Home ଓଡ଼ିଶା ମୋଦିଙ୍କ ଶାସନକାଳରେ ଦେଶର ଗରିବ ସବୁଠୁ ବେଶୀ ଲାଭାନ୍ୱିତ – ଧର୍ମେନ୍ଦ୍ର ପ୍ରଧାନ

ମୋଦିଙ୍କ ଶାସନକାଳରେ ଦେଶର ଗରିବ ସବୁଠୁ ବେଶୀ ଲାଭାନ୍ୱିତ – ଧର୍ମେନ୍ଦ୍ର ପ୍ରଧାନ

831

ପ୍ରଧାନମନ୍ତ୍ରୀଙ୍କ ଜନ୍ମ ସପ୍ତାହରେ ବିଜେପିର ‘ସେବା ସପ୍ତାହ’ ଅଭିଯାନ କେନ୍ଦ୍ରମନ୍ତ୍ରୀଙ୍କ ଦ୍ୱାରା ଉଦ୍ଘାଟିତ
– ‘ସେବା ସପ୍ତାହ’ ଅବସରରେ ସାରା ରାଜ୍ୟରେ ଜନସେବା ଓ ସଚେତନତାର ଲମ୍ବା ଯୋଜନା
– ରାଜ୍ୟ ସବୁ ପଂଚାୟତ ପର୍ଯ୍ୟନ୍ତ ଏହି କାର୍ଯ୍ୟକ୍ରମର ବ୍ୟାପକ ଯୋଜନା
– ରାଜ୍ୟବ୍ୟାପୀ ହେଲ୍ଥ କ୍ୟାମ୍ପ ଓ ରକ୍ତଦାନ ଶିବିରର ବ୍ୟାପକ କାର୍ଯ୍ୟକ୍ରମର ଶୁଭାରମ୍ଭ
– ଜଳ ସଂରକ୍ଷଣ ଓ ସିଙ୍ଗଲ୍ ୟୁଜ୍ ପ୍ଲାଷ୍ଟିକର ବର୍ଜନ କରିବା ସହ ଏହାର ଜନସଚେତନତା ମୋଦିଙ୍କ ଜନ୍ମଦିନରେ ସର୍ବଶ୍ରେଷ୍ଠ ଉପହାର ହେବ
– ଜଳ ସଂରକ୍ଷଣ ଓ ସିଙ୍ଗଲ୍ ୟୁଜ୍ ପ୍ଲାଷ୍ଟିକ୍ ବର୍ଜନ ନେଇ କରାଇଲେ ଶପଥ ପାଠ
– ସେବା ସପ୍ତାହ ଅବସରରେ ମୋଦିଙ୍କ ଜୀବନି ଉପରେ ଆଧାରିତ ପ୍ରଦର୍ଶନୀ ଉଦ୍ଘାଟିତ
– ଦେଶର ପ୍ରଧାନସେବକଙ୍କ ଆଦର୍ଶକୁ ଦେଶର ସାମାନ୍ୟ ଲୋକ ପାଳନ କରିବା ନେଇ ଏହି ଅଭିଯାନ ଆରମ୍ଭ ହୋଇଛି
– ‘ସେବା ସପ୍ତାହ’ ବାର୍ତ୍ତାକୁ ସାମାଜିକ ଗଣମାଧ୍ୟମରେ ଲୋକଙ୍କୁ ନିବେଦନ କରିବା ପାଇଁ ଆହ୍ୱାନ

ଭୁବନେଶ୍ୱର, ସେପ୍ଟେମ୍ବର ୧୪ (ଓଡ଼ିଆ ପୁଅ) – ସ୍ୱାଧୀନତା ଠାରୁ ଆଜି ପର୍ଯ୍ୟନ୍ତ ଦେଶର ବିକାଶ ଯାତ୍ରାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଶାସନ କାଳରେ ଦେଶର ଗରିବ ସବୁଠୁ ବେଶୀ ଲାଭାନ୍ୱିତ ହୋଇଛନ୍ତି ବୋଲି ଶନିବାର ଭୁବନେଶ୍ୱର ଠାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମ ସପ୍ତାହ ଅବସରରେ ବିଜେପିର ରାଜ୍ୟସ୍ତରୀୟ ସେବା ସପ୍ତାହ ଅଭିଯାନ କାର୍ଯ୍ୟକ୍ରମ ଉଦଘାଟନ କରିବା ଅବସରରେ କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

