Home ଜିଲ୍ଲା ପରିକ୍ରମା ଯୁବ ସମାଜସେବୀ ମଧୁସୂଦନ ନାୟକଙ୍କୁ ଶ୍ରଦ୍ଧାଞ୍ଜଳି

ଯୁବ ସମାଜସେବୀ ମଧୁସୂଦନ ନାୟକଙ୍କୁ ଶ୍ରଦ୍ଧାଞ୍ଜଳି

14

ଭଦ୍ରକ, ୧୫ା୫ (ଓଡିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲା ତିହିଡ଼ି ବ୍ଲକ ମୁକୁନ୍ଦପୁର ପଂଚାୟତ ଅଧୀନ ବୁଧପୁର ଗ୍ରାମର ଯୁବ ସମାଜସେବୀ ମଧୁସୂଦନ ନାୟକଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି। ଏହି ଅବସରରେ ଦୋଳସାହି ସ୍ଥିତ ଯୋଗୀ ଋଷି ଲଛମନ ଦାସ ଶିଶୁ ଆଶ୍ରମରେ ଏକ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଥିଲା। ଶିଶୁ ଆଶ୍ରମର ଅଧ୍ୟକ୍ଷ ଜ୍ୟୋତିପ୍ରକାଶ ପତିଙ୍କ ପୌରୋହିତ୍ୟ ଓ କିରଣ ବେହେରାଙ୍କ ସଂଚାଳନରେ ଏକ ସଭା ଅନୁଷ୍ଠିତ ହୋଇଥିଲା। ଏଥିରେ ରତିକାନ୍ତ ନାୟକ, ଓମ୍‌ପ୍ରକାଶ ନାୟକ, ଜଗନ୍ନାଥ ସାହୁ, ମଧୁସୂଦନ ସେଠୀ, ମନୋଜ କୁମାର ସାହୁ, ଗୌରାଙ୍ଗ ଚନ୍ଦ୍ର ପାଟ, ରାକେଶ ପଣ୍ଡା, ରବିନାରାୟଣ କୁଣ୍ଡ, ଅମ୍ଳାନ ମିଶ୍ର, ରାଜେଶ ରାଉତ, ନିହାର ରଂଜନ ମହାନ୍ତି ପ୍ରମୁଖ ଯୋଗ ଦେଇ ସ୍ୱର୍ଗତ ନାୟକ ଜଣେ ଯୁବ ସମାଜସେବୀ ଭାବେ ସ୍ଥାନୀୟ ଅଂଚଳରେ ସୁନାମ ଅର୍ଜନ କରିବା ସହିତ ବୃକ୍ଷରୋପଣ, ସଫେଇ ସହିତ ଲୋକମାନଙ୍କର ସେବା କରିଆସୁଥିଲେ। ସେ ଜଣେ ମେଳାପୀ, ଶାନ୍ତ, ସରଳ ଓ ପରୋପକାରୀ ଭାବେ ସମସ୍ତଙ୍କର ପ୍ରିୟଭାଜନ ହୋଇପାରିଥିଲେ ବୋଲି କହିଥିଲେ। ଶେଷରେ ଶିବ ପ୍ରସାଦ ପାଟ କୃତଜ୍ଞତା ଅର୍ପଣ କରିଥିଲେ। ଏହି ଅବସରରେ ଆଶ୍ରମର ପିଲାମାନଙ୍କୁ ବହି, ଖାତା, କଲମ, ପାଠ୍ୟପୁସ୍ତକ ଇତ୍ୟାଦି ବଂଟନ କରାଯାଇଥିବା ବେଳେ ଭଦ୍ରକ ଗାନ୍ଧି ବାଳାଶ୍ରମକୁ ଯାଇ ଅନ୍ତେବାସୀମାନଙ୍କୁ ବହି, ଖାତା, କଲମ ବଂଟନ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.