Home ଜିଲ୍ଲା ପରିକ୍ରମା ମିଳିତ ଓଡ଼ିଶା ନିଶା ନିବାରଣ ଅଭିଯାନ’ର ବୈଠକ

ମିଳିତ ଓଡ଼ିଶା ନିଶା ନିବାରଣ ଅଭିଯାନ’ର ବୈଠକ

36

ବାଲେଶ୍ୱର, ୧୩ା୩(ଓଡ଼ିଆ ପୁଅ/ଅଭୟ ଦାସ): ‘ମିଳିତ ଓଡ଼ିଶା ନିଶା ନିବାରଣ ଅଭିଯାନ’(ମୋନା)ବାଲେଶ୍ୱର’ ଶାଖା ପକ୍ଷରୁ ମାସିକ ବୈଠକ ଆଇନଜୀବୀ ପ୍ରଭାକର ସାହୁଙ୍କ ସଭାପତିତ୍ୱରେ ନେଳିଆବାଗସ୍ଥିତ କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି। ସାଧାରଣ ସମ୍ପାଦିକା ମମତା ମହାପାତ୍ର ଏଥିରେ ଉପସ୍ଥିତ ରହି ସଂଗଠନର ବାର୍ଷିକ ଉତ୍ସବ ପ୍ରସ୍ତୁତି ସମ୍ପର୍କରେ ସୂଚନା ଦେଇଥିଲେ। ଆସନ୍ତା ଏପ୍ରିଲ ୪ ତାରିଖରେ ହେବାକୁ ଥିବା ଉତ୍ସବର ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ସେ କହିଥିଲେ। ସଭାପତିଙ୍କ ପରାମର୍ଶରେ ଉତ୍ସବର ସଫଳତା ନିମନ୍ତେ ବଭିନ୍ନ କମିଟିମାନ ଚୟନ କରାଯାଇଥିଲା। ପ୍ରତିବର୍ଷ ପରି ଚଳିତବର୍ଷ ବାର୍ଷିିର୍କ ସମ୍ମିଳନୀରେ ବ୍ଲକ ସ୍ତରରେ ନିଶା ନିବାରଣ କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ କରିଥିବା ସଂଗଠନମାନକୁ ପୁରସ୍କୃତ କରାଯିବାକୁ ଏହି ବୈଠକରେ ସିଦ୍ଧାନ୍ତ କରାଯାଇଥିଲା। ଏଥି ସହିତ ‘ମୋନା’ ମୁଖପତ୍ର ପ୍ରକାଶ କରାଯିବା ସଂଗେ ସଂଗେ ଆଜୀବନ ସଦସ୍ୟ ସଂଖ୍ୟା ବୃଦ୍ଧି ପାଇଁ ସଦସ୍ୟମାନେ ଚେଷ୍ଟା କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ। ସଂଗଠନର ଉପଦେଷ୍ଟା ସୁବ୍ରତ କର ଏଥିରେ ଯୋଗଦେଇ ଉତ୍ସବ ପରିଚାଳନା ଓ ଖର୍ଚ୍ଚ ସମ୍ପର୍କରେ ଅଟକଳ ଉପସ୍ଥାପନ କରିଥିଲେ। ଉପ-ସଭାପତି ଡ. କେଶବ ଚରଣ ପଣ୍ଡା, ଡ. କ୍ଷିତୀଶ୍ୱର ଦାଶ, କୁମୁନ୍ଦ ରଞ୍ଜନ ଗିରି, ଅର୍ଚ୍ଚନା ନନ୍ଦୀ, ପ୍ରଫୁଲ୍ଲ କୁମାର ଦାସ, ନିରଞ୍ଜନ ପରିଡ଼ା, କମଳାକାନ୍ତ ଦାଶ, ପ୍ରସନ୍ନ କୁମାର ପାଢ଼ୀ, ଗୀତାଞ୍ଜଳି ସିଂହ, ତ୍ରିଦିବ କୁମାର ନାୟକ, ପ୍ରଣତି ମିଶ୍ର, ପ୍ରତାପଚନ୍ଦ୍ର ମହାନ୍ତି, ପୂର୍ଣ୍ଣଚନ୍ଦ୍ର ବେହେରା, ସରସ୍ୱତୀ ପଣ୍ଡା, ଜ୍ୟୋସ୍ନା ପାଣି, କ୍ରୀଷ୍ଣା ସାହା, ମାୟାଧର ନାୟକ ଓ ଯୋଗେଶ ଚନ୍ଦ୍ର ପ୍ରଧାନ ଯୋଗ ଦେଇଥିଲେ। ଅବନ୍ତି ପ୍ରଧାନ ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.