Home ଜିଲ୍ଲା ପରିକ୍ରମା ମୋଟୁ ପେଟା ପଥର ଖଣିକୁ ବିରୋଧ କଲେ ଶତାଧିକ ଗ୍ରାମବାସୀ

ମୋଟୁ ପେଟା ପଥର ଖଣିକୁ ବିରୋଧ କଲେ ଶତାଧିକ ଗ୍ରାମବାସୀ

189

ମାଲକାନଗିରି,୨୯ା୧୦(ଓଡିଆ ପୁଅ ) ମାଲକାନଗିରି ଜିଲ୍ଲା ମୋଟୁ ତହସିଲ ଅନ୍ତର୍ଗତ ପେଟା ଠାରେ ଥିବା ପଥରଖଣିକୁ ବିରୋଧ କରିଛନ୍ତି ଶତାଧିକ ଗ୍ରାମବାସୀ । ମୋଟୁ ତହସିଲ ଅଧିନସ୍ଥ ପୁଷୁଗୁଡା ପଚାଂୟତ ନିକଟବର୍ତି ପେଟା ଗ୍ରାମଠାରେ ଥିବା ମୂଲ୍ୟବାନ ପଥର ଖନନକରି ସେଠାରେ ଏକ ଡେକୁରେଟର ଷ୍ଟୋନ ମାଇନ୍ସ ଲିଜ ନେଇଛନ୍ତି ଆନ୍ଦ୍ରପ୍ରଦେଶର ଜଣେ ଖଣିମାଳିକ । ଏହି ପଥର ଖଣିକୁ ବିରୋଧ କରି କୋଭିଡ ନିୟମ ପାଳନ କରି ମୋଟୁ ପଚାଂୟତର ସରପଚଂ ମୁନାସୋଡି ଙ୍କ ନେତୃତ୍ୱରେ ଆଜି ପୁଷୁଗୁଡା,ମୋଟୁ ପଚାଂୟତର ଶତାଧିକ ଗ୍ରାମବୀସୀ ଓ ଲୋକପ୍ରତିନିଧି ମାନେ ମୁରିଲଗୁଡା ଠାରେ ଏକତ୍ରୀତ ହୋଇ ଏକ ବୈଠକ କରିଥିଲେ । ଏହି ଖଣି ମାଲିକ ସ୍ଥାନୀୟ ବେକାରୀ ମାନଙ୍କୁ ମାଇନ୍ସ ରେ କର୍ମନିଯୁକ୍ତି ନଦେଇ ଆନ୍ଦ୍ରପ୍ରଦେଶର ଲୋକମାନଙ୍କୁ ନିଯୁକ୍ତିଦେଉଛନ୍ତି । ପେଟା ଠାରେ ଥିବା ଖଣିଜପଦାର୍ଥରେ ଭରପୁର ବିରାଟ ପାହଡକୁ ବ୍ଲାଷ୍ଟକରି ସେଠାରୁ ପଥର କାଟି ବାହାର ରାଜ୍ୟ ଓ ଦେଶକୁ ଏହି ଖଣିମାଲିକ ବେଶ ଲାଭବାନ ହେଉଥିବା ବେଳେ ଏହି ବ୍ଲାଷ୍ଟ ଦ୍ୱାରା ଆଖାପାଖ ଅଚଂଳର ଗ୍ରାମବାସୀ ଙ୍କ ଚାଷଜମି, ଘର ବାଡି ସବୁ ନଷ୍ଟହେଉଛି । ସାବେରୀ ନଦୀରେ ବନ୍ୟାଜଳ ଆସିଲେ ଏହି ପେଟା ପାହଡ ତାହାରକ୍ଷା କରିଥାଏ । ଗ୍ରାମକୁ ସୁରକ୍ଷା ଦେଉଥିବା ପେଟା ପଥର ପାହାଡ ଟି ଧିରେ ଧିର ଧ୍ୱଂସ ହେବାକୁ ବସିଲାଣି । ଏଠାରୁ ପଥର ଖନନ ଦ୍ୱାରା ଏହି ପାହଡ ଟି ଲୋପପାଇବାକୁ ବସୁଥିବାରୁ ଆଗାମି ଦିନରେ ସାବେରୀ ନଦୀର ବନ୍ୟାଜଳ ସିଧାସଳଖ ଭେବ ମୋଟୁ,ପୁଷୁଗୁଡା ପଚାଂୟତର ବିଭିନ୍ନ ତଳିଆ ଗ୍ରାମରେ ପ୍ରବେଶ କରି ଗ୍ରାମଗୁଡିକୁ ବନ୍ୟାଜଳରେ ଲିନହୋଇ ଯିବ । ତୁରନ୍ତ ଏହି ଖଣିର ଲିଜକୁ ବାତିଲ କରାନଗେଲେ ଆଗିମି ଦିନରେ ମୋଟୁ ଠାରେ ଆନ୍ଦୋଳନ କରାଯାଇ ଜିଲ୍ଲାପାଳ ଓ ମୁଖ୍ୟମନ୍ତ୍ରୀ ଙ୍କୁ ଗ୍ରାମବାସୀ ମାନଙ୍କ ପକ୍ଷରୁ ସ୍ମାରକ ପତ୍ର ଦିଆ ଯିବ ବୋଲି ଏହି ବୈଠକରେ ନିସ୍ପତି ନିଆ ଯାଇଥିବାର ଜଣାପଡିଛି ।

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.