Home ଓଡ଼ିଶା ମୁଖ୍ୟମନ୍ତ୍ରୀଙ୍କ ବନ୍ୟା ପ୍ୟାକେଜ୍ ଘୋଷଣା, ଜାଣନ୍ତୁ କାହା ପାଇଁ କେତେ

ମୁଖ୍ୟମନ୍ତ୍ରୀଙ୍କ ବନ୍ୟା ପ୍ୟାକେଜ୍ ଘୋଷଣା, ଜାଣନ୍ତୁ କାହା ପାଇଁ କେତେ

220

ଭୁବନେଶ୍ୱର ୧୧-୯ (ଓଡ଼ିଆ ପୁଅ) ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୩୦୦ କୋଟି ଟଙ୍କାର ପ୍ୟାକେଜ ଘୋଷଣା କରିଛନ୍ତି। ବନ୍ୟାରେ ପ୍ରଭାବିତ ହୋଇଥିବା ଚାଷୀଙ୍କ ପାଇଁ ଏହି ପ୍ୟାକେଜ୍ ଘୋଷଣା କରାଯାଇଛି।
– ୩୩ ପ୍ରତିଶତ ଫସଲ କ୍ଷତି ହୋଇଥିବା କ୍ଷୁଦ୍ର ଓ ମଧ୍ୟମ ଚାଷୀଙ୍କୁ ସହାୟତା ମିଳିବ।
– ଅଣଜଳସେଚିତ ଜମି ପାଇଁ ହେକ୍ଟର ପିଛା ୬,୮୦୦ ସବସିଡି।
– ଜଳସେଚିତ ଜମି ପାଇଁ ୧୩, ୫୦୦, ବାରମାସି ଫସଲ ପାଇଁ ୧୮ ହଜାର ଦିଆଯିବ।
– ବାରମାସି ଫସଲ ପାଇଁ ସର୍ବନିମ୍ନ ୨ ହଜାର ଓ ଅନ୍ୟ ପାଇଁ ହଜାରେ ମିଳିବ।
– ବନ୍ୟା ପ୍ରଭାବିତ ଅଞ୍ଚଳର ଚାଷୀଙ୍କୁ ୨୦ ହଜାର ବିହନ ମିନିକିଟ୍ ମିଳିବ।
– ୫୦ ପ୍ରତିଶତ ସବସିଡିରେ ୨ ହଜାର ପମ୍ପସେଟ୍ ଯୋଗାଇ ଦିଆଯିବ।
– ୩ ହଜାରରେ ବ୍ୟାଟେରୀ ସ୍ପ୍ରେୟାର ଓ ୬୦୦ରେ ହାତଚଳା ସ୍ପ୍ରେୟାର ମିଳିବ।
– କ୍ଷତିଗ୍ରସ୍ତ ଜିଲ୍ଲାକୁ ୧୦ କୋଟିଏ ଫାର୍ମ ମେକାନାଇଜେସନ ସବସିଡି ମିଳିବ।
– ପ୍ରତ୍ୟେକ ୧୩୦ ଟଙ୍କାର ୧ଲକ୍ଷ ଚାଷୀଙ୍କୁ ପରିବା ମଞ୍ଜି କିଟ୍ ଯୋଗାଇ ଦିଆଯିବ।
– ୧୦ ହଜାର ଛତୁ ଚାଷୀଙ୍କୁ ଘର ମରାମତି ପାଇଁ ୫୦୦ ଲେଖାଏଁ ମିଳିବ ବୋଲି ସୂଚନା ମିଳିଛି।
– ସମସ୍ତ ସହାୟତା କେବଳ ପ୍ରକୃତ ଚାଷୀଙ୍କୁ ମିଳିବ ବୋଲି ଘୋଷଣା କରାଯାଇଛି।
– ବାରମାସୀ ଫସଲ ପାଇଁ ଏକର ପ୍ରତି ମିଳିବ ୧୮ ହଜାର ଟଙ୍କା
– ଜଳସେଚିତ ଜମି ପାଇଁ ମିଳିବ ୧୩ ହଜାର ୫୦୦ ଟଙ୍କା।
– ୫୦% ସବ୍‌ସିଡରେ ମିଳିବ ୨୦୦୦ ପାଣି ପମ୍ପ ସେଟ୍।
– ପମ୍ପ ବାବଦକୁ ସର୍ବାଧିକ ମିଳିବ ୧୫ ହଜାର ଟଙ୍କାର ସବ୍‌ସିଡ୍।
– ବନ୍ୟା ପ୍ରଭାବିତ ଚାଷୀଙ୍କୁ ୫୦% ରିହାତିରେ ମିଳିବ ୫ ହଜାର ପାୱାର ସେଭର
– ୩୩%ରୁ କମ୍ କ୍ଷତିଗ୍ରସ୍ତ ଚାଷୀଙ୍କୁ ମିଳିବ ଏକର ପିଛା ୬,୮୦୦ ଟଙ୍କା।
– ଅଣସେଚିତ ଜମି ପାଇଁ ହେକ୍ଟର ପିଛା ମିଳିବ ୬ ହଜାର ୮୦୦ ଟଙ୍କା।

– ଶସ୍ୟ ବୀମା ଯୋଜନାରୁ ବି ସାହାଯ୍ୟ ମିଳିବ।
– ଗାଈ ଓ ମଇଁଷି ମୃତ୍ୟୁ ହୋଇଥିଲେ ମିଳିବ ୩୦ ହଜାର ଟଙ୍କା।
– କୁକୁଡ଼ା ମରିଥିଲେ ୫୦ଟଙ୍କା, ଛେଳି ମରିଥିଲେ ୩୦୦୦ ଟଙ୍କା ମିଳିବ।
– କ୍ଷତିଗ୍ରସ୍ତ ମାଛ ଚାଷୀଙ୍କୁ ହେକ୍ଟର ପିଛା ୧୨,୨୦୦ଟଙ୍କା ଦିଆଯିବ।

– ବଳଦ ମରିଥିଲେ ମିଳିବ ୨୫ ହଜାର ଟଙ୍କା।
– ବାଛୁରି ମରିଥିଲେ ମିଳିବ ୧୬ ହଜାର।
– ଛେଳି ମରିଥିଲେ ୩ ହଜାର ଟଙ୍କା।

– ବାରମାସୀ ଫସଲ ମଧ୍ୟରେ ଆମ୍ବ, କାଜୁ, ନଡିଆ, ପାନ ଅନ୍ତର୍ଭୁକ୍ତ କରାଯାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.