Home ଓଡ଼ିଶା ଯୁବ କଂଗ୍ରେସ ପକ୍ଷରୁ ‘ଓଡିଶାର ସ୍ୱର’ କାର୍ଯ୍ୟକ୍ରମ ଉନ୍ମୋଚନ

ଯୁବ କଂଗ୍ରେସ ପକ୍ଷରୁ ‘ଓଡିଶାର ସ୍ୱର’ କାର୍ଯ୍ୟକ୍ରମ ଉନ୍ମୋଚନ

106

ଭୁବନେଶ୍ୱର ୧୧-୯ (ଓଡ଼ିଆ ପୁଅ) – ଆଜି ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟରେ ଅଖିଳ ଭାରତୀୟ ଯୁବ କଂଗ୍ରେସର ଆହ୍ୱାନ କ୍ରମେ ଓଡିଶା ପ୍ରଦେଶ ଯୁବ କଂଗ୍ରେସ ପକ୍ଷରୁ ‘ଓଡିଶାର ସ୍ୱର’ କାର୍ଯ୍ୟକ୍ରମ ଉନ୍ମୋଚନ କରାଯାଇଛି। ଦେଶ କରୋନା ଭଳି ମହାମାରୀ ସହ ଲଢେଇ କରୁଥିବା ସମୟରେ ଭାରତବର୍ଷରେ ବେକାରୀ ସମସ୍ୟା ଉତ୍କଟ ରୂପ ଧାରଣ କରିଛି। ବିଗତ ୪୫ ବର୍ଷ ଭିତରେ ଆଜି ଦେଶରେ ସବୁଠୁ ଅଧିକ ବେରୋଜଗାର ଏବଂ ଓଡିଶା ବେରୋଜଗାରୀରେ ସମଗ୍ର ଦେଶରେ ଏକ ନମ୍ବରରେ ରହିଛି। ଏହିଭଳି ପରିସ୍ଥିତିରେ ଯୁବକମାନଙ୍କର ରୋଜଗାର ପାଇଁ ଯୁବ କଂଗ୍ରେସ ପକ୍ଷରୁ ଡିଜିଟାଲ ପ୍ଲାଟ୍‌ଫର୍ମ ଜରିଆରେ ସେମାନଙ୍କର ସ୍ୱରକୁ ଶାଣିତ କରିବା ଉଦ୍ଦେଶ୍ୟରେ ‘ଓଡିଶାର ସ୍ୱର’ କାର୍ଯ୍ୟକ୍ରମ ହାତକୁ ନେଇଛି। ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ବେକାରୀ ସମସ୍ୟା ଦୂର କରିବାରେ ସଂପୂର୍ଣ୍ଣ ବିଫଳ ହୋଇଛନ୍ତି। ଏହି କାର୍ଯ୍ୟକ୍ରମ ପାଇଁ ଯୁବ କଂଗ୍ରେସ ପକ୍ଷରୁ ଏକ ଲିଙ୍କ୍ ଜାରି କରାଯାଇଛି। ସେହି ଲିଙ୍କ୍ ଜରିଆରେ ଯୁବକ ଯୁବତୀମାନେ ନିଜ ନାମ ପଞ୍ଜିକୃତ କରିପାରିବେ ଏବଂ ଭାରତର ବେକାରୀ ସମସ୍ୟା ଉପରେ ଛୋଟ ଭିଡିଓ ପ୍ରସ୍ତୁତ କରିବେ। ସେମାନେ ନିଜର ଭିଡିଓ ସୋସିଆଲ ମିଡିଆ ପ୍ଲାଟ୍‌ଫର୍ମ ଜରିଆରେ ଅଖିଳ ଭାରତୀୟ ଯୁବ କଂଗ୍ରେସ ସହିତ ଯୋଡି ହୋଇପାରିବେ। ଏହି କାର୍ଯ୍ୟକ୍ରମ ଜରିଆରେ ଯୁବ ପ୍ରତିଭାମାନଙ୍କୁ ଚୟନ କରିବା ପାଇଁ ଆଗାମୀ ଦିନରେ ଯୁବ କଂଗ୍ରେସ ‘ଓଡିଶାର ସ୍ୱର’ କାର୍ଯ୍ୟକ୍ରମକୁ ପ୍ରତି ଜିଲ୍ଲା ଓ ବ୍ଲକ ସ୍ତରକୁ ନେବ ବୋଲି ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରଦେଶ ଯୁବ କଂଗ୍ରେସ ସଭାପତି ଡଃ ସ୍ମୃତି ରଂଜନ ଲେଙ୍କା ପ୍ରକାଶ କରିଛନ୍ତି।

ଏହି ସାମ୍ବାଦିକ ସମ୍ମିଳନୀରେ ଅଖିଳ ଭାରତୀୟ ଯୁବ କଂଗ୍ରେସ ସଂପାଦକ ତଥା ଓଡିଶା ପ୍ରଭାରୀ ରିଆଜୁଲ୍ ଅନସାରୀ, ଅଖିଳ ଭାରତୀୟ ଯୁବ କଂଗ୍ରେସ ମୁଖପାତ୍ର ୟଶ୍ ଚୌଧୁରୀ, ପ୍ରଦେଶ ଯୁବ କଂଗ୍ରେସ ମୁଖପାତ୍ର ଅଜୟ କୁମାର ସାହୁ, ନଳିନୀକାନ୍ତ ନାୟକ, ସଂକୁନା କହଁର, ମହମ୍ମଦ ଅଲିମ୍‌, ରଂଜିତ୍ ପାତ୍ର, ଆର୍ଯ୍ୟବୀର ଲେଙ୍କା, ଅମ୍ରିତା ଦାସ, ସୁମିତ୍ରା ଜେନା, ଆଶୁତୋଷ ଲେଙ୍କା, ସୁନିଲ୍ କୁମାର ମାଟିଆ, ବିଶ୍ୱରଂଜନ ଦାସ, ବବିତା ବଡପଣ୍ଡା, ପ୍ରିୟା ଗଡନାୟକ ପ୍ରମୁଖ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.