Home ଓଡ଼ିଶା ଯୋଗ ଦିବସରେ ହୃଦୟ ସ୍ୱାସ୍ଥ୍ୟ ବାର୍ତ୍ତା ପ୍ରଚାର କଲେ ଯୋଗାଭ୍ୟାସି

ଯୋଗ ଦିବସରେ ହୃଦୟ ସ୍ୱାସ୍ଥ୍ୟ ବାର୍ତ୍ତା ପ୍ରଚାର କଲେ ଯୋଗାଭ୍ୟାସି

214

ବ୍ରହ୍ମପୁର: ୨୧/୦୬ (ଓଡ଼ିଆ ପୁଅ/ଜ୍ୟୋତି ରଞ୍ଜନ ଦାସ) ଆଜି ଅନ୍ତର୍ଜାତୀୟ ଯୋଗ ଦିବସ ପାଳନ ଅବସରରେ ବ୍ରହ୍ମପୁର ସମେତ ଗଞ୍ଜାମ ଜିଲ୍ଲାର ବିଭିନ୍ନ ସ୍ଥାନରେ ଅନେକ ସଙ୍ଗଠନ ଓ ଅନୁଷ୍ଠାନ ପକ୍ଷରୁ ସାମୁହିକ ଯୋଗ ଅଭ୍ୟାସ ଓ ଯୋଗ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। କ୍ରୀଡା ସଙ୍ଗଠନ, ଯୋଗଧାମ ଅନୁଷ୍ଠାନ, ଏନ ସି ସି ସଙ୍ଗଠନ, ବ୍ରହ୍ମପୁର ଆଇ ଟି ଆଇ ଅନୁଷ୍ଠାନ ଇତ୍ୟାଦି ପକ୍ଷରୁ ସାମୁହିକ ଯୋଗାଅଭ୍ୟାସ କରାଯାଇଥିଲା। ଯୁବ ଗୋଷ୍ଠୀ, ଶିକ୍ଷାର୍ଥୀ ଓ ଅନ୍ୟମାନଙ୍କୁ ଏହି ଯୋଗର ଉପକରିତା ସମ୍ପର୍କରେ ସୂଚନା ଦିଆଯିବା ବେଳେ ସହରରେ ସଚେତନତା ରାଲି କରି ଲୋକଙ୍କୁ ” ଯୋଗ ଯୁକ୍ତ ଭାରତ ରୋଗ ମୁକ୍ତ ଭାରତ” ର ବାର୍ତ୍ତା ଦିଆ ଯାଇଥିଲା।

ଚଳିତ ବର୍ଷ ଯୋଗ ଦିବସରେ ” ହୃଦୟ ପାଇଁ ଯୋଗ ” ବାର୍ତ୍ତା ରହିଥିବା ବେଳେ ଯୋଗାଅଭ୍ୟାସ ବେଳେ ଯୋଗ ଦ୍ୱାରା ହୃଦୟ କିପରି ସୁସ୍ଥ ରୁହେ ତାହା ସ୍ୱାସ୍ଥ୍ୟ ବିଜ୍ଞାନୀ, ଯୋଗ ଗୁରୁ ଓ ଚିକିତ୍ସକମାନେ ବୁଝାଇଥିଲେ।

ବ୍ରହ୍ମପୁର ଆଇ ଟି ଆଇ ଅନୁଷ୍ଠାନରେ ବ୍ରହ୍ମା କୁମାରୀ ସଙ୍ଗଠନ ପକ୍ଷରୁ ଯୋଗ ପ୍ରଶିକ୍ଷଣ ଦିଆଯାଇଥିଲା। ଯୋଗଧାମ ପକ୍ଷରୁ ଯୋଗାଭ୍ୟାସ ସହ ସଚେତନତା ରାଲି କରାଯାଇଥିଲା। ଏହା ବ୍ୟତୀତ ଅନେକ ସ୍କୁଲ, କଲେଜ, ବ୍ୟବସାୟ ପ୍ରତିଷ୍ଠାନ ଓ ଯୁବ ସଙ୍ଗଠନ ପକ୍ଷରୁ ମଧ୍ୟ ଆଜି ବ୍ୟାପକ ଆୟୋଜନର ସହ ଯୋଗ ଦିବସ ପାଳନ କରାଯାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.