Home ଅନୁଗୁଳ ମେଡିକାଲ୍ କଲେଜକୁ ଚଳାଇବେ ରାଜ୍ୟ ସରକାର : ଲିଖିତ ପ୍ରତିଶ୍ରୁତି ମିଳିବାରୁ ମେ ୧୩ରେ ତାଳଚେର...

ମେଡିକାଲ୍ କଲେଜକୁ ଚଳାଇବେ ରାଜ୍ୟ ସରକାର : ଲିଖିତ ପ୍ରତିଶ୍ରୁତି ମିଳିବାରୁ ମେ ୧୩ରେ ତାଳଚେର ବନ୍ଦ ସ୍ଥଗିତ

57

ତାଳଚେର, ୧୨/୫ (ଓଡ଼ିଆ ପୁଅ/ଅଜିତ ବେହେରା) : ରାଜ୍ୟ ସରକାର ତାଳଚେର ମେଡିକାଲ୍ କଲେଜକୁ ଚଳାଇବା ପାଇଁ ଲିଖିତ ପ୍ରତିଶୃତି ଦେବା ପରେ ମେ ୧୩ ତାରିଖରେ ହେବାକୁ ଥିବା ତାଳଚେର ବନ୍ଦକୁ କ୍ରିୟାନୁଷ୍ଠାନ କମିଟି ସ୍ଥଗିତ ରଖଛି। ଆସନ୍ତା ମେ ମାସ ଶେଷ ସୁଦ୍ଧା ଯଦି ରାଜ୍ୟ ସରକାର ଏ ସମ୍ବନ୍ଧରେ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ନକରନ୍ତି ତେବେ କ୍ରିୟାନୁଷ୍ଠାନ କମିଟିର ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟକ୍ରମ ଅନୁଯାୟୀ ଜୁନ୍ ପହିଲାରୁ ୭୨ ଘଣ୍ଟିଆ ଅର୍ଥନୈତିକ ଅବରୋଧ କରିବାକୁ ବାଧ୍ୟ ହେବ ବୋଲି କୁହାଯାଇଛି। ଏନେଇ କ୍ରିୟାନୁଷ୍ଠାନ କମିଟିର ଏକ ପ୍ରତିନିଧି ମଣ୍ଡଳୀ ଆବାହକ ପଦ୍ମଚରଣ ସାମଲ, ପୂର୍ବତନ ନଗରପାଳ କେଶବ ଭୂତିଆ, ପୂର୍ବତନ ବ୍ଲକ ଅଧ୍ୟକ୍ଷ ଦିଗମ୍ବର ଗଡନାୟକ, ମାନସ ଆଚାର୍ଯ୍ୟ, ଡେରା ସରପଂଚ ଗୀତିଶ ପ୍ରଧାନ, ସୁନିଲ ବିଶ୍ୱାଳ, ମନୋଜ ପ୍ରଧାନ, ଦୟାସାଗର ମିଶ୍ର, କାଉନସିଲର ସ୍ୱାଧୀନ ଥମ୍ବ, ରଙ୍ଗାଧର ନାହାକ, ବିରଂଚି ସାହୁ, ବିଭୁତି ଭୂଷଣ ସାହୁ, ରଞ୍ଜିତ୍ ମହାପାତ୍ର, ଦେବାଶିଷ ପରିଡା, ପ୍ରହ୍ଲାଦ ସାହୁ, ବିଜୟ ବିଶ୍ୱାଳ, ଚୈତନ୍ୟ ପ୍ରଧାନ, ଭଗବାନ ପ୍ରଧାନ, ଜିତେନ୍ଦ୍ର ଦାସ, ଅଭୟ କୁମାର ପାଣି, ସୁକାନ୍ତ ଦାସ, ପ୍ରକାଶ ମହାରଣା, କୈଳାସ ଚନ୍ଦ୍ର ସାହୁ, ଯତିନ ମହାନ୍ତି, ବିନୋଦ ଲାଲ୍‌, ମହମଦ୍ ଜାବିର, ଭୂପେନ୍ ଥମ୍ବ, ସରୋଜ ଧର ପ୍ରମୁଖ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକପତ୍ର ତାଳଚେର ଉପଜିଲ୍ଲାପାଳଙ୍କୁ ପ୍ରଦାନ କରିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.