Home ଜିଲ୍ଲା ପରିକ୍ରମା ମିଠା ଦୋକାନୀକୁ ଭୂଜାଲି ଦେଖାଇ ଲୁଟ୍

ମିଠା ଦୋକାନୀକୁ ଭୂଜାଲି ଦେଖାଇ ଲୁଟ୍

81

ଭଦ୍ରକ, ୮ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଜଣେ ମିଠା ଦୋକାନୀରୁ ବିଳମ୍ବିତ ରାତିରେ ମିଠା ନେବାକୁ ଡାକି ପରେ ଭୂଜାଲି ଦେଖାଇ ତାଙ୍କ ଠାରୁ ନଗଦ ୪୫ ହଜାର ଟଙ୍କା ଲୁଟ କରିଥିବା ଥାନାରେ ଅଭିଯୋଗ ହୋଇଛି । ପ୍ରକାଶ ଯେ ଧାମନଗର-ଜାହାଙ୍ଗିର ରାସ୍ତାର ହାଟ ନିକଟରେ ଥିବା ହରଗୌରୀ ମିଷ୍ଠାନ୍ନ ଭଣ୍ଡାର ଦୋକାନ ବନ୍ଦ କରି ଦୋକାନ ଭିତରେ ମାଲିକଙ୍କ ପୁଅ ରାଜେଶ ରାଉତ ଶୋଇଥିଲେ । ରାତି ପ୍ରାୟ ଅଢେଇଟା ସମୟରେ ଦୁଇଟି ପଲସର ବାଇକରେ ୪ଜଣ ପହଂଚି କବାଟ ଠକ୍‌ଠକ୍ କରିଥିଲେ । ରାଜେଶ ଜବାବ ଦେବାରୁ ଏମାନେ କହିଥିଲେ ଆମେ କଲକତାରୁ ଘରକୁ ଫେରୁଛୁ । ଆମେ ମିଠା ନେବୁ, ଦୋକାନ ଖୋଲ । ପରେ ରାଜେଶ ଦୋକାନ କବାଟ ଖୋଲିବା ପରେ ସେମାନେ ମୁହଁରେ ମାସ୍କ ଓ ଟୋପି ପିନ୍ଧିଥିଲେ । ସେହି ସମୟରେ କେଉଁ ମିଠା ନେବାକୁ ଦେଖୁଥିବା ବେଳେ ରାଜେଶଙ୍କ ବେକରେ ଦୁର୍ବୃତ ମାନେ ଭୂଜାଲି ଦେଖାଇ ତାଙ୍କ ପଇସା ଡ୍ର ଭାଙ୍ଗି ନଗଦ ୪୫ ହଜାର ଟଙ୍କା ଲୁଟ କରି ଫେରାର ହୋଇଯାଇଥିଲେ । ବିଳମ୍ବିତ ରାତିରେ ଏହି ଘଟଣା ଘଟିଥିବାରୁ ଦୁର୍ବୃତମାନେ ଅତି ସହଜରେ ଫେରାର ହେବାରେ ସକ୍ଷମ ହୋଇପାରିଥିଲେ । ପରେ ରାଜେଶଙ୍କ ବାପା ଭାଗବତ ରାଉତ ଥାନାରେ ଅଭିଯୋଗ କରିବା ପରେ ପୁଲିସ ଘଟଣାସ୍ଥଳେ ପହଂଚି ତଦନ୍ତ ଆରମ୍ଭ କରିଛି । ଧାମନଗର ଅଂଚଳରେ ରାତ୍ରୀକାଳୀନ ପୁଲିସ ପେଟ୍ରୋଲିଂ ଅଧିକ କଡାକଡି କରିବାକୁ ସାଧାରଣରେ ଦାବି ହେଉଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.