ad
ଓଡ଼ିଶା

ମୋଟରସାଇକେଲ ଚୋରୀ ର‌୍ୟାକେଟର ୧ ଗିରଫ, ୨ ମୋଟରସାଇକେଲ ଜବତ

ଯୋଡା, ୧୫/୦୯ (ଓଡିଆ ପୁଅ / ସେକ୍ ଜାବିର ମହମ୍ମଦ) ଯୋଡା ସହରରେ ମୋଟରସାଇକେଲ ଚୋରୀ ଦିନକୁ ଦିନ ବୃଦ୍ଧି ପାଉଥିବା ବେଳେ ପୁଲିସ ଏହି ଚୋରୀର ଏକ ବଡ ର‌୍ୟାକେଟକୁ ଠାବ କରିବାରେ ସକ୍ଷମ ହୋଇଛି । ଯୋଡା ପୌରାଞ୍ଚଳ ଅନ୍ତର୍ଗତ ୩ନଂ ୱାର୍ଡର କୁନ୍ଦୁରୁନାଲାରେ ରହୁଥିବା ଲାଲା ମୁଣ୍ଡା ନାମକ ଜଣେ ପେଶାଦାର ମୋଟରସାଇକେଲ ଚୋରକୁ ଗିରଫ କରିଛି । ତା ଠାରୁ ୨ଟି ଚୋରା ମୋଟରସାଇକେଲମ ମଧ୍ୟ ଜବତ ହୋଇଛି । ତେବେ ଏହି ର‌୍ୟାକେଟର ମାଷ୍ଟରମାଇଣ୍ଡ ନିକଟରେ ପୁଲିସ ଖୁବ୍ ଶୀଘ୍ର ପହଞ୍ଚିବ ବୋଲି କହୁଥିବା ବେଳେ ଏହି ର‌୍ୟାକେଟରେ ଅନେକ ପେଶାଦାର ଅପରାଧି ସାମିଲ ଥିବା ଜଣାପଡିଛି । ଖୁବ ଶୀଘ୍ର ସେମାନଙ୍କୁ ମଧ୍ୟ ପୁଲିସ ଗିରଫ କରିବ ବୋଲି ଯୋଡା ଥାନା ସବ୍‌ଇନିସପେକ୍ଟର ସୁନିଲ ସୋରେନ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।

Loading...
ad
Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

To Top