରା ଏବଂ ଅନ୍ୟ ଜଣେ ବ୍ୟକ୍ତି ଏକ ପିକ୍‌ଅପ୍ ଭ୍ୟାନ ଯୋଗେ ଆସି ଏହି ଗାଡିର ଚାଳକ ଅଭିମନ୍ୟୁ ମହାକୁଡ ଏବଂ ସହଚାଳକ କେଶବ ମହାକୁଡଙ୍କ ଠାରୁ ଦାଦା ବଟି ମାଗିଥିଲେ । ଏହି ଘଟଣାକୁ ନେଇ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା । ଗାଡିର ମାଲିକ ସ୍ଥାନୀୟ ଜାମକୁଣ୍ଡିଆ ର ଲୋକ ହୋଇଥିବାରୁ ଜାଣିବା ପରେ ସେଠାରୁ ସେମାନେ ଗାଡିଟିକୁ ଛାଡିନେଇଥିଲେ । ଏହି ଘଟଣା ଚାଳକ ଜଣଙ୍କ ତାଙ୍କର ମାଲିକ ଶ୍ୟାମସୁନ୍ଦରଙ୍କୁ ଫୋନ ଯୋଗେ ଜଣାଇଥିଲେ । ଫଳରେ ଗାଡିଟି କିତାବେଡା ନିକଟରେ ପହଞ୍ଚିବା ପରେ ଗାଡି ମାଲିକ ଶ୍ୟାମସୁନ୍ଦର ମଧ୍ୟ ସେଠାରେ ପହଞ୍ଚିଥିଲେ । ଏହି ସମୟରେ ୩ଜଣ ଦୁର୍ବୁତ୍ତ ସେମାନଙ୍କ ଘର କିତାବେଡା ନିକଟରେ ଗାଡିଟିକୁ ଅଟକାଇ ଗାଡିର ଚାବି କାଢିନେବା ସହ ଲୁହା ରଡ ଏବଂ ଭୁଜାଲିରେ ମାଲିକ ସମେତ ଚାଳକ ଏବଂ ସହଚାଳକକୁ ମରଣାନ୍ତକ ଆକ୍ରମଣ କରିଥିଲେ । ଏହାପରେ ସେମାନଙ୍କୁ ରକ୍ତାକ୍ତ ଅବସ୍ଥାରେ ସ୍ଥାନୀୟ ଲୋକେ ବାସୁଦେବପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଚିକିତ୍ସା ପାଇଁ ସ୍ତାନାନ୍ତରିତ କରିଥିଲେ । ଏ ନେଇ ଶ୍ୟାମସୁନ୍ଦରଙ୍କ ପକ୍ଷରୁ ଯୋଡା ଥାନାରେ ଏକ ଲିଖିତ ମାଲା ଦାୟର କରାଯାଇଥିବା ବେଳେ ଅଭିଯୁକ୍ତମାନେ ଖୋଲାରେ ବୁଲୁଥିଲେ ମଧ୍ୟ ସେମାନଙ୍କୁ ଗିରଫ କରିବାରେ ପୁଲିସ ଟାଳଟୁଳ ନୀତି ଅବଲମ୍ବନ କରୁଥିବା ଶ୍ୟାମସୁନ୍ଦର ଅଭିଯୋଗ କରିଛନ୍ତି । ଆରକ୍ଷୀ ଅଭିଯୁକ୍ତଙ୍କ ନାମରେ ୩୪୧, ୩୨୩, ୩୨୪, ୫୦୬ ଧାରା ୩୪ରେ ମାମଲା ଋଜୁ କରି ତାର ଦାୟିତ୍ୱ ସାରିଦେଇଥିବା କହୁଥିବା ବେଳେ ଅଭିଯୁକ୍ତମାନେ ଶ୍ୟାମସୁନ୍ଦରକୁ ଖୋଲା ଖୋଲି ଭାବେ ଏତଲା ପ୍ରତ୍ୟାହାର କରିବା ପାଇଁ ଧମକ ଦେଉଥିବା ଜଣାପଡିଛି । ଏଠାରେ ସୂଚନା ଯୋଗ୍ୟ ଏହି ଅଭିଯୁକ୍ତମାନେ ବରାବର ଖଣି ଅଞ୍ଚଳର ବିଭିନ୍ନ ସ୍ଥାନରୁ ଦାଦା ବଟି ଆଦାୟରେ ସମ୍ପୃକ୍ତି ଥିବାନେଇ ଯୋଡା ଥାନାରେ ଅନେକ ମାମଲା ବିଚାରଧିନ ରହିଛି । ତେବେ ପୁଲିସ ସେମାନଙ୍କ ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରିବା ଅପରାଧିମାନଙ୍କ ମନବଳକୁ ସୁଦଢ କରିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.