Home Top News ମୁମ୍ବାଇ କ୍ରୁଜ୍ ଡ୍ରଗ୍ସ ମାମଲା : ଶାହାରୁଖ ଖାନଙ୍କ ମ୍ୟାନେଜର ପୂଜା ଦଦଲାନୀଙ୍କ ବଢ଼ିଲା ଅଡ଼ୁଆ,...

ମୁମ୍ବାଇ କ୍ରୁଜ୍ ଡ୍ରଗ୍ସ ମାମଲା : ଶାହାରୁଖ ଖାନଙ୍କ ମ୍ୟାନେଜର ପୂଜା ଦଦଲାନୀଙ୍କ ବଢ଼ିଲା ଅଡ଼ୁଆ, ତୃତୀୟ ଥର ପାଇଁ ସମନ ଜାରୀ

67

ମୁମ୍ବାଇ ୧୬-୧୧ (ଓଡ଼ିଆ ପୁଅ) କ୍ରୁଜ୍ ଡ୍ରଗ୍ସ ମାମଲା ସହ ଜଡିତ ‘ଅସୂଲୀ’ ଅଭିଯୋଗରେ ମୁମ୍ବାଇ ପୋଲିସ ବଲିଉଡ ତାରକା ଶାହରୁଖ ଖାନଙ୍କ ମ୍ୟାନେଜର ପୂଜା ଦଡଲାନୀଙ୍କୁ ତୃତୀୟ ସମନ ଜାରି କରିପାରେ। ଖବର ଅନୁଯାୟୀ, ଗତ ମାସରେ ଏହି ମାମଲାରେ ଆର୍ଯ୍ୟନ୍ ଖାନଙ୍କୁ ଗିରଫ କରାଯାଇଥିଲା। ଏହାପୂର୍ବରୁ ମୁମ୍ବାଇ ପୋଲିସର ଏସଆଇଟି ପୂଜା ଦଦଲାନୀଙ୍କୁ ଦ୍ୱିତୀୟ ସମନ ଜାରୀ କରି ହାଜର ହେବାକୁ କହିଥିଲା। କିନ୍ତୁ ସେ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ପ୍ରସଙ୍ଗ ଦର୍ଶାଇ ଏହାର ସମୟ ଟାଳି ଥିଲେ।

ଉଲ୍ଲେଖନୀୟଯେ, ମୁମ୍ବାଇ କ୍ରୁଜ୍ ମାମଲାରେ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ ଅଧିକାରୀଙ୍କ ବିରୋଧରେ ଅସୂଲୀ ଅଭିଯୋଗର ତଦନ୍ତ ପୋଲିସ କମିଶନର ମିଲିନ୍ଦ ଖେଲଙ୍କ ନେତୃତ୍ୱରେ ଏସଆଇଟି କରୁଛି। ନିରପେକ୍ଷ ସାକ୍ଷୀ ପ୍ରଭାକର ସୈଲଙ୍କ ଦ୍ୱାରା ଏହି ଅଭିଯୋଗ କରାଯାଇଥିଲା ଯେ ସେ ତାଙ୍କ ମାଲିକ କେ.ପି ଗୋସାଭି ଏବଂ ସାମ ଡି’ସୌଜାଙ୍କ ମଧ୍ୟରେ ହୋଇଥିବା ବାର୍ତ୍ତାଳାପରେ ଶୁଣିବାକୁ ପାଇଥିଲେ ଯେଉଁଥିରେ ଶାହରୁଖ ଖାନଙ୍କ ପୁଅକୁ ୨୫ କୋଟି ଟଙ୍କା ବଦଳରେ ଡ୍ରଗ୍ସ ମାମଲାରେ ମୁକ୍ତ କରିବାକୁ ଦାବି କରାଯାଇଥିଲା।

ସୈଲର କଥିତ ବାର୍ତ୍ତାରୁ ଜଣାପଡ଼େଯେ, ସଉଦାର ୮ କୋଟି ଟଙ୍କା ଏନସିବି ମୁମ୍ବାଇର ଜୋନାଲ ନିର୍ଦ୍ଦେଶକ ସମୀର ୱାନକେଡେଙ୍କୁ ଦିଆଯିବାର ଥିଲା। ଏହା ପରେ ଡି’ସୌଜା ବମ୍ବେ ହାଇକୋର୍ଟରେ ନିଜର ଜାମିନ ଆବେଦନ କରିଥିଲେ ଏବଂ କହିଥିଲେ ଯେ, ଦଦଲାନି ଗୋସାଭିଙ୍କୁ ୫୦ ଲକ୍ଷ ଟଙ୍କା ଦେଇଥିଲେ ଏବଂ ଏହି ମାମଲାରେ ଆର୍ଯ୍ୟନ ଖାନ ଗିରଫ ହେବା ପରେ ଟଙ୍କା ଫେରସ୍ତ କରାଯାଇଥିଲା। ମୁମ୍ବାଇ ପୋଲିସ କହିଛି ଯେ, ଏପର୍ଯ୍ୟନ୍ତ ୨୦ ଜଣ ବ୍ୟକ୍ତି ଏହି ମାମଲାରେ ନିଜର ବିବୃତ୍ତି ରେକର୍ଡ କରିସାରିଛନ୍ତି।

ମୁମ୍ବାଇ କ୍ରୁଜ୍ ‘ଡ୍ରଗ୍ସ’ ମାମଲା କ’ଣ?

ଉଲ୍ଲେଖନୀୟ?s, ଅକ୍ଟୋବର ୨ ରେ, ଏନସିବି ମୁମ୍ବାଇରୁ ଗୋଆ ପର୍ଯ୍ୟନ୍ତ କର୍ଡେଲିଆ କ୍ରୁଜ୍ ଜାହାଜରେ ଏକ ହାଇ ପ୍ରୋଫାଇଲ୍ ଅଭିଯୋଗ ହୋଇଥିବା ‘ଡ୍ରଗ୍ସ’ ପାର୍ଟିକୁ ରେଡ୍‌ କରିଥିଲା। ସୂଚନାନୁସାରେ, ସମୀର ୱାନକେଡେ ତାଙ୍କ ଟିମ୍ ସହିତ ସିଏସ୍ଏଫ୍ ପକ୍ଷରୁ ଅଭିଯୁକ୍ତ ‘ଡ୍ରଗ୍ସ’ ପାର୍ଟି ବିଷୟରେ ସୂଚନା ପାଇବା ପରେ ଯାତ୍ରୀ ଭାବରେ କ୍ରୁଜ୍ ଜାହାଜରେ ଚଢ଼ିଥିଲେ।

ଏହା ପରେ ଏଜେନ୍ସି ସମୁଦ୍ର ମଝିରେ ଥିବା କ୍ରୁଜ୍ ଜାହାଜରେ ଚଢ଼ାଉ କରି କୋକେନ୍, ମେଫେଡ୍ରୋନ୍, ଚରସ, ହାଇଡ୍ରୋପୋନିକ୍, MDMA ଏବଂ ନଗଦ ୧, ୩୩, ୦୦୦ ଟଙ୍କା ଜବତ କରିଥିଲା। ଆର୍ଯ୍ୟନ୍ ଖାନଙ୍କ ସମେତ ଆଠ ଜଣଙ୍କୁ ଗିରଫ କରାଯାଇଥିବାବେଳେ ଅନ୍ୟ ୬ ଜଣଙ୍କୁ ଏନସିବି ଦ୍ୱାରା ଛାଡି ଦିଆଯାଇଥିଲା।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.