ad
ଓଡ଼ିଶା

ମୁଖ୍ୟମନ୍ତ୍ରୀଙ୍କ କେନ୍ଦୁଝର ଗସ୍ତ ପାଇଁ ପ୍ରସ୍ତୁତି ଚୂଡାନ୍ତ ପର୍ଯ୍ୟାୟରେ

ତୁରୁମୁଙ୍ଗା ୧୬-୪ (ଓଡ଼ିଆ ପୁଅ/ସନ୍ତୋଷ ପତି) ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ନିର୍ବାଚନ ପ୍ରଚାରରେ ଆସନ୍ତା କାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେନ୍ଦୁଝର ଆସୁଛନ୍ତି। ଜିଲ୍ଲାର ପାଟଣା ନିର୍ବାଚନ ମଣ୍ଡଳୀର ସାହାରପଡା ଠାରେ ନିର୍ବାଚନ ପ୍ରଚାର କରିବେ। ସ୍ଥାନୀୟ ହାଇସ୍କୁଲ ପଡ଼ିଆରେ ମୁଖ୍ୟମନ୍ତ୍ରୀ ହେଲିକାପ୍ଟର ଯୋଗେ ହେଲିପ୍ୟାଡ଼ରେ ଓହ୍ଲାଇ ସଭାରେ ଯୋଗଦେଇ ନିର୍ବାଚନ ପ୍ରଚାର କରିବେ। ମୁଖ୍ୟମନ୍ତ୍ରୀ ସାହାରପଡା ହେଲିପ୍ୟାଡରେ ଠାରେ ସକାଳ ୧୦.୫୫ ଓହ୍ଲାଇବାର କାର୍ଯ୍ୟକ୍ରମ ରହିଛି। କେନ୍ଦୁଝର ଏସ.ପି ଜୟ ନାରାୟଣ ପଙ୍କଜ ସ୍ୱଭାସ୍ଥଳକୁ ପରିଦର୍ଶନ କରିବା ସହିତ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡି କରିବା ନିର୍ଦ୍ଦେଶ ଦେଇଛନ୍ତି। ଘଟଗାଁ ଏସ.ଡି.ପି.ଓ ଓ ପାଟଣା ଥାନା ଅଧିକାରୀଙ୍କ ନେତୃତ୍ୱରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି। କାର୍ଯ୍ୟକ୍ରମରେ ହଜାର ହଜାର ଜନସାଧାରଣ ଉପସ୍ଥିତ ରହିବେ ବୋଲି ପାଟଣା ନିର୍ବାଚନ ମଣ୍ଡଳୀର ବିଜୁ ଜନତାଦଳର ବିଧାୟକ ପ୍ରାର୍ଥୀ ଜଗନ୍ନାଥ ନାଏକ ସୂଚନା ଦେଇଛନ୍ତି। ପ୍ରବଳ ଜନ ସମାଗମକୁ ଆଖି ଆଗରେ ରଖି ବ୍ୟାରିକେଡ ବ୍ୟବସ୍ଥା କରାଯିବା ସହିତ ଟ୍ରାଫିକ ଵ୍ୟଵସ୍ଥା କଡାକଡି କରିବାକୁ ୪ ପ୍ଲାଟୁନ ପୋଲିସ ଫୋର୍ସ ନିୟୋଜିତ କରାଯିବ ବୋଲି ଘଟଗାଁ ଏସ.ଡି.ପି.ଓ ରବୀନ୍ଦ୍ର ମଲ୍ଲିକ କହିଛନ୍ତି।

Loading...
ad
Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top