Home ଅପରାଧ ମୋତେ ମଲେଷ୍ଟ୍ରେସନ କରିଥିଲା, ଏବେ ମୋ ବାପାଙ୍କୁ ଗୁଳିକରି ମାରିଦେଲା – ପୀଡ଼ିତା

ମୋତେ ମଲେଷ୍ଟ୍ରେସନ କରିଥିଲା, ଏବେ ମୋ ବାପାଙ୍କୁ ଗୁଳିକରି ମାରିଦେଲା – ପୀଡ଼ିତା

59

ନୂଆ ଦିଲ୍ଲୀ ୨-୩ (ଓଡ଼ିଆ ପୁଅ) ହାତରସ୍‌ ଏହି ଘଟଣା। ୨୦୧୮ ରେ, ପୀଡିତାଙ୍କୁ ମଲେଷ୍ଟ୍ରେସନ କରିଥିବା ଅଭିଯୋଗରେ ପିତାଙ୍କ ଦ୍ୱାରା ଦାଖଲ ହୋଇଥିବା ଯୌନ ନିର୍ଯାତନା ମାମଲାରେ ଅଭିଯୁକ୍ତ ଜେଲ ଯାଇଥିଲା। କିଛିଦିନ ତଳେ ଜାମିନରେ ଆସି ଉତ୍ତରପ୍ରଦେଶର ଅଭିଯୁକ୍ତ ଗୌରବ ଶର୍ମା ସୋମବାର ପୀଡ଼ିତାର ପିତାଙ୍କୁ ହତ୍ୟା କରିଥିବା ଅଭିଯୋଗ ହୋଇଛି।

ହାଥରସ ପୋଲିସର ସୂଚନାନୁସାରେ ସୋମବାର ଅପରାହ୍ନରେ ଅଭିଯୁକ୍ତଙ୍କ ପରିବାର ଏବଂ ପୀଡିତାଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା ବେଳେ ଶର୍ମା ଝିଅଟିର ପିତାଙ୍କ ଉପରକୁ ଗୁଳି ଚଳାଇଥିଲା। ଡାକ୍ତରଖାନା ଯିବା ବାଟରେ ତାଙ୍କର ମୃତ୍ୟୁ ହୋଇଥିଲା।

ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଅପରାଧୀଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ଏବଂ ଏହି ମାମଲାରେ ଦୋଷୀମାନଙ୍କୁ ବୁକ୍ କରିବାକୁ କହିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.