Home ଜିଲ୍ଲା ପରିକ୍ରମା ଯଶୋଟିକିରି କ୍ରିକେଟ ଟୁର୍ଣ୍ଣାମେଣ୍ଟ; ସେମିରେ ୟୁନିକ୍ ଇଲେଭେନ ଭଦ୍ରକ

ଯଶୋଟିକିରି କ୍ରିକେଟ ଟୁର୍ଣ୍ଣାମେଣ୍ଟ; ସେମିରେ ୟୁନିକ୍ ଇଲେଭେନ ଭଦ୍ରକ

37

ଭଦ୍ରକ, ୧୪ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ଭଣ୍ଡାରିପୋଖରୀ ବ୍ଲକ ଅନ୍ତର୍ଗତ ନେରଡା ବୈତରଣୀ ପଡିଆରେ ଯଶୋଟିକିରି କ୍ରିକେଟ ଟୁର୍ଣ୍ଣାମେଣ୍ଟର ଚତୁର୍ଥ କ୍ୱାଟର ଫାଇନାଲ ମ୍ୟାଚ ଆଜି ଭଦ୍ରକ ୟୁନିକ୍ ଇଲେଭେନ ଓ ସୋରୋ କ୍ରିକେଟ ଆସୋସିଏସନ ମଧ୍ୟରେ ଅନୁଷ୍ଠିତ ହୋଇଛି । ଏଥିରେ ଭଦ୍ରକ ୟୁନିକ୍ ସେମିଫାଇନାଲରେ ପ୍ରବେଶ କରିଛି । ସୋରୋ ଆସୋସିଏସନ ଟସ ଜିଣି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା । ଏହି ଦଳ ପ୍ରଥମେ ବ୍ୟାଟିଂ କରି ୧୨ ଓଭରରେ ସମସ୍ତ ଉଇକେଟ ହରାଇ ୫୯ ରନ ସ୍କୋର କରିଥିଲା । ଦଳର ବ୍ୟାଟ୍ସମ୍ୟାନ ମିଲନ ଓଝା ୧୨ ରନ ସ୍କୋର କରିଥିଲେ । ବିପକ୍ଷ ଦଳର ବୋଲର ରିଷଭ ରାଜ ୪ ଓଭର ବୋଲିଂ କରି ୧୩ ରନ ଦେଇ ୬ ଉଇକେଟ ହାସଲ କରଥିଲେ । ଜବାବରେ ୟୁନିକ୍ ଦଳ ୫.୪ ଓଭରରେ ୨ ଉଇକେଟ ହରାଇ ୬୫ ରନ କରି ସେମିଫାଇନାଲରେ ପ୍ରବେଶ କରିଛି । ଦଳର ବ୍ୟାଟ୍ସମ୍ୟାନ ସୟଦ ସଇଫୁଲ୍ଲା ଅପରାଜିତ ୨୨ ରନ ସ୍କୋର କରିଥିଲେ । ଅଫ ଦି ମ୍ୟାଚ ବିବେଚିତ ଭଦ୍ରକ ୟୁନିକ ଦଳର ରିଷଭ ରାଜଙ୍କୁ ଯୁବ କ୍ରିକେଟର ପ୍ରଜ୍ଞାନ କୁମାର ପଣ୍ଡା ପୁରସ୍କୃତ କରିଥିଲେ । କାଳନ୍ଦୀ ଚନ୍ଦ୍ର ପଣ୍ଡା ଓ ଦୁର୍ଗା ପ୍ରସନ୍ନ ପଟ୍ଟନାୟକ ମ୍ୟାଚର ଅମ୍ପାୟାର ଦାଇତ୍ୱ ତୁଲାଇଥିଲେ । ପ୍ରଭୁକଲ୍ୟାଣ ସାମଲ, ମାନସ ନନ୍ଦ ଓ କିଶାନ ମନୋହର ମହାନ୍ତି ମ୍ୟାଚ ସ୍କୋରର ଓ କୈଳାସ ଦ୍ୱିବେଦୀ ମ୍ୟାଚ ରେଫରୀ ଥିଲେ । ପ୍ରତ୍ୟୁଷ ସାହୁ ଓ ଦିଲ୍ଲିପ ପୃଷ୍ଟି ଧାରାବିବରଣୀ ଦେଇଥିଲେ । ଶନିବାର ଭଦ୍ରକ ୟୁନିକ୍ ଇଲେଭେନ ଓ ଯାଜପୁର ଇଲେଭେନ ମଧ୍ୟରେ ଦ୍ୱିତୀୟ ସେମିଫାଇନାଲ ମ୍ୟାଚ ଅନୁଷ୍ଠିତ ହେବ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.