Home ଜିଲ୍ଲା ପରିକ୍ରମା ମୋଟର ସାଇକେଲ ଦୁର୍ଘଟଣାରେ ଯୁବକର ମୃତ୍ୟୁ

ମୋଟର ସାଇକେଲ ଦୁର୍ଘଟଣାରେ ଯୁବକର ମୃତ୍ୟୁ

52

ଭଦ୍ରକ, ୩ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ଧାମନଗର ବ୍ଲକ ଅନ୍ତର୍ଗତ ରଇପୁର ଗ୍ରାମର ପ୍ରଭାସ ବାରିକ(୩୫) ଏକ ମୋଟର ସାଇକେଲ ଦୁର୍ଘଟଣାରେ ମୃତ୍ୟୁ ଘଟିଛି । ପ୍ରକାଶ ଥାଉକି ଧୂଷୁରୀ- ଆଖଣ୍ଡଳମଣୀ ରାସ୍ତାର କୋଠାର ନିକଟସ୍ଥ ଡ଼ିଲୁଅ ଛକଠାରେ ପ୍ରଭାସ ମୋଟର ସାଇକେଲରେ ଆସୁଥିବାବେଳେ ପଛପଟୁ ଓଆର-୨୨ଇ-୯୯୩୨ ଆସୁଥିବା ଏକ ବାଇକ୍ ଆରୋହି ପ୍ରଭାସକୁ ଧକ୍କାଦେବା ଫଳରେ ସେଠାରେ ସେ ପଡ଼ିଯାଇଥିଲା । ଗୁରୁତର ଅବସ୍ଥାରେ ସ୍ଥାନୀୟ ଲୋକମାନେ ମେଡ଼ିକାଲକୁ ପଠାଇଥିବାବେଳେ ଡ଼ାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲା । ଖବରପାଇ ଧୂଷୁରୀ ଥାନାର ଏସ୍‌ଆଇ ମହାପ୍ରସାଦ ନାୟକ ଘଟଣାର ତଦନ୍ତ କରିବା ସହିତ ଏକ ମାମଲା ମଧ୍ୟ ରୁଜୁ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.