Home ଓଡ଼ିଶା ମୋଦି ସରକାରର ଏକଛତ୍ରବାଦ ଶାସନରେ ଅହେତୁକ ତୈଳଦର ବୃଦ୍ଧିକୁ ବରଗଡ ଜିଲ୍ଲାର ବିଭିନ୍ନ ସ୍ଥାନରେ କଂଗ୍ରେସର...

ମୋଦି ସରକାରର ଏକଛତ୍ରବାଦ ଶାସନରେ ଅହେତୁକ ତୈଳଦର ବୃଦ୍ଧିକୁ ବରଗଡ ଜିଲ୍ଲାର ବିଭିନ୍ନ ସ୍ଥାନରେ କଂଗ୍ରେସର ବିରୋଧ

87

ପଦ୍ମପୁର, ବରଗଡ ୧୧-୬ (ଓଡ଼ିଆ ପୁଅ/ସଚ୍ଚିଦାନନ୍ଦ ପାତ୍ର) : ଆଜି ସାରା ରାଜ୍ୟରେ ପେଟ୍ରୋଲ, ଡିଜେଲ୍ ଅହେତୁକ ତୈଳ ଦର ବୃଦ୍ଧି ପ୍ରତିବାଦରେ ଓଡ଼ିଶା ପ୍ରଦେଶ କଂଗ୍ରେସ ଦଳ ର ସଭାପତି ଶ୍ରୀଯୁକ୍ତ ନିରଞ୍ଜନ ପଟ୍ଟନାୟକ ଙ୍କ ଆହ୍ୱାନ କ୍ରମେ ବରଗଡ ଜିଲ୍ଲା ପଦ୍ମପୁର ସହର ରେ ଥିବା ପେଟ୍ରୋଲ ଷ୍ଟେସନ ମାନଙ୍କରେ ପଦ୍ମପୁର ନଗର କଂଗ୍ରେସ ର ସଭାପତି ଶ୍ରୀ ଦିଲ୍ଲିପ ଦାନୀ ଏବଂ ବୋଡାସମ୍ବର ବ୍ଳକ କଂଗ୍ରେସ ସଭାପତି ଶ୍ରୀ ଚମ୍ପକେଶ୍ୱର ପୁରୋହିତ ଙ୍କ ଉଦ୍ୟମ ରେ ପ୍ରତିବାଦ କରାଯାଇଛି l ଅପାରଗ ସରକାର ଆଜିର ଦିବସ ରେ ଜନସାଧାରଣ ଙ୍କ ରକ୍ତ ଶୋଷଣ କରିବାରେ ବ୍ୟସ୍ତ ସମସ୍ତ ନିତ୍ୟବ୍ୟବହାର୍ଯ୍ୟ ଜିନିଷ ର ଅହେତୁକ ଦରଦାମ ବୃଦ୍ଧି ସାଙ୍ଗକୁ ପେଟ୍ରୋଲ, ଡିଜେଲ୍ ଦର ବୃଦ୍ଧି ର ପ୍ରତିବାଦ ଜଣାଇବା ପାଇଁ ସହରକୁ ଗ୍ରାମାଞ୍ଚଳ ରୁ କଂଗ୍ରେସ ଦଳ ଶତାଧିକ କର୍ମୀ ସାମିଲ ହୋଇ ପ୍ରତିବାଦ ଜଣାଇଥିଲେ l ଏ ଅବସର ରେ ସର୍ବଶ୍ରୀ:-ବରିଷ୍ଠ ଓକିଲ ଗୈାତିଆ କୁମାର ସାହୁ, ଓକିଲ ସନ୍ତୋଷ ଶତପଥୀ, ଅକ୍ଷୟ ସାହୁ, ପ୍ରଫୁଲ୍ଲ ସାହୁ, ମାୟାରାମ ସୁନା ପଞ୍ଚାନନ ସାହୁ, ବୁଡ଼ୁ ଧୁବଲ, ଆନନ୍ଦ ପାତ୍ର, ସୁବାଷ ନାଏକ, ତିର୍ଥ ବିଶ୍ୱାଳ, ଗଜିଆ ଶର୍ମା, ସୁନିଲ ଅଗ୍ରୱାଲ ଓ ବରଗଡ ଜିଲ୍ଲା ଯୁବ କଂଗ୍ରେସ ସମ୍ପାଦକ ଅଖିଳ ପୁରୋହିତ ପ୍ରମୁଖ ଏକତ୍ରିତ ହୋଇ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟିର ସଦସ୍ୟ ଙ୍କ ଆହ୍ୱାନ କୁ ସମର୍ଥନ ଜଣାଇ ପ୍ରତିବାଦ କରିଥିଲେ l

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.