ରାଜଧାନୀ ଭୁବନେଶ୍ୱରର ଭରତପୁର ଅଂଚଳରେ ରକ୍ତଦାନ ଶିବିର, ଦିବ୍ୟାଙ୍ଗମାନଙ୍କୁ ଉପକରଣ ବଂଟନ, ସ୍ୱାସ୍ଥ୍ୟ ଶିବିର ଆୟୋଜନ ଅବସରରେ ଶ୍ରୀ ପ୍ରଧାନ କହିଛନ୍ତି ଜଳ ସଂରକ୍ଷଣ ଓ ସିଙ୍ଗଲ୍ ୟୁଜ୍ ପ୍ଲାଷ୍ଟିକର ବର୍ଜନ କରିବା ସହ ଏହାର ଜନସଚେତନତା ମୋଦିଙ୍କ ଜନ୍ମଦିନରେ ସର୍ବଶ୍ରେଷ୍ଠ ଉପହାର ହେବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ଦେଶକୁ ପୁନଃନିର୍ମାଣ କରିବାର ଲକ୍ଷ୍ୟ ‘ସେବା ସପ୍ତାହ’ ମାଧ୍ୟମରେ ସାକାର ହୋଇପାରିବ ଏବଂ ଏଥିପାଇଁ ୧୨୫ କୋଟି ଲୋକଙ୍କୁ ନିଜେ ଦାୟିତ୍ୱ ନେଇ ପାଦେ ଆଗକୁ ବଢିବା ପାଇଁ ପଡିବ।

ଶ୍ରୀ ପ୍ରଧାନ କହିଛନ୍ତି ଯେ ଆସନ୍ତା ୧୭ ତାରିଖ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୬୯ ବର୍ଷ ପୂର୍ତି ଅବସରରେ ଦେଶର ପ୍ରଧାନସେବକଙ୍କ ଆଦର୍ଶକୁ ଦେଶର ସାମାନ୍ୟ ଲୋକ ପାଳନ କରିବା ନେଇ ଦଳ ପକ୍ଷରୁ ସେବା ସପ୍ତାହ ଅଭିଯାନ ଆରମ୍ଭ ହୋଇଛି। ଏହି ଅଭିଯାନ ଆଜି ଠାରୁ ଆରମ୍ଭ ହୋଇ ଆସନ୍ତା ୨୦ ତାରିଖ ପର୍ଯ୍ୟନ୍ତ ଚାଲିବ। ଆଜି ରାଜ୍ୟବ୍ୟାପୀ ହେଲ୍ଥ କ୍ୟାମ୍ପ ଓ ରକ୍ତଦାନ ଶିବିର ଆଜି ଶୁଭାରମ୍ଭ ହୋଇଥିବା ବେଳେ ରାଜ୍ୟର ସବୁ ପଂଚାୟତ ସ୍ତରରେ ଏହି କାର୍ଯ୍ୟକ୍ରମର ବ୍ୟାପକ ଆୟୋଜନ କରାଯିବ। ଏକ ସପ୍ତାହ ବ୍ୟାପୀ ହେବାକୁ ଥିବା ଏହି କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ତଥା କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ସାଧାନ ନେଇ ସମସ୍ତ ଦେଶବାସୀଙ୍କୁ ଶ୍ରୀ ପ୍ରଧାନ ଆହ୍ୱାନ କରିଛନ୍ତି।

ଶ୍ରୀ ପ୍ରଧାନ କହିଛନ୍ତି ଯେ ଗୋଟିଏ କଳ୍ପନା, ବିଚାର ସଭା ସମିତିରେ ସୀମିତ ହୋଇ ନରହୁ। ଏହାକୁ କ୍ରିୟାନ୍ୱୟନ କରିବାର ଦାୟିତ୍ୱ ବିଶେଷ ବାବେ ପ୍ରଧାନମନ୍ତ୍ରୀଙ୍କ ଆଦର୍ଶରେ ଅନୁପ୍ରାଣିତ ଲୋକମାନେ ଏହି ସେବା ସପ୍ତାହ ପାଳନ କରନ୍ତୁ ଓ ପ୍ରଧାନମନ୍ତ୍ରୀଙ୍କ କଳ୍ପନାକୁ ସାକାର କରନ୍ତୁ। ଦେଶର ୧୨୫ କୋଟି ଲୋକ ଗୋଟିଏ ପାଦ ଆଗକୁ ବଢାଇଲେ ଦେଶ ପରିବର୍ତ୍ତନ ହୋଇପାରିବ ବୋଲି ପ୍ରଧାନମନ୍ତ୍ରୀ ମୋଦି ସର୍ବଦା କହୁଛନ୍ତି। ଆଜି ସେବା ସପ୍ତାହ ଅବସରରେ ଦେଶକୁ ୧୨୫ ପାଦ ଆଗକୁ ନେବା ପାଇଁ ପଡିବ। ରାସ୍ତାର ବାମପଟେ ଚାଲିବା, କଷ୍ଟରେ ପଡିଥିବା ଲୋକକୁ ଉଦ୍ଧାର କରିବା ଯେପରି ଦାୟିତ୍ୱ ଆଜି ସେଭଳି ସେବା ସପ୍ତାହ ଅଭିଯାନରେ ୧୨୫ କୋଟି ଲୋକଙ୍କୁ ଦାୟିତ୍ୱ ନେବାକୁ ପଡିବ। ଏହି ଆଦର୍ଶ ସେବା ସପ୍ତାହ ବାର୍ତ୍ତାକୁ ସାମାଜିକ ଗଣମାଧ୍ୟମରେ ଲୋକଙ୍କୁ ନିବେଦନ କରିବା ସହ ନିଜେ କରିଥିବା ସେବା କାମର ଫୋଟକୁ ମଧ୍ୟ ଫେସବୁକ, ଟ୍ୱିଟରରେ ଛାଡିବା ସହ ବନ୍ଧୁ ମାନଙ୍କୁ ପ୍ରେରିତ କରିବା ପାଇଁ ଅନୁରୋଧ କରିଥିଲେ।

