Home ଓଡ଼ିଶା ଯୁବତୀଙ୍କ ଆତ୍ମହତ୍ୟା ଘଟଣା, ମରଶରୀର ରଖି ଥାନା ଘେରିଲେ ଯୁବଗୋଷ୍ଠୀ, ପ୍ରତିଶ୍ରୁତି ପରେ ହେଲା ସତ୍କାର

ଯୁବତୀଙ୍କ ଆତ୍ମହତ୍ୟା ଘଟଣା, ମରଶରୀର ରଖି ଥାନା ଘେରିଲେ ଯୁବଗୋଷ୍ଠୀ, ପ୍ରତିଶ୍ରୁତି ପରେ ହେଲା ସତ୍କାର

109

ହରିଚନ୍ଦନପୁର,ତା ୨୬ ସେପ୍ଟେମ୍ବର (ଓଡ଼ିଆ ପୁଅ/ପ୍ରେମାନନ୍ଦ ଦାସ) କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ଥାନା ଅନ୍ତର୍ଗତ କାଦୁଅଡିହା ଗ୍ରାମର ମଳୟ ସାହୁଙ୍କ ଝିଅ ମହେଶ୍ୱତା ସାହୁ(୧୮) ଭଅଁରପୁର ଗ୍ରାମର କାଳିଆ ସାହୁଙ୍କ ପୁଅ ସୁବାଷ ସାହୁଙ୍କ ମଧ୍ୟରେ ଗତ କିଛି ଦିନ ହେବ ନିବିଡ଼ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା, ସେଥିରେ କୌଣସି ସମସ୍ୟା ନେଇ ମହେଶ୍ୱତା ବେକରେ ଓଢ଼ଣୀ ଲଗାଇ ଆତ୍ମହତ୍ୟା କରିଥିବା ପରିବାର ପକ୍ଷରୁ ଥାନାରେ ଲିଖିତ ଅଭିଯୋଗ ହୋଇଥିଲା । ଅଭିଯୋଗ ପରେ ପୋଲିସ ତଦନ୍ତ ଆରମ୍ଭ କରିବା ସହ ମୃତଦେହକୁ ଜବତ କରି ଆଜି ବ୍ୟବଚ୍ଛେଦ ନିମନ୍ତେ ଆନନ୍ଦପୁର ଉପଖଣ୍ଡ ଚିକିତ୍ସାଳୟକୁ ପଠାଇଥିଲା । ବ୍ୟବଚ୍ଛେଦ ପରେ ମରଶରୀର ଆସିଥିବା ଆମ୍ବୁଲାନ୍ସକୁ ଥାନା ସମ୍ମୁଖରେ ରଖି ଥାନା ଘେରିଥିଲେ ପରିବାର ସହ କାଦୁଅଡିହା ଗ୍ରାମର ଯୁବଗୋଷ୍ଠୀ । ଖବର ଅନୁଯାୟୀ ଶୁକ୍ରବାର ଦିନ ମହେଶ୍ୱତା ବ୍ୟାଙ୍କ୍ କାମରେ ହରିଚନ୍ଦନପୁର ଆସିଥିଲେ ଓ ପ୍ରେମିକ ସୁବାଷ ସହ ସ୍କୁଟିରେ ଘଣ୍ଟାଘଣ୍ଟା ଧରି ବୁଲିଥିଲେ । ତାହା ମଧ୍ୟରେ ଦୁହିଁଙ୍କ ମଧ୍ୟରେ କୌଣସି କାରଣକୁ ବଚସା ସୃଷ୍ଟି ହୋଇଥିଲା । ସେଠାରୁ ଅପରାହ୍ନରେ ଘରକୁ ଫେରିବା ପରେ ଘରେ କେହି ନଥିବାର ସୁଯୋଗ ନେଇ ପ୍ରେମିକ ସୁବାଷ ସହ ପ୍ରଥମେ କଲ୍ ଓ ପରେ ଭିଡ଼ିଓ କଲ କରି ଆତ୍ମହତ୍ୟା କରିଥିବା ପରିବାର ଲୋକେ ଅଭିଯୋଗ କରିଥିଲେ । ଏଥିସହ ସମସ୍ତ ପ୍ରମାଣ ସହ ଯାଞ୍ଚ ନିମନ୍ତେ ପୋଲିସକୁ ମହେଶ୍ୱତାଙ୍କ ମୋବାଇଲ ଫୋନ୍ ହସ୍ତାନ୍ତର କରିଥିଲେ । ଅଭିଯୋଗ ପରେ ଅଭିଯୁକ୍ତ ପ୍ରେମିକ ସୁବାଷଙ୍କୁ ଗିରଫ କରାଯାଇନଥିବାକୁ ନେଇ ଗ୍ରାମର ଶତାଧିକ ଯୁବକ ଓ ପରିବାର ଲୋକେ ମହେଶ୍ୱତାଙ୍କୁ ଉଚିତ୍ ନ୍ୟାୟ ଦେବା ଆଶାରେ ଥାନା ସମ୍ମୁଖରେ ମରଶରୀର ଗାଡ଼ିକୁ ରଖି ଆଇଆଇସିଙ୍କୁ ନ୍ୟାୟ ଭିକ୍ଷା କରିଥିଲେ । ଆଇଆଇସି ସମସ୍ତ ଘଟଣା ସମ୍ପର୍କରେ ଜାଣିବା ପରେ ୫ରୁ ୬ ଦିନ ମଧ୍ୟରେ ମୋବାଇଲ ଯାଞ୍ଚ ସହ ସଠିକ୍ ତଦନ୍ତ କରି ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ପ୍ରତିଶ୍ରୁତି ଦେବା ପରେ ମରଶରୀର ସତ୍କାର ପାଇଁ ଯାଇଥିଲା ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.