ad
ଅନୁଗୁଳ

ଯୁବକଙ୍କ କ୍ଷତାକ୍ତ ମୃତଦେହ ଉଦ୍ଧାର

ତାଳଚେର,୪/୮(ଓଡ଼ିଆ ପୁଅ/ଅଜିତ କୁମାର ବେହେରା): ତାଳଚେର କୋଲିୟରୀ ଥାନା ଅନ୍ତର୍ଗତ ସ୍ଥାନୀୟ ସାଉଥ ବଲଣ୍ଡା ଭୋକେସନାଲ ଟ୍ରେନିଂ ସେଂଟର ସମ୍ମୁଖ ରାସ୍ତା ପାଶ୍ୱର୍ରେ ମଙ୍ଗଳବାର ସକାଳେ ଏକ ଯୁବକଙ୍କ କ୍ଷତାକ୍ତ ମୃତଦେହ ଉଦ୍ଧାର କରାଯାଇଛି । ମୃତକ ଜଣକ ସ୍ଥାନୀୟ ରାକସ ଗ୍ରାମର ସରୋଜ କୁମାର ନାଏକ(୩୫) ବୋଲି ଜଣାପଡ଼ିଛି । ତେବେ ତାଙ୍କ ମୁଣ୍ଡରେ ଶକ୍ତ ଆଘାତ ଯୋଗୁଁ ପ୍ରବଳ ରକ୍ତସ୍ରାବ ହୋଇଥିବାର ଦେଖିବାକୁ ମିଳିଛି । ଘଟଣାସ୍ଥଳରେ ତାଙ୍କ ବାଇକ ମଧ୍ୟ ରହିଥିବାର ଦେଖିବାକୁ ମିଳିଛି । ସୂଚନା ପାଇ କୋଲିୟରୀ ପୋଲିସ ଘଟଣାସ୍ଥଳରେ ପହଂଚି ପ୍ରାରମ୍ଭିକ ତଦନ୍ତ କରିଥିବା ବେଳେ ପରେ ପରେ ସାଇଂଟିଫିକ୍ ଦଳ ଓ ସନ୍ଧାନୀ କୁକୁର ମଧ୍ୟ ଆସି ତଦନ୍ତ କରିବାର ସୂଚନା ରହିଛି । ତେବେ ପାରିପାଶ୍ୱିର୍କ ସ୍ଥିତିକୁ ଦେଖିଲେ ଏହା ଏକ ହତ୍ୟାକାଣ୍ଡ ହୋଇଥାଇ ପରେ ବୋଲି ଅନୁମାନ କରାଯାଉଛି ।

Loading...
ad
Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

To Top