Home ଓଡ଼ିଶା ମା ମଣିନାଗଙ୍କ ଶାରଦୀୟ ୧୬ପୂଜାର ସହସ୍ର କୁମ୍ଭାଭିଷେକ ଅନୁଷ୍ଠିତ

ମା ମଣିନାଗଙ୍କ ଶାରଦୀୟ ୧୬ପୂଜାର ସହସ୍ର କୁମ୍ଭାଭିଷେକ ଅନୁଷ୍ଠିତ

94

ଓଡିଆ ପୁଅ (ଦେବୀପ୍ରସାଦ ଆଚାର୍ଯ୍ୟ)୯/୯-ବିଶ୍ୱର କଲ୍ୟାଣ ନିମନ୍ତେ ପ୍ରାଚୀନ ଉତ୍କଳର ପ୍ରଧାନ ଅଷ୍ଟଶକ୍ତି ପୀଠ ମଧ୍ୟରୁ ରଣପୁର ମଣିନାଗ ଅନ୍ୟତମ । ମା ମଣିନାଗଙ୍କ ପୀଠରେ ଶାରଦୀୟ ଦୂର୍ଗାପୂଜାର ୧୬ପୂଜା ସେପ୍ଟେମ୍ବର ୯ ତାରିଖ ବୁଧବାର ଠାରୁ ଆରମ୍ଭ ହୋଇଯାଇଅଛି । ସମସ୍ତ କୋଭୀଡ୍ ନିୟମକୁ ମାନି ଚଳିତ ବର୍ଷ ମଳ ମାସ ପଡୁଥିବାରୁ ଏହି ପୂଜା ୧୬ଦିନ ପରିବତ୍ତେ ଚଳିତ ବର୍ଷ ସତଚାଳିଶ ଦିନ ପର୍ଯ୍ୟନ୍ତ ଚାଲିବ ।

ପ୍ରତେକ ଦିନ ଷଡାଙ୍ଗ,ସୂର୍ଯ୍ୟପୂଜା,ବିଲ୍ୱବରଣ, ପୀଠପୂଜା, ଚଣ୍ଡିପାଠ, ସର୍ମ୍ପୂଣ୍ଣ ଚଣ୍ଡିପାଠ ଆହୁତି,ସନ୍ଧ୍ୟା ଆଳତୀ,ଉପଚାର ପୂଜା,ପୂଷ୍ପାଞଳି,ବାହ୍ୟବଳି ପରେ ସର୍ବଶେଷରେ ରାତ୍ର ପହଡ ଅନୁଷ୍ଠିତ ହେବ । ରାଜାରାଜୁଡା ଅମଳରୁ ଏହି ପୂଜା ଅନୁଷ୍ଠିତ ହୋଇଆସୁ ଅଛି । ମା ମଣିନାଗ ଉନ୍ନୟନ କମିଟି ତରଫରୁ ଏହି ପୀଠ ପୂଜାର ଆୟୋଜନ କରାଯାଇଅଛି । ରଣପୁରବାସୀ କୋଭିଡ୍ ନିୟମକୁ ମାନି ସାମାଜିକ ଦୁରତ୍ୱ ରକ୍ଷାକରି ମ।। ମଣିନାଗଙ୍କର ଦର୍ଶନ ସହ କରୁଣା ଲାଭ କରିପାରିବେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.