Home ଜିଲ୍ଲା ପରିକ୍ରମା ‘ମୋନା’ର ବୈଠକ

‘ମୋନା’ର ବୈଠକ

31

ବାଲେଶ୍ୱର, ୨୬ା୩(ଓଡ଼ିଆ ପୁଅ/ଅଭୟ ଦାସ):‘ମିଳିତ ଓଡ଼ିଶା ନିଶା ନିବାରଣ ଅଭିଯାନ’ (ମୋନା)’ ବାଲେଶ୍ୱର ଶାଖାର ବାର୍ଷିକ ସମ୍ମିଳନୀ ନିମନ୍ତେ ଏକ ପ୍ରସ୍ତୁତି ବୈଠକ ଆଇନଜୀବୀ ପ୍ରଭାକର ସାହୁଙ୍କ ସଭାପତିତ୍ୱରେ ନେଳିଆବାଗସ୍ଥିତ କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି। ସଭା ପ୍ରାରମ୍ଭରେ ସାଧାରଣ ସଂପାଦିକା ମମତା ମହାପାତ୍ର ଆଗାମୀ ବାର୍ଷିକ ସମ୍ମିଳନୀର ରୂପରେଖ ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ। ଆଗାମୀ ଏପ୍ରିଲ ୪ ତାରିଖରେ ‘ଆତିଥ୍ୟ’ସଭାଗୃହରେ ସମସ୍ତ ସଭ୍ୟ/ସଭ୍ୟା ଓ କର୍ମକର୍ତ୍ତାମାନେ ଧାର୍ଯ୍ୟ ସମୟରେ କୋଭିଡ଼ ନିୟମ ମାନି ଉପସ୍ଥିତ ରହିବାକୁ ଏହି ବୈଠକରେ ନିଷ୍ପତି ନିଆଯାଇଥିଲା। ବୈଠକରେ ଉପଦେଷ୍ଟା ସୁବ୍ରତ କର, ଡ. କ୍ଷିତୀଶ୍ୱର ଦାଶ, ପ୍ରଫୁଲ୍ଲ କୁମାର ଦାସ, କମଳାକାନ୍ତ ଦାଶ, ଗୀତାଞ୍ଜଳି ସିଂହ, ସମରେନ୍ଦ୍ରନାଥ ଦାସ, ପ୍ରସନ୍ନ କୁମାର ପାଢ଼ୀ, ସୀତାରାମ ପ୍ରଧାନ, ଯୋଗେଶ ପ୍ରଧାନ, ଜ୍ଞାନାନନ୍ଦ ମିଶ୍ର, ଗୟାଧର କର, ରାମଚନ୍ଦ୍ର ଭଦ୍ର ଓ ବସନ୍ତ ପ୍ରଧାନ ପ୍ରମୁଖ ଯୋଗ ଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ। ଶେଷରେ ନିରଞ୍ଜନ ରାଉତ ଧନ୍ୟବାଦ ଅର୍ପଣ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.