Home ଜିଲ୍ଲା ପରିକ୍ରମା ମୃତକଙ୍କ ପରିବାରକୁ ଭେଟିଲେ ବିଧାୟକ

ମୃତକଙ୍କ ପରିବାରକୁ ଭେଟିଲେ ବିଧାୟକ

6

ଭଦ୍ରକ, ୧୮ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ)- ଭଦ୍ରକ ଜିଲା ଭଣ୍ଡାରିପୋଖରୀ ବ୍ଲକ ରାମଚନ୍ଦ୍ରପୁର ପଞ୍ଚାୟତ ଅନ୍ତର୍ଗତ ମଣାଗଡିଆ ଗ୍ରାମରେ ନାଗସାପ ଦଂଶନ ଯୋଗୁ ମୃତ୍ୟୁ ବରଣ କରିଥିବା ମାନସୀ ସେନାପତିଙ୍କ ପରିବାର ବର୍ଗଙ୍କୁ ମଙ୍ଗଳବାର ଦିନ ବିଧାୟକ ସଞ୍ଜୀବ କୁମାର ମଲ୍ଲିକ ସାକ୍ଷାତ କରି ସମବେଦନା ଜଣାଇଛନ୍ତି। ମାନସୀ ସ୍ୱୟଂ ସହାୟକ ଗୋଷ୍ଠୀର ଜଣେ ସକ୍ରିୟ କାର୍ଯ୍ୟକର୍ତା ଥିବାବେଳେ ତାଙ୍କର ଅକାଳ ମୃତ୍ୟୁ ଯୋଗୁ ପଂଚାୟତ ମହିଳା ମହାସଂଘ ପକ୍ଷରୁ ଗଭୀର ଶୋକ ପ୍ରକାଶ ପାଇଛି। ଖବର ପାଇ ସ୍ଥାନୀୟ ବିଧାୟକ ଶ୍ରୀ ମଲ୍ଲିକଙ୍କ ସମେତ ଜିଲ୍ଲା ପରିଷଦ ସଭ୍ୟ ଲକ୍ଷ୍ମୀଧର ସାହୁ, ଉତ୍କଳ କେଶରୀ ମହାନ୍ତି, ସମାଜସେବୀ ଜୟନ୍ତ ସାହୁ, ବୀରେନ୍ଦ୍ର ନାୟକ, ଭୂପତି ମଲ୍ଲିକ ପ୍ରମୁଖ ଗ୍ରାମରେ ପହଂଚି ମୃତ ମହିଳାଙ୍କ ସ୍ୱାମୀ ଓ ପରିବାରର ସଦସ୍ୟମାନଙ୍କୁ ସାନ୍ତ୍ୱନା ଦେଇଥିଲେ। ସେହିପରି ରହଣିଆ ପଂଚାୟତ ବେଲଗଡିଆ ଗ୍ରାମ ନିବାସୀ ଶିକ୍ଷାବିତ ଶିବ ଚରଣ ସ୍ୱାଇଁଙ୍କ ମୃତ୍ୟୁ ଖବର ପାଇ ବିଧାୟକ ଶ୍ରୀ ମଲ୍ଲିକ ତାଙ୍କ ବାସ ଭବନ ଠାରେ ପହଂଚି ପରିବାର ବର୍ଗଙ୍କୁ ସମବେଦନା ମଧ୍ୟ ଜଣାଇଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.