Home ଅନୁଗୁଳ ଯୁବରାଜ ଉଚ୍ଚବିଦ୍ୟାଳୟରେ ସହିଦ ଦିବସ ପାଳିତ

ଯୁବରାଜ ଉଚ୍ଚବିଦ୍ୟାଳୟରେ ସହିଦ ଦିବସ ପାଳିତ

44

ତାଳଚେର,୩0/0୧(ଓଡ଼ିଆପୁଅ/ଅଜିତ କୁମାର ବେହେରା):ଯୁବରାଜ ଉଚ୍ଚବିଦ୍ୟାଳୟ ତାଳଚେର,ଏନସିସି କ୍ୟାଡେଟମାନଙ୍କ ତରଫରୁ ୧୨ ଓଡ଼ିଶା ଏନସିସି ଢେ଼ଙ୍କାନାଳ ନିର୍ଦ୍ଦେଶ କ୍ରମେ ଚିଫ୍ ଅଫିସର ସଦାନନ୍ଦ ପଣ୍ଡାଙ୍କ ନେତୃତ୍ୱରେ କ୍ୟାଡେଟମାନେ ଆଜି ତା ୩୦/୧/୨୦୨୧ ରିଖ ଦିନ ମହାତ୍ମାଗାନ୍ଧୀଙ୍କ ତିରୋଧାନ ଦିବସକୁ ସହିଦ ଦିବସ ରୂପେ ପାଳନ କରିଛନ୍ତି। ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ପ୍ରଧାନଶିକ୍ଷକ ପ୍ରକାଶ ଚନ୍ଦ୍ର ପାଣଗ୍ରାହୀ ପରିଚାଳନା କରିଥଲେ। ଏହି କାର୍ଯ୍ୟକ୍ରମରେ ମଧ୍ୟ ଛାତ୍ରଛାତ୍ରୀମାନେ ବିଭିନ୍ନ ଜାଗାରେ ସଫେଇ କାର୍ଯ୍ଯକ୍ରମ କରିବା ସହ ବିଭିନ୍ନ ସ୍ଥାନରେ ମହାପୁରୁଷଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ। ଏହି କାର୍ଯ୍ୟକ୍ରମରେ ତାଳଚେର ମିଡିଆର ଉପସଭାପତି ପ୍ରଦୀପ ମହାରଣା ଓ ସମାଜସେବୀ ପିତାମ୍ବର ଦାଶ ଉପସ୍ଥିତ ରହି କ୍ୟାଡେଟ ଓ ଛାତ୍ରଛାତ୍ରୀମାନଙ୍କୁ ବିଭିନ୍ନ ଗୁରୁତ୍ତ୍ଵପୂର୍ଣ୍ଣ ଉପଦେଶ ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ଅରୁଣ କୁମାର ପ୍ରଧାନ, କବିତା ବେହେରା,ନଳିନୀ ସିଂ,ସଞ୍ଜୟ ବାରିକ,ଦେବୀ ପ୍ରସାଦ ସାହୁ ଓ ଅନ୍ୟାନ୍ୟ କର୍ମକର୍ତ୍ତା ଅଂଶଗ୍ରହଣ କରିଥଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.