Home କେନ୍ଦୁଝର ମୁଷଳ ଧାରାରେ ବର୍ଷା ଘରେ ପସିଲା ପାଣି

ମୁଷଳ ଧାରାରେ ବର୍ଷା ଘରେ ପସିଲା ପାଣି

109

ହାଟଡିହି- ୧୫ /୯ (ଓଡିଆପୁଅ / ବିକାଶ ବିଶ୍ୱାଳ) ତିନିଦିନ ଧରି ଲଘୁଚାପ ଜନିତ ବର୍ଷା ଲାଗି ରହିଥିଲେବି ଆଜି ଦୁଇଘଣ୍ଟା ଧରି ମୁଷଳ ଧାରାରେ ବର୍ଷା ହେବାଦ୍ୱାରା ଅନେକ ଗାଁରେ ବର୍ଷା ପାଣି ପସିରହିଛି । ଗାଁ ରାସ୍ତାରେ ଆଣଣ୍ଠୁଏ ଉଚ୍ଚର ପାଣି ଚାଲିଥିବାବେଳେ ବିଲବାଡି ଗୁଡିକ ପାଣିରେ ଉଛୁଳି ଉଠିଛି । ଏପରିକି କିଛି ଲୋକଙ୍କ ଘରେ ବର୍ଷାପାଣି ପସିଯିବାରୁ ଲୋକମାନେ ଆତଙ୍କିତ ଅବସ୍ଥାରେ ଅଛନ୍ତି । ଆଜି ଅପରାହ୍ନରେ ଏହିପରି ବର୍ଷା ଲାଗି ରହିବାଦ୍ୱାରା ସୋସୋ ହରିଜନ ସାହିରେ ପାଣି ପସିଛି । ନିକଟରେ ଥିବା ପଞ୍ଚାୟତ ପୋଖରୀକୁ ପାଣି ନିସ୍କାସନ ହେଉ ନଥିବାରୁ ଟୁନୁ ଯେନା, ଭରତ ନାହାକ, ବାବୁ ନାହାକ, ମିଥୁନ ନାହାକ, ଗୁରିଆ ନାହାକ, ଟୁବୁଲା ନାହାକ, ରବି ନାହାକ, ଗଜୁଆ ଯେନା, ସାଗର ଯେନା, ଭୁଆ ଯେନା, କାଳନ୍ଦି ନାହାକ, ଠୁରା ନାହାକ ଆଦି ଲୋକଙ୍କ ଘରେ ପାଣି ପସିଯାଇଛି । କଚ୍ଚା ଘର ଗୁଡିକର କାନ୍ଥ ପଡିଯିବା ଆଶଙ୍କାରେ ଲୋକମାନେ ଆତଙ୍କିତ ହୋଇ ପଡିଛନ୍ତି । ସେମାନେ ଆଖପାଖରେ ଥିବା ଲୋକଙ୍କ ପକ୍କାଘର ମାନଙ୍କୁ ପଳାଇଥିବା ଜଣାଯାଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.