ଶ୍ରୀ ପ୍ରଧାନ କହିଛନ୍ତି ଯେ ପ୍ରଧାନମନ୍ତ୍ରୀଙ୍କ ଜନ୍ମ ଦିବସର ସେବା ସପ୍ତାହରେ କେବଳ ପ୍ଲାଷ୍ଟିକ ବର୍ଜନ କରିବା, ଜଳ ସଂରକ୍ଷଣ କରିବାର ବିଷୟ ନୁହେଁ। ଆଧୁନିକ ଭୁବନେଶ୍ୱର ତିଆରି କରିବା ଏବଂ ଏକବିଂଶ ଶତାବ୍ଦୀରେ ସହର ତିଆରି କରିବା ଯେଉଁ ସହରରେ ଗରିବ ଲୋକର ଯେତେ ଅଧିକାର, ଧନୀ ଲୋକର ମଧ୍ୟ ସମାନ ଅଧିକାର। ଏହାକୁ ସେବା ସପ୍ତାହ ମାଧ୍ୟମରେ ପୂରା କରିବାର ଦାୟିତ୍ୱ ବିଜେପି ନେଉଛି। ସେ କହିଛନ୍ତି ଯେ ‘ସେବା ସପ୍ତାହ’ କେବଳ ଖବର ନହୋଇ ନରହୁ। ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭଲ ପାଉଥିବା ସମସ୍ତ ଲୋକ ତାଙ୍କ ନାଁକୁ ସାକ୍ଷୀ ରଖି ଏହି ୭ ଦିନରେ ସେବା କରିବା ପାଇଁ ଶ୍ରୀ ପ୍ରଧାନ ଆହ୍ୱାନ କରିଥିଲେ। ବିଶେଷ ଭାବରେ ପ୍ଲାଷ୍ଟିକ୍ ବର୍ଜନ କରିବା, ସିଙ୍ଗଲ୍ ୟୁଜ୍ ପ୍ଲାଷ୍ଟିକ୍, ଜଳ ସଂରକ୍ଷଣ, ଫଳ ବଂଟନ, ସ୍ୱଚ୍ଛ ଭାରତ ଅଭିଯାନକୁ ନିଜ ଅଂଚଳରେ କରିବା ପାଇଁ ଆବାଳବୃଦ୍ଧବନିତାଙ୍କୁ ନେଇ ସେ ଆହ୍ୱାନ କରିଥିଲେ।

ଶ୍ରୀ ପ୍ରଧାନ କହିଛନ୍ତି ଯେ ପଣ୍ଡିତ ଗୋପବନ୍ଧୁ ଦାସ ନିଜ ପୁଅର ଜୀବନକୁ ଛାଡି ବନ୍ୟା, ବାତ୍ୟାରେ ଲୋକଙ୍କୁ ଚୂଡା, ଚାଉଳ ବାଂଟିବା ପାଇଁ ଚାଲିଯାଇଥିଲେ। ଏହା ଓଡିଆ ସଂସ୍କତି ଓ ସଭ୍ୟତା ଏବଂ ଏହି ପରମ୍ପରାର

ସମସ୍ତେ ଦାୟଦ। ପ୍ରଧାନମନ୍ତ୍ରୀଙ୍କ ଜନ୍ମ ଦିବସରରେ ‘ସେବା ସପ୍ତାହ’କୁ ଭବ୍ୟ ଭାବେ ସାମାଜିକ ଉତ୍ସବ ଭାବେ ପାଳନ କରିବା ନେଇ ଶ୍ରୀ ପ୍ରଧାନ ନିବେଦନ କରିଥିଲେ।

ଉଲ୍ଲେଖନୀୟ ଯେ, ଜଳ ସଂରକ୍ଷଣ ଓ ସିଙ୍ଗଲ ୟୁଜ୍ ପ୍ଲାଷ୍ଟିକ ବର୍ଜନ ନେଇ ଶ୍ରୀ ପ୍ରଧାନ ଉପସ୍ଥିତ କାର୍ଯ୍ୟକର୍ତା ଓ ଲୋକଙ୍କୁ ଶପଥ ପାଠ କରାଇଥିଲେ। ସେବା ସପ୍ତାହ ଅବସରରେ ମୋଦିଙ୍କ ଜୀବନି ଉପରେ ଆଧାରିତ ଏକ ଭିଡିଓ ପ୍ରଦର୍ଶିତ ମଧ୍ୟ ହୋଇଥିଲା।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.