Home ଅନୁଗୁଳ ଯୁବକଙ୍କୁ ଚାକିରୀ କରେଇ ଦେବା ନାଁ ରେ ୫ଲକ୍ଷ ଟଙ୍କା ଠକି ନେଇଥିବା ଚାରି ଅଭିଯୁକ୍ତ...

ଯୁବକଙ୍କୁ ଚାକିରୀ କରେଇ ଦେବା ନାଁ ରେ ୫ଲକ୍ଷ ଟଙ୍କା ଠକି ନେଇଥିବା ଚାରି ଅଭିଯୁକ୍ତ ଗିରଫ

111

ତାଳଚେର,୯/୫(ଓଡ଼ିଆ ପୁଅ/ଅଜିତ କୁମାର ବେହେରା): ତାଳଚେର ଅଂଚଳର ଜଣେ ବେକାର ଯୁବକଙ୍କୁ ଚାକିରୀ କରେଇ ଦେବାର ପ୍ରଲୋଭନ ଦେଖାଇ ୫ଲକ୍ଷ ଟଙ୍କା ଠକି ନେଇଥିବା ୪ଜଣ ଠକଙ୍କୁ କୋଲିୟରୀ ପୋଲିସ ଗିରଫ କରିବାରେ ସଫଳ ହୋଇଛି। ପୋଲିସ ସୂଚନା ମୁତାବକ,ତାଳଚେର ବଡ଼ଦାଣ୍ଡ ସାହିର କାର୍ତିକ ରାଉତ (୪୦) ଗତ ୭ତାରିଖରେ କୋଲିୟରୀ ଥାନାରେ ଲିଖିତ ଅଭିଯୋଗ କରିଥିଲେ ଯେ,ତାଙ୍କଠାରୁ ଚାକିରୀ କରେଇ ଦେବା ନାଁରେ କିଛି ବ୍ୟକ୍ତି ତାଙ୍କ ଠାରୁ ୫ଲକ୍ଷ ଟଙ୍କା ଠକି ନେଇଛନ୍ତି।
କାର୍ତିକଙ୍କ ଅଭିଯୋଗ ଅନୁସାରେ ସେ ଇଲେକ୍ଟ୍ରିକାଲ ଇଞ୍ଜିନିୟରିଂରେ ଡିପ୍ଲୋମା ପାସ୍ କରିବାପରେ ଚାକିରୀ ଅନ୍ୱେଷଣରେ ଥିଲେ। ତେବେ ସେ ଜାଣିବାକୁ ପାଇଥିଲେ ଯେ, ଝସକେତନ ସାହୁ ଓ ପରମାନନ୍ଦ ବେହେରା କାମାକ୍ଷାନଗରସ୍ଥିତ ଓଡ଼ିଶା ଥର୍ମାଲ ପାୱାର ପ୍ଲାଣ୍ଟରେ ଚାକିରୀ କରାଇବାକୁ ୫ଲକ୍ଷ ଟଙ୍କା ନେଉଛନ୍ତି। ଏନେଇ କାର୍ତିକ ଉଭୟ ବ୍ୟକ୍ତିଙ୍କ ଯୋଗାଯୋଗ କରି ଭେଟିବାକୁ ଚାହିଁଥିଲେ । ଏହାପରେ କାର୍ତିକ ଏବଂ ଅନ୍ୟ ୨ଜଣ ଯୁବକ ଗତବର୍ଷ ଜୁଲାଇ ମାସରେ ତାଳଚେର ସାଉଥ ବଲଣ୍ଡାସ୍ଥିତ ଦୂର୍ଗା ମଣ୍ଡପ ଠାରେ ଉକ୍ତ ବ୍ୟକ୍ତିଙ୍କୁ ଭେଟି କଥାବାର୍ତା କରି ୫ଲକ୍ଷ ଟଙ୍କା ଦେଇଥିଲେ। ଏହି ଅର୍ଥ ପ୍ରଦାନ ସମୟରେ ପରମାନନ୍ଦ ବେହେରା ଓ ତାଙ୍କ ପୁଅ ପ୍ରୀତମ ବେହେରା ମଧ୍ୟ ଉପସ୍ଥିତ ଥିଲେ।
ଏହାର ୫/୬ଦିନ ପରେ କାର୍ତିକଙ୍କୁ ତାଙ୍କ ମେଲ ଯୋଗେ ନିଯୁକ୍ତିପତ୍ର ଓ କାର୍ଯ୍ୟାଦେଶ ମିଳିଥିଲା। ତେବେ କାର୍ତିକ ଏହାର ଅନୁସନ୍ଧାନ କରିବାପରେ ସେଗୁଡ଼ିକ ନକଲି ବୋଲି ଜଣା ପଡ଼ିଥିଲା । ଏହାପରେ କାର୍ତିକ ଠକ ବ୍ୟକ୍ତିମାନଙ୍କୁ ଯୋଗାଯୋଗ କରିବାକୁ ଉଦ୍ୟମ କରିଥିଲେ ମଧ୍ୟ ସଫଳ ହୋଇ ନଥିଲେ। ଏଭଳି ଠକାମୀର ଶୀକାର ହୋଇ କାର୍ତିକ ଶେଷରେ ଥାନାର ଦ୍ୱାରସ୍ଥ ହୋଇଥିଲେ।
ଅପରପକ୍ଷେ ସମସ୍ତ ଦିଗକୁ ନେଇ କୋଲିୟରୀ ପୋଲିସ କେସ୍ ନଂ- ୧୯୪/୨୧ରେ ୧୨୦(ବି)/୪୨୦/୪୬୭/୪୬୮ଧାରାରେ ଏକ ମାମଲା ରୁଜୁ ସହ ତଦନ୍ତ କରିବାପରେ ଏହି ଠକେଇରେ ସମ୍ପୃକ୍ତ ଥିବାର ପ୍ରମାଣ ମିଳିବାପରେ ଚାଇଁପାଳ ଗ୍ରାମର ବାସିନ୍ଦା ତଥା ନାଲକୋନଗର କ୍ୱାର୍ଟରରେ ରହୁଥିବା ପରମାନନ୍ଦ ବେହେରା(୫୯) ଓ ତାଙ୍କ ପୁଅ ପ୍ରୀତମ ବେହେରା(୨୮)ଙ୍କୁ ଗତ ୭ତାରିଖରେ ଗିରଫ କରି କୋର୍ଟ ଚାଲାଣ କରିଥିବା ବେଳେ ସେହିଦିନ କାଣ୍ଡସର ଗ୍ରାମର ବିଜୟ କୁମାର ସାହୁ(୫୦)ଓ ତାଙ୍କ ପୁଅ ଝସକେତନ ସାହୁ(୨୭)ଙ୍କୁ ଗିରଫ କରି ୮ତାରିଖରେ କୋର୍ଟଚାଲାଣ କରିଥିଲା ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.