Home ଜିଲ୍ଲା ପରିକ୍ରମା ମୃତ ଭାଇଭଉଣୀଙ୍କ ପରିବାରଙ୍କୁ ଭେଟିଲେ ସାଂସଦ ଓ ବିଧାୟକ

ମୃତ ଭାଇଭଉଣୀଙ୍କ ପରିବାରଙ୍କୁ ଭେଟିଲେ ସାଂସଦ ଓ ବିଧାୟକ

91

ଭଦ୍ରକ, ୧୮ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଗତ ଗୁରୁବାର ଧାମନଗର ବ୍ଲକ ସୋହଡା ପଂଚାୟତ ଗୌରାଙ୍ଗପୁର ଜୟନ୍ତିରା ଗ୍ରାମର ମନ୍ମଥ ଦାଶଙ୍କ ଝିଅ ବର୍ଷା ପ୍ରିୟଦର୍ଶନୀ ଓ ପୁଅ ଜ୍ଞାନରଂଜନ ବୈତରଣୀ ନଦୀରେ ଗାଧୋଇଥିବା ବେଳେ ନଦୀରେ ବୁଡି ମୃତ୍ୟୁ ବରଣ କରିଥିଲେ । ଆଜି ସନ୍ଧ୍ୟାରେ ଭଦ୍ରକ ସାଂସଦ ମଂଜୁଲତା ମଣ୍ଡଳ ମୃତଙ୍କ ପରିବାରବର୍ଗକୁ ଭେଟି ସମବେଦନା ଜଣାଇବା ସହିତ ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି । ମନ୍ମଥଙ୍କ ଦୁଇଟି ସନ୍ତାନଙ୍କ ଅକାଳ ବିୟୋଗ ଯୋଗୁଁ ପରିବାର ଲୋକ ଦୁଃଖରେ ଭାଙ୍ଗି ପଡିଛନ୍ତି । ଆଜି ସାଂସଦ ଶ୍ରୀମତି ମଣ୍ଡଳଙ୍କ ସମେତ ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ, ତହସିଲଦାର ରାଧାକାନ୍ତ ବାରିକ ଓ ଥାନାଧିକାରୀ ରତିକାନ୍ତ ଗିରି ପ୍ରମୁଖ ପହଂଚି ସମବେଦନା ଜଣାଇବା ସହିତ ସରକାରୀ ସହାୟତା ଯୋଗାଇଦେବାକୁ ମଧ୍ୟ ପ୍ରତିଶ୍ରୃତି ଦେଇଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ପ୍ରାକ୍ତନ ବ୍ଲକ ଅଧ୍ୟକ୍ଷ ବିନୋଦ ନାୟକ, ନିତ୍ୟାନନ୍ଦ ମିଶ୍ର, ପ୍ରତାପ ସାମଲ ପ୍ରମୁଖ ଉପସ୍ଥିତ ଥିଲେ । ସେହିପରି ଗତକାଲି ମଧ୍ୟ ସ୍ଥାନୀୟ ବିଧାୟକ ବିଷ୍ଣୁ ସେଠୀ, ମୁକୁନ୍ଦଦେବ ମଣ୍ଡଳ ସଭାପତି ଅରବିନ୍ଦ ପତି ଓ ସରପଂଚ ପ୍ରମୋଦ ସୂତାର ସେଠାରେ ପହଂଚି ମନ୍ମଥଙ୍କ ପରିବାରକୁ ଭେଟି ସମବେଦନା ଜଣାଇବା ସହିତ ଆର୍ଥିକ ସହାୟତା ମଧ୍ୟ ପ୍ରଦାନ କରିଛନ୍ତି । ସେହିପରି କଂଗ୍ରେସ ପକ୍ଷରୁ ବ୍ଲକ ସଭାପତି ଅଭିଶେଷକ ରାଉତ, ନଗର ସଭାପତି ପ୍ରସନ୍ନ କୁମାର ଧଳ, ରାଜକିଶୋର ସାହୁ, ପ୍ରମୋଦ କୁମାର ନାୟକ ଓ ହରେକୃଷ୍ଣ ଦେବତା ପ୍ରମୁଖ ପହଂଚି ମୃତକଙ୍କ ପରିବାରକୁ ସମବେଦନା ଜଣାଇଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.