Home କେନ୍ଦୁଝର ମା ବିଶ୍ୱ ତାରିଣୀ ମନ୍ଦିର ପରିସରରେ ଅଷ୍ଟପ୍ରହରୀ ନାମଯଜ୍ଞ

ମା ବିଶ୍ୱ ତାରିଣୀ ମନ୍ଦିର ପରିସରରେ ଅଷ୍ଟପ୍ରହରୀ ନାମଯଜ୍ଞ

67

ହାଟଡ଼ିହି-୧୫ /୪, (ଓଡିଆପୁଅ / ବିକାଶ ବିଶ୍ୱାଳ) ହାଟଡିହି ବ୍ଲକ ଛେନାପଦି ବଜାରରେ ଥିବା ମ।। ବିଶ୍ୱତାରିଣୀ ମନ୍ଦିର ପରିସରରେ ମାଙ୍କ ଚଇତି ପର୍ବ ଓ ଅଷ୍ଟମପ୍ରହରୀ ନାମଯଜ୍ଞ ଅନୁଷ୍ଠିତ ହୋଇଯାଇଛି । ଛେନାପଦି ବଜାର କମିଟିର ସଂଯୋଜନାରେ ଅନୁଷ୍ଠିତ ଏହି ନାମଯଜ୍ଞରେ ଗତ ରବିବାର ରାତିରେ କେଶବ ପ୍ରଧାନ, ଟୁନା ବେହେରା, ତପନ ସାହୁ, ଚିନ୍ତାମଣି ଜେନା, ଆକାଶ କୁମାର ସା, ନବଘନ ପଢ଼ିଆରୀ, ଯୁବରାଜ ସାମଲ,ଉମାଶଙ୍କର ସାହୁଙ୍କ ଦ୍ୱାରା ଅଣା ମଠ ପୋଖରିରୁ ଘଟ୍ଟୋତ୍ତଳନ କରାଯାଇ କଳଶ ଶୋଭାଯାତ୍ରା ବଜାର ପରିକ୍ରମା କରିବାପରେ ନାମଯଜ୍ଞ ମଣ୍ଡପରେ ସ୍ଥାପନ କରାଯାଇ ଅହୋରାତ୍ର ନାମ ସଙ୍କିର୍ତ୍ତନ କରାଯାଇଥିଲା । ଏଥିରେ କରଗୋଳା, ରଗୁଡି, ଅକରୁଆ, କାଠିଆସାରା, ବଞ୍ଚୋ ନାଇକସାହି, ସିଙ୍ଗଡୋବ , ମଠ ପ୍ରଭୃତି ଗ୍ରାମର ସଙ୍କିର୍ତ୍ତନ ଦଳ ଗୁଡିକ ଯୋଗଦେଇ ନାମସଙ୍କିର୍ତ୍ତନ କରିଥିଲେ । ଏହି ନାମଯଜ୍ଞରେ ବିଦ୍ୟାଧରପୁର, ପଢ଼ିଆରିପଲ୍ଲୀ, ଛେନାପଦି, ଶାଳଣିଆଁ, ଡଅଁର, ରମ୍ପାସ, ଢ଼େଙ୍କା, ସଢ଼ା, ମରୈଗାଁ, ହାଟଡିହି, ମୁଗୁପୁର, ଆଇତିପୁର, ଡଅଁର, ପନ୍ଦାଡୋ, ଶାଳଣିଆଁ, ସୋସୋ, ସଢା, ବଞ୍ଚୋ ପ୍ରଭୃତି ଅଞ୍ଚଳର ହଜାର ହଜାର ଗୌରଭକ୍ତ ବୃଦ୍ଦ ଏହି ନାମଯଜ୍ଞରେ ଯୋଗଦେଇଥିବା ବେଳେ ଆଜି ଶହଶହ ଗୌରଭକ୍ତ ବୃନ୍ଦଙ୍କ ଦ୍ୱାରା ନଗର କିର୍ତ୍ତନ କରାଯିବାପରେ ସନ୍ଧ୍ୟାରେ ଦଧିଭାଣ୍ଡ ଭଙ୍ଗାଯାଇ କଳଶ ବିସର୍ଜନ କରାଯାଇଥିଲା । ଛେନାପଦି ଛକର ସମସ୍ତ ବ୍ୟବସାୟୀ ମାନେ ଏଥିରେ ଯୋଗଦେଇ କାର୍ଯ୍ୟକ୍ରମର ସୁପରିଚାଳନା କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.