Home ଜିଲ୍ଲା ପରିକ୍ରମା ମେଡିକାଲରେ ଭେଣ୍ଟିଲେଟର ପାଇଁ ଜିଲାପାଳଙ୍କୁ ଦାବି କଲେ ମନସ୍ମିତା

ମେଡିକାଲରେ ଭେଣ୍ଟିଲେଟର ପାଇଁ ଜିଲାପାଳଙ୍କୁ ଦାବି କଲେ ମନସ୍ମିତା

33

ଭଦ୍ରକ, ୧୧ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ଭଦ୍ରକ ମେଡ଼ିକାଲରେ କୋଭିଡ଼ ୱାର୍ଡ, କୋଭିଡ଼ କେୟାର ସେଣ୍ଟର ଆଦି ହସ୍‌ପିଟାଲରେ କରୋନା ରୋଗୀଙ୍କ ପାଇଁ ଭେଣ୍ଟିଲେଟରର ବନ୍ଦୋବସ୍ତ କରିବାକୁ ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟା ମନସ୍ମିତା ଖୁଣ୍ଟିଆ ଜିଲ୍ଲାପାଳଙ୍କୁ ଦାବି ଜଣାଇଛନ୍ତି । ସେ ଚିଠିରେ ଉଲ୍ଲେଖ କରିଛନ୍ତି ଯେ ଭଦ୍ରକ ପରି ଏକ ସମ୍ବେଦନଶୀଳ ଜିଲ୍ଲାରେ କୋଭିଡ଼ ଆକ୍ରାନ୍ତଙ୍କ ସୁରକ୍ଷା ନେଇ ଯେଉଁ ବାହାସ୍ଫୋଟ ପ୍ରଦର୍ଶନ କରାଯାଉଛି, ବାସ୍ତବରେ ଜିଲ୍ଲାରେ ଏହାର ରୂପ ଅଲଗା । ବିଶେଷ କରି ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ରୋଗୀ ନାନା ଅକଥନୀୟ ଦୁର୍ଦ୍ଦଶାର ଶୀକାର ହେଉଛନ୍ତି । ବହୁ କରୋନା ଆକ୍ରାନ୍ତ ଭେଣ୍ଟିିଲେଟର ନଥିବା କାରଣରୁ ମୃତ୍ୟୁର ସମ୍ମୁଖୀନ ହେଉଛନ୍ତି । ଶଯ୍ୟା ନଥାଇ ରୋଗୀ ତଳେ ଶୋଉଛନ୍ତି । ତେଣୁ ଭଦ୍ରକ ମେଡ଼ିକାଲ ସମେତ ସମସ୍ତ କୋଭିଡ଼ କେୟାର ସେଣ୍ଟରରେ ପର୍ଯ୍ୟାପ୍ତ ଶଯ୍ୟା, ଅକ୍ସିଜେନ ଓ ଭେଣ୍ଟିିଲେଟରର ବନ୍ଦୋବସ୍ତ କରାଯାଉ । ଟୀକାକରଣ କ୍ଷେତ୍ରରେ ଉପୁଜୁଥିବା ଭିଡ଼ ସମସ୍ୟା ଯାହା କରୋନା ବାହକରେ ସହାୟକ ହେଉଛି, ତା’କୁ ଦୂର କରିବା ନିମନ୍ତେ ଧ୍ୟାନ ଦିଆଯାଉ । ପ୍ରତି ୱାର୍ଡରେ ଟୀକା କରଣ କେନ୍ଦ୍ର କରି ନିର୍ଦ୍ଧାରିତ ଦିନରେ କେବଳ ସେହି ୱାର୍ଡବାସିନ୍ଦାକୁ ଟୀକା ପ୍ରଦାନ କରାଯାଉ । ୧୮ରୁ ୪୪ ବର୍ଷର ଲୋକଙ୍କ ପାଇଁ ଏହାକୁ କାର୍ଯ୍ୟକାରୀ କରାଯାଉ । ସ୍ୱାସ୍ଥ୍ୟକର୍ମୀ ଘରକୁ ଘର ବୁଲି ଯେଉଁ ବୟସ୍କମାନେ ଦ୍ୱିତୀୟ ଡୋଜ ଟୀକା ନେବେ ସେମାନଙ୍କୁ ସେମାନଙ୍କ ଘରେ ଟୀକା ଦିଅନ୍ତୁ । ସଟଡାଉନ ପିରିୟଡରେ ଡାକ୍ତରଖାନାରେ ରହୁଥିବା ରୋଗୀଙ୍କ ସମ୍ପର୍କୀୟ, ସହାୟକଙ୍କୁ ଖାଦ୍ୟ ଯୋଗାଣର ବ୍ୟବସ୍ଥା କରାଯାଉ । ସହରରେ ଲକ୍‌ଡାଉନ ଓ ସଟ୍‌ଡାଉନକୁ କଡାକଡି କରନ୍ତୁ ବୋଲି ଦାବି କରିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.